www.samajalive.in
Thursday, December 11, 2025
27.1 C
Bhubaneswar

ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ସଚେତନତା କାର୍ଯ୍ୟକ୍ରମ 

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ପାର୍ଶାଲି ପଞ୍ଚାୟତର କାନସୁର ଗ୍ରାମ ନିକଟରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ଏଥିରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଞ୍ଜନ କୁମାର ଧଳଙ୍କ ଅଧ୍ୟକ୍ଷତାରେ ଶିକ୍ଷକ, ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ରହି ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ କରିଥିଲେ।
ବିଦ୍ୟାଳୟର ପ୍ରଧାନଶିକ୍ଷକ ସମେତ ବିକ୍ରାନ୍ତ କୁମାର ରାଣା, ଗୋବିନ୍ଦ ଚନ୍ଦ୍ର ଗମାଙ୍ଗ, ଉପାସୁ ହଂସ, ସରୋଜିନୀ ବେହେରା, ମଞ୍ଜୁଳା ଶବର, ତାପସ୍ୱିନୀ ଖଣ୍ଡାଇ, ସଞ୍ଜୁକ୍ତା ମାଣ୍ଡାଙ୍ଗି, ସବିତା ମାଣ୍ଡାଙ୍ଗି, ସୁବାସିନୀ ସିକକା, ଅନନ୍ତ କାଡ୍ରାକା,ସିକକା ଡ୍ରିକା, ସିକକା ଦୁକୁ ପ୍ରମୁଖ ନିୟମଗିରି ପାହାଡ ଉପରେ ଥିବା ୩୪ ଖଣ୍ଡ ଗ୍ରାମ ବୁଲି ବୁଲି ଡଙ୍ଗରିଆକନ୍ଧ ଲୋକମାନଙ୍କୁ ସଚେତନତା କରିଥିଲେ। ବର୍ତ୍ତମାନ ନିୟମଗିରି ପାହାଡର ଫାକେରି, ନିର୍ଗୁଣ୍ଡି, ତୁଟା, ପାର୍ଶାଲି, ଟେବାପଡା, ସାନ ଡେଙ୍ଗିଲେଲି, ଦାମାଗାଡ଼ା, ବୁଡୁଣୀ ଓ କଂସାରି ଖାଲ ଗ୍ରାମ ନୂତନ ଛାତ୍ରଛାତ୍ରୀଙ୍କୁ ଫୁଲ, ଚନ୍ଦନ ଲଗାଇବା ସହ ପୁଷ୍ପଗୁଚ୍ଛ ଦେଇ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ କୋଳରେ ବସେଇ ଖଡ଼ିଛୁଆଁ କରିଥିଲେ। ଏହି କାର୍ଯ୍ୟକ୍ରମ  ଚଳିତ ମାସ ୨ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବା ପରେ ସେମାନଙ୍କ ନାମ ବିଦ୍ୟାଳୟ ଖାତାରେ ପଞ୍ଜିକୃତ କରାଯିବ ପରେ ନିୟମିତ ଶିକ୍ଷାଦାନ କରାଯିବ ବୋଲି ଜଣାପଡିଛି। ଏହାକୁ ବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

୧୨ ବର୍ଷ ପରେ ବୁଧ-ବୃହସ୍ପତିଙ୍କ ମହାସଂଯୋଗ ; ଜାଣନ୍ତୁ କିଏ ହେବେ ମାଲାମାଲ୍‌, କାହାକୁ ମିଳିବ ନୂଆ ଚାକିରି, ସନ୍ତାନ ସୁଖ..

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories