ଫୁଲବାଣୀ : ଜିଲା ଶ୍ରମ ବିଭାଗ ଓ ଜିଲା ପ୍ରଶାସନ, କନ୍ଧମାଳଙ୍କ ମିଳିତ ଆନୁକୂଲ୍ୟରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ଓଡ଼ିଆ ନାମଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା ଜିଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ଫୁଲବାଣୀ ସହରର ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନର ନାମଫଳକ ଓଡ଼ିଆରେ ଲେଖିବା ଏବଂ ଓଡ଼ିଆ ଭାଷାର ସମ୍ମାନ ପାଇଁ ଜନସାଧାରଣ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା।
ଏହି ପଦଯାତ୍ରାରେ ଅତିରିକ୍ତ ଜିଲାପାଳ କୁଶଳ ଚନ୍ଦ୍ର ନାୟକ, ଉପ ଜିଲ୍ଲାପାଳ ଭିକାରୀ ସାହୁ, ଜିଲା ଶ୍ରମ ଅଧିକାରୀ ବିଶ୍ବରଞ୍ଜନ କହଁର ଓ ଜିଲା ସଂସ୍କୃତି ଅଧିକାରୀ ତଥା ଭାରପ୍ରାପ୍ତ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅକ୍ଷୟ କୁମାର ସେଠୀ, ବିଭିନ୍ନ ସରକାରୀ କର୍ମଚାରୀ, ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତ୍ତା, ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ। ପଦଯାତ୍ରାକୁ ଅତିରିକ୍ତ ଜିଲାପାଳ ଓ ଉପଜିଲାପାଳ ଉଦ୍ ଘାଟନ କରିଥିବା ବେଳେ ଏହା ସମଗ୍ର ସହର ପରିକ୍ରମା କରିଥିଲା।



