www.samajalive.in
Sunday, December 14, 2025
26.1 C
Bhubaneswar

ବାଂଶପାଳରୁ ଜାପାନ ଯାତ୍ରା କରିବେ ଆଦିବାସୀ ଛାତ୍ର ସମ୍ବିତ ମୁଣ୍ଡା

କେନ୍ଦୁଝରଗଡ଼ : କେନ୍ଦୁଝର ଜିଲାର ସବୁଠାରୁ ଅନୁନ୍ନତ ତଥା ପଛୁଆ ଅଞ୍ଚଳ ଭାବେ ପରିଚିତ ବାଂଶପାଳ ବ୍ଲକର ଦଶମଶ୍ରେଣୀ ଛାତ୍ର ଆସନ୍ତା ୧୯ ତାରିଖରେ ଜାପାନ ଭ୍ରମଣରେ ଯିବା ସୁଯୋଗ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳାଇ ଦେଇଛି । ଘଟଗାଁ ବ୍ଲକ  ଗଦାଧରପୁରସ୍ଥିତ ଶ୍ରୀ ଗୁରୁକୁଳ ସ୍କୁଲରେ ହୋଇଥିବା ଏକ ରାଷ୍ଟ୍ରୀୟ ପ୍ରତିଯୋଗିତାରେ ଦଶମଶ୍ରେଣୀ ଛାତ୍ର ସମ୍ବିତ ମୁଣ୍ଡା ଶ୍ରେଷ୍ଠ ବିଜେତା ଭାବେ ପୁରସ୍କାର ସ୍ୱରୂପ ୭ ଦିନିଆ ଭ୍ରମଣ ନିମନ୍ତେ ଜାପାନ ଯିବେ ବୋଲି ଜଣାପଡିଛି । ମେଟା ଲର୍ଣ୍ଣ ଇନସ୍ପାୟାର ପ୍ରାଇଭେଟ ଲିମିଟେଡ଼ ଦ୍ୱାରା ଆୟୋଜିତ ‘ଇଣ୍ଡୋ-ଜାପାନ ଏକ୍ସଚେଞ୍ଜ ପ୍ରୋଗ୍ରାମ’ର ଏକ ଅଂଶବିଶେଷ ଅଟେ । ଯେଉଁଥିରେ ଛାତ୍ରଛାତ୍ରୀମାନେ ଜାପାନର ଶିକ୍ଷା, ସଂସ୍କୃତି ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟା ସମ୍ପର୍କରେ ଅଧିକ ଜ୍ଞାନ ଆହରଣର ସୁଯୋଗ ପାଇପାରିବେ । ମେଟା ଲର୍ଣ୍ଣ ଇନସ୍ପାୟାର ପ୍ରାଇଭେଟ ଲିମିଟେଡ଼ ଏହି ଯାତ୍ରା ସଫଳ କରିବା ପାଇଁ ସମସ୍ତ ପ୍ରୟାସ କରିବ । ଏହି ଯାତ୍ରା ଏକ ଅମୂଲ୍ୟ ଅଭିଜ୍ଞତା ଏବଂ ଜ୍ଞାନ ଦେବା ସହିତ ଛାତ୍ରଛାତ୍ରୀଙ୍କ ପ୍ରଶିକ୍ଷଣ ଏବଂ ଦୃଷ୍ଟିଭଙ୍ଗୀର ଉନ୍ନତି କରିବରେ ବିଶେଷ ସହାୟକ ହେବବୋଲି କୁହାଯାଇଛି । ଏହି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ର ସମ୍ବିତ ମୁଣ୍ଡା ସମେତ ଅନ୍ୟ ଛାତ୍ରଛାତ୍ରୀମାନେ ଏକ ନୂତନ ଦୃଷ୍ଟିକୋଣ ଓ ଅନ୍ତର୍ଜାତିକସ୍ତରରେ ନେତୃତ୍ୱ ଦକ୍ଷତା ଅର୍ଜନ କରିପାରିବେ । ଆମ ଜିଲାର ଗର୍ବ ଏହି ବିଦ୍ୟାଳୟ ସ୍ଥାପନା ଠାରୁ ଆଜି ପର୍ଯ୍ୟନ୍ତ ଚାତ୍ରଛାତ୍ରୀ ସବୁଠାରୁ ଭଲ ପରୀକ୍ଷା ଫଳ ଦେଇ ଆସିଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଈଁ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଥାଏ। ଏହି ସଫଳତା ପାଇଁ ଛାତ୍ର ଶ୍ରୀ ମୁଣ୍ଡା ସ୍କୁଲର ଚେୟାରମ୍ୟାନ ଡ. ସତ୍ୟବ୍ରତ ସାହୁ, ବାପା କୃଷ୍ଣ ମୁଣ୍ଡା, କୋଡିପସା ପଞ୍ଚାୟତ ସରପଞ୍ଚ ତଥା ମା’ ଲଷ୍ମୀପ୍ରିୟା ମୁଣ୍ଡା ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ  କୃତଜ୍ଞତା ଜଣାଇଛନ୍ତି ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories