ବାସନ୍ତୀ ଦୁର୍ଗା ପୂଜା ପାଇଁ ଗୁରୁଡିଝାଟିଆ ଉତ୍ସଵ ମୁଖର

ଗୁରୁଡିଝାଟିଆ; ଗୁରୁଡିଝାଟିଆ-କୋତର ଗାଁର ଅଧିଷ୍ଠାତ୍ରୀ ଦେବୀ ମା ବାସନ୍ତୀ ଦୁର୍ଗା ପୂଜା ପାଇଁ ଉତ୍ସଵ ମୁଖର ହୋଇଉଠିଛି ସମଗ୍ର ଗୁରୁଡିଝାଟିଆ ଅଞ୍ଚଳ। ଆଜି ମା ସପ୍ତମୀ ପୂଜା ହେବା ସହ, ଚକ୍ଷୁ ଦାନ ଓ ଘଟ ସ୍ଥାପନ କରାଯାଇଥିଲା। ପ୍ରତ୍ୟେକ ପରିବାରରେ ମା’ଙ୍କ ଆବାହମାନ ପାଇଁ ଆଧ୍ୟାତ୍ମିକ ପରିବେଶ ଭାରିହୋଇ ପଡ଼ିଛି। ଆସନ୍ତା କାଲି ମା’ଙ୍କ ଅଶୋକାଷ୍ଟମୀ ପୂଜା ଅନୁଷ୍ଠିତ ହେବ। ୮ ତାରିଖରେ ମା’ଙ୍କ ଭସାଣୀ ତଥା ପାହାଡି ଶୋଭାଯାତ୍ରା ଅନୁଷ୍ଠିତ ହେବ। ସେଥିପାଇଁ ସ୍ଥାନୀୟ ପୁଲିସ ପକ୍ଷରୁ ଭିଡ଼କୁ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରାଯାଇଛି।
ପୂଜା କମିଟିର ସଭାପତି ଅମରେନ୍ଦ୍ର ଷଣ୍ଢ ସମ୍ପାଦକ ଅମରେନ୍ଦ୍ର ଧଳ,ଦେବାଶିଷ ବିଶ୍ବାଳ, ବସନ୍ତ କୁମାର ସାହାଣୀ, ସନାତନ ଦଳାଇ, ଶରତ କୁମାର ଦଳାଇ, କୁମରମଣୀ ଷଣ୍ଢ, ରଶ୍ମି ରଞ୍ଜନ ସାହାଣୀ ଓ ଗାଁ ଜନସାଧାରଣ ପୂଜା ଉତ୍ସଵରେ ଉପସ୍ଥିତ ରହି ସହଯୋଗ କରୁଛନ୍ତି। ସେହି ଭଳି କୁମାରପୁର ଓ ଗୋବରା ଗାଁ ମା’ ବାସନ୍ତୀ ଦୁର୍ଗା ପୂଜା ପାଇଁ ଉତ୍ସଵ ମୁଖର ହୋଇଉଠିଛି ।
Comments are closed.