www.samajalive.in
Saturday, December 6, 2025
26.1 C
Bhubaneswar

୧୮୬% ବଢ଼ିବ କେନ୍ଦ୍ର କର୍ମଚାରୀଙ୍କ ଦରମା 

ନୂଆଦିଲ୍ଲୀ : ୭ମ ବେତନ କମିଶନ କାର୍ଯ୍ୟକାରୀ ହେବାର ଅବଧି ଆଗାମୀ ୨୦୨୬ ଜାନୁଆରୀରେ ଶେଷ ହେବାକୁ ଯାଉଛି। ପ୍ରତି ୧୦ବର୍ଷରେ ବେତନ କମିଶନ ବସାଯାଇ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ଫିଟମେଣ୍ଟ କରାଯାଇଥାଏ। ୭ମ ବେତନ କମିସନ କାର୍ଯ୍ୟକାରୀ କରିବା ଲାଗି ମନମୋହନ ସିଂହଙ୍କ ନେତୃତ୍ବାଧୀନ ସରକାର ୨୦୧୪ ଫେବୃଆରୀରେ କମିସନ ଗଠନ କରାଇଥିଲେ। ୨୦୧୬ରେ ୭ମ ବେତନ କମିସନ ଲାଗୁ ହୋଇଥିଲା। ସେହି ଆଧାରରେ ୨୦୨୬ରେ ଅଷ୍ଟମ ବେତନ କମିସନ ଲାଗୁ କରିବା ଲାଗି ଏବେ ଠାରୁ କମିସନ ଗଠନ କରାଯିବାର ଆବଶ୍ୟକତା ରହିଛି। ମାତ୍ର ଏ ସମ୍ପର୍କରେ ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି। ୮ମ ବେତନ କମିସନ ଗଠନକୁ ନେଇ କର୍ମଚାରୀ ଆଶାୟୀ ରହିଥିବାବେଳେ ଏନେଇ ଦରମା ଆକଳନ କରାଯାଇଛି। ଆକଳନ ଅନୁଯାୟୀ ୮ ବେତନ କମିସନରେ ସରକାରୀ କର୍ମଚାରୀଙ୍କ ମୂଳ ଦରମାରେ ୧୮୬% ବୃଦ୍ଧି ହେବ। ଯଦ୍ଦ୍ବାରା ଜଣେ କର୍ମଚାରୀଙ୍କ ସର୍ବନିମ୍ନ ମୂଳ ଦରମା ୫୧,୪୮୦ ଟଙ୍କାକୁ ବୃଦ୍ଧି ପାଇବ। ଏବେ ଜଣେ କର୍ମଚାରୀଙ୍କ ସର୍ବନିମ୍ନ ମୂଳ ଦରମା ୧୮,୦୦୦ ଟଙ୍କା ରହିଛି। ୮ମ ବେତନ କମିସନରେ ୨.୮୬ ଫିଟମେଣ୍ଟ ଫ୍ୟାକ୍ଟର ଲାଗି ସୁପାରିସ କରାଯିବାର ସମ୍ଭାବନା ରହିଛି। ସେହିପରି ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ସର୍ବନିମ୍ନ ପେନସନ ୨୫,୭୪୦ ଟଙ୍କାକୁ ବୃଦ୍ଧି ପାଇବ। ଏବେ ସର୍ବନିମ୍ନ ପେନସନ ୯୦୦୦ ଟଙ୍କା ରହିଛି। ୮ମ ବେତନ କମିସନ କେବେ ଗଠନ ହେବ ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ତେବେ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଆଗାମୀ ୨୦୨୫-୨୬ ବ​‌େ​‌ଜଟରେ ସରକାର ଏ ସମ୍ପର୍କରେ ଘୋଷଣା କରିବାର ସମ୍ଭାବନା ରହିଛି। ଗତ ୨୦୨୪-୨୫ ବଜେଟ୍‌ରେ ଏ ସମ୍ପର୍କରେ ଘୋଷଣା କରିବା ଲାଗି କର୍ମଚାରୀ ସଂଘ ପକ୍ଷରୁ ଦାବି କରାଯାଇଥିଲା। ଏଥିପାଇଁ କର୍ମଚାରୀ ସଂଘ କ୍ୟାବିନେଟ ସଚିବ ଓ ଅର୍ଥ ମନ୍ତ୍ରଣାଳୟ ନିକଟରେ ଦାବି ଉପସ୍ଥାପନ କରିଥିଲା। ୨୦୧୬ରେ ସପ୍ତମ ବେତନ କମିସନ ଲାଗୁ କରାଯିବା ପରେ କର୍ମଚାରୀଙ୍କ ସର୍ବନିମ୍ନ ମୂଳ ଦରମା ୭୦୦୦ ଟଙ୍କାରୁ ୧୮,୦୦୦ ଟଙ୍କାକୁ ବୃଦ୍ଧି ପାଇଥିଲା।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories