www.samajalive.in
Friday, December 5, 2025
20.1 C
Bhubaneswar

ଚେନ୍ନାଇ ନା ବେଙ୍ଗାଲୁରୁ ? ବର୍ଷା ଯୋଗୁ ମ୍ୟାଚ ବାତିଲ ହେଲେ କିଏ ଯିବ ପ୍ଲେଅଫ୍‌‌କୁ ? ଜାଣନ୍ତୁ କ’ଣ କହୁଛନ୍ତି ବିଶ୍ଳେଷକ

ନୂଆଦିଲ୍ଲୀ: ଚେନ୍ନାଇ ନା ବେଙ୍ଗାଲୁରୁ ? କିଏ ୪ର୍ଥ ଦଳ ଭାବେ ପ୍ରବେଶ କରିବ ଆଇପିଏଲ-୨୦୨୪ର ପ୍ଲେଅଫ୍‌‌ରେ। ଏହାକୁ ନେଇ ଦୁଇ ଦଳର କୋଟି କୋଟି ପ୍ରଶଂସକମାନଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳିଛି। ପୂର୍ବରୁ କଲକାତା ନାଇଟ୍‌‌ ରାଇଡର୍ସ (କେକେଆର), ରାଜସ୍ଥାନ ରୟାଲ୍ସ (ଆରଆର) ଏବଂ ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ) ଟିମ ପ୍ଲେଅଫ୍‌‌ରେ ପ୍ରବେଶ କରିସାରିଛି। ଏବେ ୪ର୍ଥ ଦଳକୁ ଅପେକ୍ଷା ରହିଥିବାବେଳେ ରନ୍‌‌ରେଟ୍‌‌ ଏବଂ ପଏଣ୍ଟ ଦୃଷ୍ଟିରୁ ଦୁଇଟି ଦଳ ଏହାର ଦାବିଦାର ରହିଛନ୍ତି। ଗୋଟିଏ ହେଉଛି ଚେନ୍ନାଇ ସୁପର କିଙ୍ଗ୍‌‌ସ (ସିଏସକେ) ଏବଂ ଅନ୍ୟଟି ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)।

ତେବେ ଏହି ଦୁଇ ଦଳ ମଧ୍ୟରୁ ଗୋଟିଏ ଦଳ ପ୍ଲେଅଫ୍‌‌ରେ ପ୍ରବେଶ କରିବ। ମେ ୧୮ରେ ହେବାକୁ ଥିବା ମ୍ୟାଚ ଏହା ନିର୍ଣ୍ଣୟ କରିବ। ତେବେ ଆରସିବି ପାଇଁ ପ୍ଲେଅଫରେ ପ୍ରବେଶ କରିବା କଷ୍ଟକର ହୋଇପଡ଼ିବ। ଯଦି ନିୟମ ମୁତାବକ ଆରସିବି ଚେନ୍ନାଇକୁ ପରାସ୍ତ କରିବାରେ ସଫଳ ହେବ ତା’ହେଲେ ଦଳ ପ୍ଲେଅଫ୍‌‌କୁ ଯିବ। ନଚେତ ଟୁର୍ନାମେଣ୍ଟରୁ ବାଦ୍‌‌ ପଡ଼ିବ। ଯଦି ବର୍ଷା ଖେଳରେ ବାଧା ଦିଏ ଆଉ ମ୍ୟାଚ ବାତିଲ ହୁଏ ତେବେ କିଏ ପ୍ଲେଅଫ୍‌‌ରେ ରହିବ ସେନେଇ ଆସନ୍ତୁ ଜାଣିବା କ’ଣ କହୁଛନ୍ତି ବିଶ୍ଳେଷକ।

- Advertisement -

ପାଣିପାଗ ବିଭାଗ ପକ୍ଷରୁ କର୍ଣ୍ଣାଟକରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଖରାପ ରହିବ। ଆକାଶରେ ବାଦଲ ଘୋଡ଼େଇ ହୋଇ ରହିବା ସହିତ ସମୟେ ସମୟେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେଣୁ ଯଦି ବର୍ଷା ଯୋଗୁ ମ୍ୟାଚ ବନ୍ଦ ରୁହେ, ତେବେ ବେଙ୍ଗାଲୁରୁ ପ୍ରଶଂସକମାନଙ୍କୁ ବଡ଼ ଝଟ୍‌‌କା ଲାଗିବ। ଦୁଇ ଦଳକୁ ଗୋଟିଏ ଲେଖାଏ ଅଙ୍କ ମିଳିବ। ଫଳରେ ସିଏସକେ ୧୫ ପଏଣ୍ଟ ସହିତ ପ୍ଲେଅଫରେ ପ୍ରବେଶ କରିବ ଏବଂ ଆରସିବି ମୋଟ ୧୪ ଅଙ୍କ ସହ ଟୁର୍ନାମେଣ୍ଟରୁ ବାଦ୍‌‌ ପଡ଼ିବ।

ସେହିପରି ଯଦି ଖେଳ ହୁଏ, ତେବେ ଆରସିବିକୁ ଚେନ୍ନାଇ ବିପକ୍ଷରେ ୧୮ ରନ୍‌‌ ଅଥବା ୨ ଓଭର ଅନ୍ତରରେ ବିଜୟ ହାସଲ କରିବାକୁ ପଡ଼ିବ। ଅର୍ଥାତ ବେଙ୍ଗାଲୁରୁ ଯଦି ପ୍ରଥମେ ବ୍ୟାଟିଂ କରେ ତେବେ ଚେନ୍ନାଇକୁ ୧୮ ରନ୍‌‌ରେ ପରାସ୍ତ କରିବାକୁ ପଡ଼ିବ। ସେହିପରି ଯଦି ୨ୟରେ ବ୍ୟାଟିଂ ପରେ ତେବେ ୧୮.୧ ଓଭର ଅର୍ଥା ଗୋଟିଏ ଓଭର ୫ଟି ବଲ ବାକି ଥାଇ ଟାର୍ଗେଟ ହାସଲ କରିବାକୁ ହେବ। ତା’ହେଲେ ଯାଇ ବେଙ୍ଗାଲୁରୁ ପ୍ଲେଅଫ୍‌‌ରେ ପ୍ରବେଶ କରିପାରିବ ବୋଲି ଜଣାପଡ଼ିଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories