www.samajalive.in
Saturday, December 6, 2025
26.1 C
Bhubaneswar

ଭୁଲରେ ବି ଲୁହା କଡେଇରେ ପ୍ରସ୍ତୁତ କରନ୍ତୁ ନାହିଁ ଏହି ୫ଟି ଖାଦ୍ୟ : ନଚେତ୍..

ଲୁହା କଡେଇରେ ଖାଦ୍ୟର ପ୍ରସ୍ତୁତ କରିବା ଦ୍ୱାରା ଖୁବ୍ ସ୍ୱାଦିଷ୍ଟ ଲାଗିଥାଏ। ଏଥିରେ ପ୍ରସ୍ତୁତ ଖାଦ୍ୟ ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟ ପାଇଁ ଉପକାରୀ ମଧ୍ୟ। ମାତ୍ର ଏପରି କିଛି ଖାଦ୍ୟ ରହିଛି,ଯାହାକୁ ଲୁହା କଡେଇରେ ପ୍ରସ୍ତୁତ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ବିଶେଷଜ୍ଞ ମଧ୍ୟ ଖାଦ୍ୟ ପ୍ରସ୍ତୁତ ପାଇଁ ସ୍ୱତନ୍ତ୍ର ପାତ୍ର ବିଷୟରେ ପରାମର୍ଶ ଦେଇଥାଆନ୍ତି। ଜାଣନ୍ତୁ କେଉଁ ଖାଦ୍ୟକୁ ଲୁହା କଡେଇରେ ପ୍ରସ୍ତୁତ କରି ଖାଇବା ଉଚିତ୍ ନୁହେଁ..

ଶୁକ୍ରଙ୍କ ରାଶି ପରିବର୍ତ୍ତନ ; ଭାଗ୍ୟଶାଳୀ ହେବେ ଏହି ରାଶି, ହେବନି ପକେଟ୍ ଖାଲି, ମିଳିବ ଚାକିରି..

- Advertisement -

ଟମାଟୋ-  ଲୁହା କଡେଇରେ ଭୁଲ୍ ରେ ମଧ୍ୟ ଟମାଟୋ କିମ୍ବା ଟମାଟୋର କୌଣସି ଖାଦ୍ୟ ପ୍ରସ୍ତୁତ କରନ୍ତୁ ନାହିଁ। ଟମାଟୋରେ ଥିବା ଏକ ପ୍ରକାର ଏସିଡ୍ ଲୁହା କଡେଇରେ ପ୍ରସ୍ତୁତ ହେବା ପରେ ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ। ଏହାର ସେବନ ଦ୍ୱାରା ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ।

ଘରେ ପ୍ରତିଦିନ ଜଳାନ୍ତୁ ବାସ୍ ଏହି ଗୋଟିଏ ଜିନିଷ ; ତା’ପରେ ଦେଖନ୍ତୁ ଚମତ୍କାର..

ପାଳଙ୍ଗ – ଲୁହା କଡେଇରେ ପାଳଙ୍ଗ ଶାଗର କୌଣସି ଖାଦ୍ୟ ପ୍ରସ୍ତୁତ କରନ୍ତୁ ନାହିଁ। ଏହାଦ୍ୱାରା ପାଳଙ୍ଗର ପ୍ରାକୃତିକ ରଙ୍ଗରେ ପରିବର୍ତ୍ତନ ହେବା ସହ ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ। ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ।

ଲେମ୍ବୁ – ଲୁହା କଡେଇରେ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ଲେମ୍ବୁର ବ୍ୟବହାର ଭୁଲରେ ମଧ୍ୟ କରନ୍ତୁ ନାହିଁ। ଅନେକ ସମୟରେ ଲୋକେ ଲୁହା କଡେଇରେ କିଛି ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ଲେମ୍ବୁର ବ୍ୟବହାର କରି ଥାଆନ୍ତି। ମାତ୍ର ଏହା ପାଚନ ତନ୍ତ୍ର ଉପରେ କୁପ୍ରଭାବ ପକାଇଥାଏ। ଲୁହା କଡେଇରେ ଲେମ୍ବୁ ଜାତୀୟ ଖାଦ୍ୟ ପ୍ରସ୍ତୁତ କରାଗଲେ ଏହା ପ୍ରତିକ୍ରିୟା ସୃଷ୍ଟି କରିଥାଏ। ସ୍ୱାଦ ସହ ସ୍ୱାସ୍ଥ୍ୟ ଉପରେ ମଧ୍ୟ କୁପ୍ରଭାବ ପକାଏ।

ଦେଖନ୍ତୁ ଭିଡିଓ : ଏ ହେଉଛି ସ୍ମାର୍ଟ ହାତୀ..

ବିଟ୍ – ବିଟ୍  ବ୍ୟବହାର କରାଯାଉଥିବା ଖାଦ୍ୟକୁ ଲୁହା କଡେଇରେ ପ୍ରସ୍ତୁତ କରିବା ଉଚିତ୍ ନୁହେଁ। କାରଣ ବିଟ୍ ଆଇରନର ଉତ୍ତମ ସ୍ରୋତ। ଯାହା ଲୁହା କଡେଇରେ ଅଧିକ ପ୍ରତିକ୍ରିୟା ସୃଷ୍ଟି କରିଥାଏ। ଏହାଦ୍ୱାରା ଖାଦ୍ୟର ସ୍ୱାଦ ଓ ରଙ୍ଗ ଖରାପ ହୋଇଥାଏ। ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।

ଅଣ୍ଡା – ଅଣ୍ଡାରେ ବ୍ୟବହାର ହେଉଥିବା ଖାଦ୍ୟକୁ ମଧ୍ୟ ଲୁହା କଡେଇରେ ପ୍ରସ୍ତୁତ କରିବା ଉଚିତ୍ ନୁହେଁ। ଏପରି କରିବା ଦ୍ୱାରା ପେଟ ଜନିତ ଅନେକ ରୋଗ ସୃଷ୍ଟି ହୋଇଥାଏ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories