www.samajalive.in
Saturday, December 6, 2025
14.1 C
Bhubaneswar

ସ୍ତ୍ରୀ ହେବ ତ ଏମିତି… ୧୦ ବର୍ଷ ପରେ କୋମାରୁ ଉଠିଲେ ସ୍ୱାମୀ

ଡେସ୍କ: ବିବାହ ପରେ ସ୍ୱାମୀ-ସ୍ତ୍ରୀ ପରସ୍ପରର ସୁଖଦୁଃଖର ସାଥୀ ହୋଇଥାନ୍ତି। ସେଥିପାଇଁ ସ୍ତ୍ରୀଙ୍କୁ ଅର୍ଦ୍ଧାଙ୍ଗିନୀର ଆଖ୍ୟା ଦିଆଯାଇଛି। ସ୍ୱାମୀର ସୁଖ ଆଉ ଦୁଃଖରେ ସ୍ତ୍ରୀ ହିଁ ବଡ଼ ଭାଗିଦାରୀ ହୋଇଥାଏ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ ମହିଳା। ନିଜର ନିଃସର୍ତ୍ତ ଭଲ ପାଇବା, ନିଃସ୍ୱାର୍ଥପରତା ଏବଂ ଯତ୍ନ ବଳରେ ମହିଳା ଜଣକ ନିଜ ସ୍ୱାମୀଙ୍କୁ ଆଜି ଫେରି ପାଇଛନ୍ତି। ଦୀର୍ଘ ୧୦ ବର୍ଷ ଧରି କୋମାରେ ରହିବା ପରେ ସ୍ୱାମୀଙ୍କର ଚେତା ଫେରିଛି, ଯାହାକୁ ନେଇ ଭାବବିହ୍ୱଳ ହୋଇପଡ଼ିଛନ୍ତି ମହିଳା ଜଣକ।
ଘଟଣାଟି ଘଟିଛି ଚୀନର ଅଂହୁଇ ପ୍ରଦେଶରେ। ସନ୍‌‌ ହଂସିଆ ନାମ୍ନୀ ଜଣେ ମହିଳାଙ୍କ ସ୍ୱାମୀ ୨୦୧୪ରେ ହୃଦ୍‌‌ଘାତର ଶିକାର ହୋଇଥିଲେ। କିନ୍ତୁ ତାଙ୍କର ଦେହାନ୍ତ ହୋଇ ନ ଥିଲା। ସେ କୋମାକୁ ଚାଲିଯାଇଥିଲେ। ସ୍ୱାମୀ କେବେ କୋମାରୁ ଫେରିବେ ତାହା ଡାକ୍ତରଙ୍କ ପକ୍ଷେ କହିବା କଷ୍ଟକର ଥିଲା। ତେଣୁ ହଂସିଆ ସ୍ୱାମୀଙ୍କୁ ଘରକୁ ଆଣି ତାଙ୍କ ସେବା ଯତ୍ନ ଆରମ୍ଭ କରିଦେଲେ। ଦିନ ପରେ ଦିନ, ମାସ ପରେ ମାସ ବିତି ଚାଲିଲା। ହେଲେ ସ୍ୱାମୀଙ୍କ ଚେତା ଫେରି ନ ଥିଲା।


ଏପରି କି ବର୍ଷ ପରେ ବର୍ଷ ବିତିଗଲା, କିନ୍ତୁ ତାଙ୍କ ସ୍ୱାମୀ କୋମାରୁ ଫେରିଲେ ନାହିଁ। ମାତ୍ର ହାର୍‌‌ ମାନି ନ ଥିଲେ ହଂସିଆ। ସ୍ୱାମୀଙ୍କ ପ୍ରତି ଥିବା ତାଙ୍କ ଭଲ ପାଇବା ଏବଂ ୨ ସନ୍ତାନଙ୍କ ଭବିଷ୍ୟତ ପାଇଁ ସେ ଦିନ ରାତି ସେବା କରି ଚାଲିଲେ। ନିଜ ସେବା ଉପରେ ତାଙ୍କର ଗଭୀର ବିଶ୍ୱାସ ରହିଥିଲା ଯେ ସ୍ୱାମୀ ନିଶ୍ଚୟ ଦିନେ କୋମାରୁ ଉଠିବେ ଏବଂ ତାଙ୍କ ପରିବାକୁ ପୁଣି ଥରେ ଖୁସି ଫେରିଆସିବ। ଶେଷରେ ତାହା ହିଁ ହେଲା। ୧୦ ବର୍ଷ ପରେ ହଂସିଆଙ୍କ ସ୍ୱାମୀ କୋମାରୁ ଉଠିଲେ। ଏହା ଦେଖିବା ପରେ ହଂସିଆଙ୍କ ଆଖି ଖୁସିର ଲୁହରେ ଛଳ ଛଳ ହୋଇଯାଇଥିଲା।
କେବଳ ଭଲ ପାଇବା ଏବଂ ସେବା ଯତ୍ନ ଯୋଗୁ ହଂସିଆଙ୍କ ସ୍ୱାମୀ ସୁସ୍ଥ ହୋଇପାରିଛନ୍ତି ବୋଲି ଡାକ୍ତରମାନେ ସ୍ୱୀକାର କରିବା ସହିତ ଏହାକୁ ଏକ ବିରଳ ଘଟଣା ବୋଲି ମଧ୍ୟ କହିଛନ୍ତି। ସାଉଥ ଚାଇନା ମର୍ନିଂ ପୋଷ୍ଟ ଏବଂ ଡନ୍‌‌ ଖବରକାଗଜରେ ଏହି ରିପୋର୍ଟ ପ୍ରକାଶ ପାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories