ନୂଆଦିଲ୍ଲୀ: ଆଜି ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନର ଭୋଟ ଗଣତି ହେବ। ଏଥିପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସକାଳ ୮ଟାରୁ ଭୋଟ ଗଣତି ପ୍ରକ୍ରିୟାର ଆରମ୍ଭ ହେବ। ଭୋଟ ଗଣତିକୁ ନେଇ ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ମଧ୍ୟରେ ଉତ୍କଣ୍ଠା ଲାଗି ରହିଛି। ସକାଳ ୯ଟା ସୁଦ୍ଧା ନିର୍ବାଚନ ଫଳର ପ୍ରାଥମିକ ଟ୍ରେଣ୍ଡ ଆସିବ। ମହାରାଷ୍ଟ୍ରର ୨୮୮ଟି ଆସନ ଓ ଝାଡଖଣ୍ଡର ୮୧ଟି ଆସନ ପାଇଁ ଭୋଟ ଗ୍ରହଣ ହୋଇଛି। ଏହି ଦୁଇ ରାଜ୍ୟରେ ଯଥାକ୍ରମେ ୬୬.୦୫% ଓ ୬୭.୭୪% ମତଦାନ ହୋଇଛି। ଏହି ଦୁଇ ରାଜ୍ୟ ବିଧାନସଭା ଆସନ ବ୍ୟତୀତ ବିଭିନ୍ନ ରାଜ୍ୟର ୪୬ଟି ବିଧାନସଭା ଆସନ ଓ କେରଳ ୱାୟନାଡ ଲୋକସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନର ଭୋଟ ମଧ୍ୟ ଶନିବାର ଗଣତି ହେବ। ଝାଡଖଣ୍ଡରେ ଦୁଇଟି ପର୍ଯ୍ୟାୟ ନଭେମ୍ବର ୧୩ ଓ ୨୦ ଏବଂ ମହାରାଷ୍ଟ୍ରରେ ନଭେମ୍ବର ୨୦ରେ ଭୋଟ ଗ୍ରହଣ ହୋଇଥିଲା।
Popular Categories



