www.samajalive.in
Sunday, December 14, 2025
23.1 C
Bhubaneswar

ଭାରତକୁ ବିଶ୍ବଗୁରୁ ହେବାର ସମ୍ଭାବନାକୁ ଏଯୁଗର ଧର୍ମପଦ ହୋଇ ଆଗେଇ ନେବେ ଛାତ୍ରଛାତ୍ରୀ

ଧାମରା : ଧାମରାରେ ଥିବା ପିଏମ ଶ୍ରୀ  ଧାମରାଇ ନୋଡାଲ ଉଚ୍ଚ ବିଦ୍ୟାଳୟରେ ୫୩ତମ ବାର୍ଷିକୋତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ ହୋଇଥିବା ସଭାକୁ ଓଡିଶା ବିଧାନସଭାର ମାନନୀୟା ବାଚସ୍ପତି ସୁରମା ପାଢୀ ଫିତାକାଟି ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ , ବିଶିଷ୍ଟ ଅତିଥି ଭାବେ ପୂର୍ବତନ ରାଜସ୍ୱ ମନ୍ତ୍ରୀ ତଥା ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ, ସମ୍ମାନୀତ ବକ୍ତା ଭାବେ ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର, ସମ୍ମାନୀତ ଅତିଥି ଭାବେ ଚଳଚିତ୍ର ନାୟକ ଶ୍ରୀତମ ଦାସ, ଏବଂ ଚଳଚିତ୍ର ନାୟିକା ପିଙ୍କି ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ବାଚସ୍ପତି ନିଜ ଭାଷଣରେ ଆଧୁନିକ ଭାରତର ପରିକଳ୍ପନା ୨୦୪୭ ସୁଦ୍ଧା ଭାରତ ବିଶ୍ୱଗୁରୁ ହେବାର ସମ୍ବାବନାକୁ ଏଯୁଗର ଛାତ୍ରଛାତ୍ରୀ ମାନେ ଧର୍ମପଦ ହୋଇ ଆଗେଇ ନେବେ ବୋଲି ଆଶା ବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି  ସୁରେଶ ପୂଜାରୀ ମଧ୍ୟ ଧାମରା ଭଳି ଅଂଚଳରେ ଏଭଳି ଶିକ୍ଷାନୁଷ୍ଠାନ ଗଢିଥିବା ଜୟକୃଷ୍ନ ଜେନାଙ୍କୁ ଭୂୟଶୀ ପ୍ରଶଂସା କରିଥିବା ବେଳେ ବିଶିଷ୍ଟ ଅତିଥି ମନମୋହନ ସାମଲ ଏଭଳି ଶିକ୍ଷାନୁଷ୍ଠାନ ପାଇଁ ରାଜ୍ୟ ସରକାର, ଅର୍ଥ ଠାରୁ ଶିକ୍ଷକ ଏବଂ ଭିତିଭୂମିର  କୌଣସି ଅଭାବ ରଖିବେ ନାହିଁ ବୋଲି ନିଜର ବକ୍ତବ୍ୟ ରଖିଥିଲେ ।

ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଟୁନା ମହାଳିକ ସଭାପତିତ୍ୱ କରିଥିବା ବେଳେ ଶିକ୍ଷକ ଶ୍ରୀପତି ଦାସ ଅତିଥି ପରିଚୟ , ସହକାରୀ ଶିକ୍ଷୟତ୍ରୀ ମନୀଷା ମହାଳିକ ଅଭିଭାଷଣ ଦେଇଥିବା ବେଳେ ବିଦ୍ୟାଳୟର କ୍ରୀଡା ଶିକ୍ଷକ ରାମଚନ୍ଦ୍ର ମାରାଣ୍ଡି ଧନ୍ୟବାଦ ଅର୍ପଣ କରିଥିବା ବେଳେ  ବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ଜୟକୃଷ୍ନ ଜେନା, ଧାମରା ପଂଚାୟତ ସମିତିସଭ୍ୟ ପାପା ଜେନା,ଅଭିମନ୍ୟୁ  ରାଉତ,  ଧାମରା ସରପଂଚଙ୍କ ପ୍ରତିନିଧି ଅର୍ଜୁନୀ ମାଝୀ, ପଂଚସଖା ଶିକ୍ଷାସେତୁର ସଭାପତି ନରହରି ମଲିକ,ବିଦ୍ୟାଳୟ ପରିଚାଳନା କମିଟିର ବିକାଶ ଜେନା , ଜାଗୁଳା ପଂଚାୟତର ସମାଜସେବୀ ଟୁଲୁ ପ୍ରଧାନ ପ୍ରମୁଖ ମଂଚାସୀନ ରହିବା ସହ ନିଜ ନିଜର ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଅତିଥି ଏବଂ ଅନ୍ୟ ମାନଙ୍କ ଦ୍ୱାରା ସମସ୍ତ କ୍ଷେତ୍ରରେ ପାରଦର୍ଶିତା କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଚଳଚିତ୍ର ନାୟିକା ପିଙ୍କି ପ୍ରଧାନ ଙ୍କ ନୃତ୍ୟ ମଧ୍ୟ ଦର୍ଶକ ମାନଙ୍କୁ ମୋହିତ କରିଥିଲା ।  ହୋଇଥିବା କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଟୁନା ମହାଳିକ ,ଶ୍ରୀ ପତି ଦାସ, ରାମଚନ୍ଦ୍ର ମାରାଣ୍ଡି ,ମନୀଷା ମହାଳିକ, ଗିରିଜା ଶଙ୍କର ଆଚାର୍ଯ୍ୟ. ସନ୍ତୋଷ  ଜେନା, ମୋନାଲିସା ଜେନା, ଶୁକୁମାରୀ ସିଂ, କୁସୁମଲତା ସେଠୀ. ସ୍ୱାତୀ ଶୁଭରେଖା ମହାନ୍ତି, ଚିରଞ୍ଜୀବ ମଲିକ, ଅଜୟ ନାୟକ, ସୁଶୀଳା କର, ଜ୍ୟୋତ୍ସାପ୍ରଭା ସାହୁ, କନକଲତା ପଣ୍ଡା, କାହ୍ନୁ ଚରଣ ଟୁଡୁ, ମନୁ ର୍ମୁର୍ମୁ, ହୃଶିକେଶ, ଅଶୋକ କୁମାର ବିଶ୍ୱାଳ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟସଭ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories