www.samajalive.in
Sunday, December 14, 2025
23.1 C
Bhubaneswar

ଆଠଗଡ ଖୋ-ଖୋ ଖେଳାଳିଙ୍କ କୃତିତ୍ବ, ୫୬ ବର୍ଷ ପରେ ଓଡ଼ିଆ ଖୋ-ଖୋ ଖେଳାଳିଙ୍କୁ ମିଳିଲା ଏକଲବ୍ୟ ପୁରସ୍କାର

ଆଠଗଡ : ଆଠଗଡର ଖୋ-ଖୋ ଖେଳାଳି ଟି ଜଗନ୍ନାଥ ଦାସଙ୍କୁ ଜାତୀୟସ୍ତର ପ୍ରତିଯୋଗିତାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଭାରତୀୟ ଖୋ-ଖୋ ମହାସଂଘ ପକ୍ଷରୁ ଖୋ-ଖୋ ର ଶ୍ରେଷ୍ଠ ପୁରସ୍କାର ଏକଲବ୍ଯ ପୁରସ୍କାର ମିଳିଛି । ଜାତୀୟସ୍ତର ଖୋ-ଖୋ ପ୍ରତିଯୋଗିତା ଆରମ୍ଭ ହେବାର ୫୬ ବର୍ଷ ପରେ ୫୭ତମ ପ୍ରତିଯୋଗିତାରେ ଓଡ଼ିଶାର ଜଣେ ଖୋ-ଖୋ ଖେଳାଳିଙ୍କୁ ଭାରତୀୟ ଖୋ-ଖୋ ଫେଡେରେସନ ପକ୍ଷରୁ ଏକଲବ୍ଯ ପୁରସ୍କାର ମିଳିବା ଏକ ଉଲ୍ଲେଖନୀୟ ଉପଲବ୍ଧି । ସଂପ୍ରତି ପୁରୀଠାରେ ଗତ ମାର୍ଚ୍ଚ ୩୧ ରୁ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ୫୭ତମ ଜାତୀୟସ୍ତରୀୟ ଖୋ-ଖୋ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ରେଳବାଇ ଦଳ ମହାରାଷ୍ଟ୍ରକୁ ହରାଇ ଚମ୍ପିୟନ ଆଖ୍ୟା ଅର୍ଜନ କରିଥିଲା । ରେଳବାଇ ଦଳ ପାଇଁ ଖେଳୁଥିବା ଟି ଜଗନ୍ନାଥ ଦାସଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଆଧାରରେ ରେଳବାଇ ମୂଳରୁ ଉନ୍ନତ ଖେଳ ପ୍ରଦର୍ଶନ କରି ଗୋଟିଏ ପରେ ଗୋଟିଏ ମ୍ୟାଚ ଜିତିବା ସହିତ ଶେଷରେ ଜାତୀୟ ଚମ୍ପିୟନ ହୋଇଥିବାବେଳେ ମହାରାଷ୍ଟ୍ର ଦଳ ପ୍ରଥମ ଓ ଓଡିଶା ଦଳ ଦ୍ୱିତୀୟ ରନର୍ସ ଅପ୍ ଆଖ୍ୟା ଅର୍ଜନ କରିଥିଲେ। ଟି ଜଗନ୍ନାଥ ଦାସ ସ୍ଵର୍ଣ୍ଣ ପଦକ ସହ କ୍ରୀଡା କ୍ଷେତ୍ରରେ ସର୍ବଶ୍ରେଷ୍ଠ ପୁରସ୍କାର ଏକଲବ୍ଯ ପୁରସ୍କାର ହାସଲ କରି ଓଡିଶା ତଥା ଆଠଗଡ ପାଇଁ ଗୌରବ ଆଣିପାରିଛନ୍ତି।

ଉଲ୍ଲେଖଯୋଗ୍ଯ ଯେ ୨ୟ ରନର୍ସ ଅପ୍ ହୋଇଥିବା ଓଡିଶା ଦଳ ପାଇଁ ଖେଳିଥିବା ଟି ଜଗନ୍ନାଥଙ୍କ ସାନ ଭାଇ ଟି ବଳରାମ ଦାସ ମଧ୍ଯ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଭଗବାନଙ୍କ ଆଶୀର୍ବାଦ ଏବଂ ପ୍ରଶିକ୍ଷକ ଅଭିନନ୍ଦନ ପଟ୍ଟନାୟକଙ୍କ ନିରନ୍ତର ଦକ୍ଷ ଓ ଉନ୍ନତ ପ୍ରଶିକ୍ଷଣ ଯୋଗୁଁ ସେ ଏହି ଶ୍ରେଷ୍ଠ ସଫଳତା ହାସଲ କରିପାରିଛନ୍ତି ବୋଲି ଟି ଜଗନ୍ନାଥ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ସୂଚନା ଥାଉକି ଖୋ-ଖୋ ପ୍ରଶିକ୍ଷକ ଆଠଗଡର ଅଭିନନ୍ଦନ ପଟ୍ଟନାୟକ ଉଭୟ ଜଗନ୍ନାଥ ଓ ତାଙ୍କ ଭାଇ ବଳରାମଙ୍କୁ ଦୀର୍ଘ ଦିନ ହେବ ପ୍ରଶିକ୍ଷଣ ଦେଉଛନ୍ତି। ଏକଲବ୍ଯ ପୁରସ୍କାର ପାଇଥିବା ଜଗନ୍ନାଥଙ୍କ ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ସୁଅ ଛୁଟିଛି। ଓଡିଶା ଅଲିମ୍ପିକ ଆସୋସିଏସନ ସାଧାରଣ ସମ୍ପାଦକ ଅଭିଜିତ ପାଲ, ଜିଲ୍ଲା ଆଥଲେଟିକ ଆସୋସିଏସନ ସାଧାରଣ ସମ୍ପାଦକ ଆଶୀର୍ବାଦ ବେହେରା, ଓଡିଶା ଖୋ-ଖୋ ଆସୋସିଏସନ ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର, ଜିଲ୍ଲା ଖୋ-ଖୋ ଆସୋସିଏସନ ସମ୍ପାଦକ ସୁନାକର ରାଉତ, ଆଠଗଡ ଖୋ-ଖୋ ଆସୋସିଏସନର ସଭାପତି ଲକ୍ଷ୍ମୀନାରାୟଣ ଭଞ୍ଜ ଏବଂ ଅନ୍ଯ ସମସ୍ତ କର୍ମକର୍ତ୍ତା ଓ ଖେଳାଳୀ ଟି ଜଗନ୍ନାଥଙ୍କୁ ଅଭିନନ୍ଦନ ଜଣାଇବା ସହ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories