BJD Bijuli 480×75 Mob

ବିଜେପିର ଓବିସି ମହାସମାବେଶ ଅନୁଷ୍ଠିତ

BJD Bijuli 480×75 Mob
0

ବଲାଙ୍ଗିର: କଣ୍ଟାବାଞ୍ଜିଠାରେ ଓବିସି ବିକାଶ ମଞ୍ଚର ଓବିସି ମହାସମାବେଶ ଅନୁଷ୍ଠିତ ହୋଇଯାଇଛି। ତିନିଟି ଜିଲ୍ଲାକୁ ନେଇ ଏହି ମହାସମାବେଶ ଅନୁଷ୍ଠିତ ହୋଇଛି। ଏହି ମହାସମାବେଶରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ରାମକ୍ରିପାଲ ଯାଦବ ଯୋଗଦେଇ ଓବିସିମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ଏଥିରେ ଯୋଗଦେଇ କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ବାଷ୍ପମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବର୍ତ୍ତମାନ ପର୍ୟ୍ୟନ୍ତ ରାଜ୍ୟ ସରକାର ବଲାଙ୍ଗିର ଜିଲ୍ଲା ଚାଷୀମାନଙ୍କ ପାଇଁ ଉଦ୍ଦିଷ୍ଟ ଲୋୟର ସୁକ୍‍ତେଲ ପ୍ରକଳ୍ପ ପାଇଁ ସଂସଦରେ କଥା ଉଠାଇ ନାହାନ୍ତି ବୋଲି ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ମୋଦି ସରକାର ଉଜ୍ଜ୍ୱଳା ଯୋଜନାରେ ୩୬ ଳକ୍ଷ ଗରିବ ହିତାଧିକାରୀଙ୍କୁ ମାଗଣା ରନ୍ଧନ ଗ୍ୟାସ୍‍ ଯୋଗାଇ ଦେଇଛନ୍ତି ବୋଲି ସେ କହିଥିଲେ।

Leave A Reply