www.samajalive.in
Monday, December 15, 2025
15.1 C
Bhubaneswar

ଉପଯୁକ୍ତ ପାରିଶ୍ରମିକ ପ୍ରଦାନ ନିମନ୍ତେ ବିଡିଓଙ୍କୁ ଦାବି ପତ୍ର ଦେଲା ପଞ୍ଚାୟତ ମହିଳା ମହାସଂଘ

ପାଟଣା : ପାଟଣା ବ୍ଲକରେ କାର୍ଯ୍ୟ କରୁଥିବା ବ୍ଲକ ସ୍ତରୀୟ ପଞ୍ଚାୟତ ମହାସଂଘ ତଥା ମିଶନଶକ୍ତି କର୍ମୀ ସଙ୍ଘ ତରଫରୁ ଉପଯୁକ୍ତ ପ୍ରାପ୍ୟ ପ୍ରଦାନ ନିମନ୍ତେ ଆଜି ପାଟଣା ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ପାଟଣା ବ୍ଲକରେ ଓଡ଼ିଶା ଜୀବିକା ମିଶନ ଅଧିନସ୍ଥ ୨୦ଟି ପଞ୍ଚାୟତରେ କମ୍ୟୁନିଟି ସପୋର୍ଟ ଷ୍ଟାଫ ଯଥା ଏମବିକେ, ସିଆରପିସିଏମ, ବ୍ୟାଙ୍କ ମିତ୍ର, କୃଷି ମିତ୍ର, ପ୍ରାଣୀ ମିତ୍ର, ଏବଂ ଏଲଏସପି ମାନେ ୨୦୧୭ ମସିହାରୁ କାର୍ଯ୍ୟ କରୁଛନ୍ତି। ପୂର୍ବ ସରକାର ସମୟରେ ଏମବିକେ ମାନେ ୧୦୭୫୦, ଏଲଏସପି ଓ ବ୍ୟାଙ୍କ ମିତ୍ର ୬୨୫୦,କୃଷି ମିତ୍ର, ପ୍ରାଣୀ ମିତ୍ର,ସିଆରପିସିଏମ ମାନେ ୬୧୦୦ ଟଙ୍କା ଲେଖାଏଁ ପାରିଶ୍ରମିକ ପାଉଥିଲେ। ଏବେ ନୂତନ ସରକାର ଗଠନ ପରେ ଏହି ପାରିଶ୍ରମିକ କମାଇ ପୂର୍ବ ପ୍ରାପ୍ୟର ଅଧା ପ୍ରଦାନ କରୁଛନ୍ତି। ସେମାନଙ୍କ ଦାବି ମୁତାବକ ମହିଳା ମାନଙ୍କ ଆର୍ଥିକ ଉନ୍ନତି ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନା କୁ କାର୍ଯ୍ୟ କାରୀକରିବା ପାଇଁ ଅକ୍ଲାନ୍ତ ପରିଶ୍ରମ ଅନୁଯାୟୀ କରୁଛନ୍ତି। ପରିଶ୍ରମ ଅନୁଯାୟୀ ପାରିଶ୍ରମିକ ମିଳି ପାରୁନାହିଁ। ଯାହା ଫଳରେ ସେମାନଙ୍କୁ କାର୍ଯ୍ୟ କରିବା କଷ୍ଟକର ହେଉଛି।ପୂର୍ବରୁ ପାଉଥିବା ପାରିଶ୍ରମିକକୁ ପୁନର୍ବାର ପ୍ରଦାନ କରିବା ପାଇଁ ଆଜି ପାଟଣା ବିଡିଓଙ୍କୁ ସଙ୍ଘ ତରଫରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories