ଯାତ୍ରା ମଞ୍ଚରେ ଆଉ ଦେଖାଯିବେନି ହାସ୍ୟାଭିନେତା ନରି ପଣ୍ଡା, ବ୍ୟାନ୍ କଲା ମାଲିକ ସଂଘ

ଭୁବନେଶ୍ଵର: ଆସନ୍ତା ଯାତ୍ରା ଋତୁରେ ମଞ୍ଚରେ ଦେଖାଯିବେନି ହାସ୍ୟାଭିନେତା ନରି ପଣ୍ଡା। ଅଭିନେତାଙ୍କୁ ବ୍ୟାନ୍ କରିଛି ଯାତ୍ରା ମାଲିକ ସଂଘ। ନରି ପଣ୍ଡାଙ୍କୁ ମାଡ଼ ମରା ଘଟଣାରେ ଯାତ୍ରା ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି। ଅନିର୍ଦ୍ଦିଷ୍ଟ କାଳ ପାଇଁ ନରି ପଣ୍ଡାଙ୍କୁ ବ୍ୟାନ୍ କରାଯାଇଥିବା ମାଲିକ ସଂଘର ସଭାପତି ଭାରତ ଭୂଷଣ ଦେଓ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ନିକଟରେ ତୁଳସୀ ଗଣନାଟ୍ୟ ମାଲିକଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ନରି। ମାଲିକ ତାଙ୍କ ମାଡ଼ ମାରିବାସହ ଗାଳି ଗୁଲଜ କରିଥିବା ଅଭିଯୋଗ କରିଥିଲେ ଅଭିନେତା।
Comments are closed.