www.samajalive.in
Sunday, December 14, 2025
23.1 C
Bhubaneswar

ସିମେଣ୍ଟ ଚୋରି, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ସିମେଣ୍ଟ ଚୋରି ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମୁଡ଼କାନି ଗାଁର ଜଗନ୍ନାଥ ଭୋଇ ଏବଂ ଚାରପାନି ଗାଁର ବିଜୟ ନାଗ। ଏମାନଙ୍କଠାରୁ ପୋଲିସ ୪୦ ବସ୍ତା ସିମେଣ୍ଟ, ୭ ହଜାର ଟଙ୍କା ସହ ଚୋରିରେ ବ୍ୟବହୃତ ପିକ୍ଅପ ଗାଡ଼ିକୁ ଜବତ କରିଛି। ଗିରଫ ଦୁଇ ଜଣଙ୍କ ଡ଼ାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇଥିଲା । ସୂଚନା ଅନୁସାରେ, ମୁଣ୍ଡକାନି ଗାଁରେ ମେଗା ପ୍ରକଳ୍ପ କାମ ଚାଲୁଛି। ସେଠାରେ ଜଗନ୍ନାଥ ଭୋଇ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ବେଳେ ଦୁଇ ତାରିଖ ସିମେଣ୍ଟ ଚୋରି ହୋଇଥିବା ଥାନାରେ ଅଭିଯୋଗ କରିଥିଲା। ପୁଲିସ କୌଣସି ସୂତ୍ରରୁ ଖବର ପାଇ ପିକଅପ ଗାଡ଼ିରେ ଚୋରି ସିମେଣ୍ଟ ଯାଉଥିବା ଖବର ପାଇଥିବା ବେଳେ ଚଢାଉ ସମୟରେ ସିମେଣ୍ଟ ବାହାରିଥିଲା। ଏଥିରେ ସିକ୍ୟୁରିଟି ଗାର୍ଡ ସହ ବିଜୟ ନାଗକୁ ଗିରଫ କରିଥିଲା ପୁଲିସ। ଏମାନେ ପୂର୍ବରୁ ମଧ୍ୟ ଏମିତି ୧୦୦ରୁ ଅଧିକ ବସ୍ତା ସିମେଣ୍ଟ ଚୋରି କରିନେଇଛନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories