www.samajalive.in
Sunday, December 14, 2025
23.1 C
Bhubaneswar

କେନ୍ଦୁଝରରେ ଆରମ୍ଭ ହେଲା ଜାତୀୟ ହ୍ୟାଣ୍ଡବଲ ଚମ୍ପିୟନସିପ 

କେନ୍ଦୁଝର ସଦର : କେନ୍ଦୁଝରରେ ୩୯ତମ ଜାତୀୟ କନିଷ୍ଠ ବାଳକ ହ୍ୟାଣ୍ଡବଲ୍ ଚମ୍ପିୟନସିପ୍ ମ୍ୟାଚ୍ ଉଦଘାଟିତ ହୋଇଛି । ଦୀର୍ଘ ୪୫ ବର୍ଷ ପରେ କେନ୍ଦୁଝର ହ୍ୟାଣ୍ଡବଲ୍ ପଡ଼ିଆରେ ଆୟୋଜିତ ଏହି ଜାତୀୟସ୍ତରୀୟ ଚମ୍ପିଆନସିପକୁ ତେଲକୋଇ ବିଧାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଦଘାଟନ କରିଥିଲେ । ଏଥିରେ ସମ୍ନାନିତ ଅତିଥି ରୂପେ ଭାରତୀୟ ହ୍ୟାଣ୍ଡବଲ୍ ଆସୋସିଏସିନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆନନ୍ଦେଶ୍ଵର ପାଣ୍ଡେ ଯୋଗଦେଇଥିଲେ । ଏଥିରେ ୨୬ଟି ରାଜ୍ୟର ୫ଶହ ଖେଳାଳୀ ଯୋଗ ଦେଉଥିବା ବେଳେ, ଚମ୍ପିୟନସିପରେ ସମୁଦାୟ ୪୦ଟି ମ୍ୟାଚ୍ ଅନୁଷ୍ଠିତ ହେବ । ଆସନ୍ତା ୧୦ ତାରିଖରେ ଏହି ଜାତୀୟସ୍ତରୀୟ ଚମ୍ପିୟନସିପ୍  ମ୍ୟାଚରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୧୨ ତାରିଖରେ ଏହି ଜାତୀୟସ୍ତରୀୟ ଚମ୍ପିଆନସିପର ଉଦଯାପନୀ ମ୍ୟାଚ୍ ଅନୁଷ୍ଠିତ ହେବ ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories