www.samajalive.in
Sunday, December 14, 2025
14.1 C
Bhubaneswar

କାଳବୈଶାଖୀର ତାଣ୍ଡବରେ ଉଡିଲା ଘର ଟିଣ ଛପର

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରିଗୁଡା ପଞ୍ଚାୟତର ବିନିସପୁର ଗ୍ରାମର  ଅଶୋକ କାଡ୍ରାକାଙ୍କ ଘରର ଛପର କାଳବୈଶାଖୀର ତାଣ୍ଡବରେ ଉଡି ଯାଇଥିବା ଦେଖିବାକୁ ମିଳିଛି । ଆଜି ଅପରାହ୍ନରେ କାଳବୈଶାଖୀର ତାଣ୍ଡବରେ ଜୋରରେ ପବନ ବହିବା ସାଙ୍ଗକୁ ଘଡଘଡି ସହ ପ୍ରବଳ ବର୍ଷା ହୋଇଥିଲା । ଯାହାଫଳରେ ବିନିସପୁର ଗ୍ରାମର ଜୟସିଂ କାଡ୍ରାକାଙ୍କ ପୁଅ ଅଶୋକକାଡ୍ରାକା ଘର ପବନରେ ଉଡାଇଦେଇ ଥିବା ବେଳେ ସ୍ତ୍ରୀ ଓ ୪ଟି ସନ୍ତାନକୁ ଧରି କେଉଁଆଡ଼େ ନ ଯାଇପାରି  ବର୍ଷାରେ ଭିଜି ଉକ୍ତ ଘରେ ପଡିରହିଛନ୍ତି । ଘରେ ଥିବା ଚାଉଳ, ମାଣ୍ଡିଆ, ପୋଷାକ, ସେଜ ପଟା ଘରର ସମସ୍ତ ଜିନିଷ ପତ୍ର ଭିଜି ନଷ୍ଟ ହୋଇଯାଇଛି । ବର୍ତ୍ତମାନ ଖବର ଲେଖା ହେବା ପର୍ଯ୍ୟନ୍ତ ବର୍ଷା କମିନଥିବା  ଦେଖିବାକୁ ମିଳିଛି । ବ୍ଲକର ମଧ୍ୟ କେତେ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବରେ ଗଛ ପଡିବା ସହ ଛପର ଉଡେଇ ଥିବା ଜଣାପଡିଛି । ଉକ୍ତ ବିଷୟରେ ରାଜସ୍ବ ନିରୀକ୍ଷକ, ସରପଞ୍ଚ ଙ୍କୁ  ଅବଗତ ହୋଇ ଏହି ପରିବାରକୁ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି । କଲ୍ୟାଣସିଂହପୁର  ପଞ୍ଚାୟତର ମହକୁମା କେଶବନାଇଗୁଡା ଗ୍ରାମର ତିନି ଜଣ ଭାସ୍କା କାଡ୍ରାକା,ତିରିପତି ପ୍ରାସ୍କା ଓ ମୋତି ବାଗ ଙ୍କ ଘରର ଟିଣ ଉଦେଇ ଥିବା ସୂଚନା ମିଳିଛି । ଉକ୍ତ ଖବର ପାଇ ସରପଞ୍ଚ ଗୌତମ ବାର୍ଲି ପହଞ୍ଚି ଥିବା ଜଣାପଡିଛି । ରାଜସ୍ୱ ନିରୀକ୍ଷକଙ୍କୁ ଅବଗତ କରି କ୍ଷୟ କ୍ଷତିର ଆକଳନ କରି ସରକାର ତରଫରୁ ସହାୟତା ଯୋଗାଇଦେବା ପାଇଁ ଦାବି କରିଛନ୍ତି ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories