www.samajalive.in
Sunday, December 14, 2025
14.1 C
Bhubaneswar

ପାନୀୟ ଜଳ ଯୋଗାଣ ବନ୍ଦ, ପାଣି ପାଇଁ ୨ କିଲୋମିଟର ଦୂରକୁ ଯାଉଛନ୍ତି ଲୋକେ

ଗଞ୍ଜାମ : ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଲୋକମାନେ ଅସ୍ତବ୍ୟସ୍ତ ହେଉଥିବା ବେଳେ ଗଞ୍ଜାମ ବ୍ଲକର ବିଭିନ୍ନ ଅଂଚଳକୁ ବସୁଧା ଯୋଜନାରେ ଯୋଗାଣ ହେଉଥିବା ପାନୀୟ ଜଳ କିଛି ଦିନ ଧରି ବନ୍ଦ ହୋଇଯାଇଛି । ଯାହାକୁ ନେଇ ଲୋକଙ୍କ ଖରାଦିନେ ସମସ୍ୟା ଦ୍ଵିଗୁଣ ହୋଇଛି l ପାନୀୟ ଜଳ ପାଇଁ ଲୋକଙ୍କୁ ଅଧିକ କଷ୍ଟ ହେଲାଣି । କେତେକ ଅଂଚଳରେ ଲୋକମାନେ ଦୂର ଦୁରାନ୍ତକୁ ସାଇକେଲ, ମୋଟର ସାଇକେଲ ଯୋଗେ ଯାଇ ପାଣି ଆଣୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖିବାକୁ ମିଳିଛି । ଏହି ସମସ୍ୟା ସମ୍ପର୍କରେ ପ୍ରଶାସନ ପକ୍ଷରୁ କୌଣସି ବିକଳ୍ପ ବ୍ୟବସ୍ଥା କରାଯାଇନାହିଁ । ଅନ୍ୟପଟେ ନିର୍ବାଚିତ ପ୍ରତିନିଧିଙ୍କ ଏହି ସମସ୍ୟା ପ୍ରତି ମଧ୍ୟ ଆନ୍ତରିକ ଅଭାବ ରହିଥିବା ଜଣାପଡୁଛି । ସୂଚନା ଯୋଗ୍ୟ ଯେ ଗତ କିଛି ଦିନ ହେଲା ମେଗା ପାନୀୟ ଜଳ ପ୍ରକଳ୍ପ ବସୁଧା ମାଧ୍ୟମରେ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି । ଖାରି ପାଣି ଆସିବା ଯୋଗୁଁ ବିଭାଗୀୟ କତୃପକ୍ଷ ତାହାକୁ ବନ୍ଦ ରଖିଛନ୍ତି । ତାହାକୁ ମାଇକି ଯୋଗେ ଲୋକଙ୍କୁ କୁହାଯାଇଛି। ପାଣି ବନ୍ଦ ହେବା ପରେ ଲୋକମାନେ ନାହିଁ ନଥିବା ଅସୁବିଧାରେ ସମୁଖୀନ ହେଉଛନ୍ତି । ଲୋକମାନେ ବର୍ତ୍ତମାନ ବଟେଶ୍ୱର ନିକଟରେ ନଳକୂଅରୁ ଯାଇ ପାଣି ଆଣୁଛନ୍ତି । ତୁରନ୍ତ ଏହାର ସମାଧାନ ପାଇଁ ସର୍ବସାଧାରଣରେ ଦାବି ହେଉଛି ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories