କନ୍ଧମାଳ ପାଲଟିଛି ଗମ୍ବୁଶିଆ ମାଛର ଗନ୍ତାଘର

କନ୍ଧମାଳ: ରାଜ୍ୟବ୍ୟାପୀ ଅନେକ ଜିଲ୍ଲା ପାଇଁ ଗମ୍ବୁଶିଆ ମାଛ ଦ୍ଵାରା ମଶା ବାହିତ ରୋଗ ନିର୍ମୂଳ ପାଇଁ ପ୍ରେରଣା ସାଜିଛି କନ୍ଧମାଳ। ୧୨ଟି ବ୍ଲକ ତଥା ଜିଲ୍ଲା ମୁଖ୍ୟାଳୟରେ ଏହି ମାଛ ଉତ୍ପାଦନ କରି ଜିଲ୍ଲାର କୋଣ ଅନୁକୋଣରେ ଏହାର ବ୍ୟବହାର କରି ମଶା ବଂଶ ନିପାତ୍ତ କରିବା ସହ ଗଞ୍ଜାମ, ବୌଦ୍ଧ, ନୟାଗଡ଼, ସମ୍ବଲପୁର ଭଳି ଅନେକ ଜିଲ୍ଲାକୁ ଏହି ମାଛ ପ୍ରଦାନ କରି ଉଦାହରଣ ସାଜିଛି। ସିଡିଏମଓ ସନ୍ତୋଷ ପାଢ଼ୀଙ୍କ ଦ୍ଵାରା ଏହି ଲାର୍ଭାଖିଆ ମାଛ ଛଡାଯାଇ ଅନେକ ଲୋକଙ୍କୁ ବୁଝାଯାଇଥିଲା।କାର୍ଯ୍ୟକ୍ରମକୁ ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶଦାତା କୁମୁଦ ସାହୁଙ୍କ ଦ୍ଵାରା ପରିଚାଳନା କରାଯାଇଥିଲା।

Comments are closed.