ପୁରୀ : ଚଳିତ ମାସ ଶେଷ ସୁଦ୍ଧା ପୁରୀରେ ହେବ ଶ୍ରୀଜୀଉଙ୍କ ଧାଡି ଦର୍ଶନ ବ୍ୟବସ୍ଥା। ଏନେଇ ମଙ୍ଗଳବାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ବ୍ରହ୍ମପୁରରେ ତାରାତାରିଣୀ ଦର୍ଶନ ବେଳେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି, ସପ୍ତାହେ ମଧ୍ୟରେ ଶ୍ରୀମନ୍ଦିର ପରିଚାଳନା କମିଟି ହେବ। ପରିଚାଳନା କମିଟି ପରେ ହୁଣ୍ଡି ଉଠାଇବା ନିଷ୍ପତ୍ତି ଅନୁମୋଦିତ ହେବ। ପରିଚାଳନା କମିଟିର ପ୍ରସ୍ତାବ ଓ ସରକାରଙ୍କ ଅନୁମତି ପରେ ହୁଣ୍ଡି ସ୍ଥାନାନ୍ତର ହେବ।
୪୨ ବର୍ଷ ବୟସ ପରେ ଏମାନେ ହୁଅନ୍ତି ଧନୀ: କିଣନ୍ତି ଘର, ଗାଡି, ଭୂମି, ମିଳେ ଗୋଟିଏ ପରେ ଗୋଟିଏ ସଫଳତା



