www.samajalive.in
Monday, December 15, 2025
14.1 C
Bhubaneswar

ୱାକଫ ବିଧେୟକକୁ ନେଇ ଜେଡିୟୁରେ ଫାଟ, ଦଳ ଛାଡ଼ିଲେ ଆଉ ୩ ନେତା

ସମାଜ ଡିଜିଟାଲ ଡେସ୍କ: ୱାକଫ(ସଂଶୋଧନ) ବିଧେୟକକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ଜେଡିୟୁ ମଧ୍ୟରେ ଫାଟ ଦେଖିବାକୁ ମିଳିଛି। ସଂସଦରେ ଜେଡିୟୁ ବିଧେୟକକୁ ସମର୍ଥନ କରିବା ପରେ ଦଳ ଭିତରେ ରହିଥିବା ମୁସଲମାନ ବିଧାୟକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଦୁଇ ଦିନ ମଧ୍ୟରେ ୫ ଜଣ ନେତା ଦଳରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ୩ ଜଣ ନେତା ଦଳ ଛାଡ଼ିଛନ୍ତି। ଏହି ନେତାମାନେ ହେଲେ ନଦୀମ ଅଖତାର, ରାଜୁ ନାୟାର ଏବଂ ତବରେଜ ସିଦ୍ଦିକି ଆଲିଗ ଦଳ ଛାଡ଼ିଛନ୍ତି। ଏମାନଙ୍କ ପୂର୍ବରୁ ମହମ୍ମଦ ସହନାୱାଜ ମଲିକ ଏବଂ ମହମ୍ମଦ କାସିମ ଅନସାରୀ ଦଳରୁ ଇସ୍ତଫା ଦେଇଥିଲେ।

ରାଜୁ ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି ଯେ, ଲୋକସଭାରେ ୱାକଫ ବିଧେୟକ ଗୃହୀତ ହେବା ଏବଂ ଜେଡିୟୁ ଏହାକୁ ସମର୍ଥନ କରିବା ପରେ ସେ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି, ମୁସଲମାନଙ୍କୁ ଦମନ କରିବା ଲାଗି ଏହି କଳା ଆଇନ ସରକାର ଆଣିଛନ୍ତି। ଏହା ତାଙ୍କୁ ବଡ଼ ଆଘାତ ଦେଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories