www.samajalive.in
Monday, December 15, 2025
15.1 C
Bhubaneswar

ଓ୍ବାକଫ ବିଧେୟକ ବିରୋଧରେ ବିଭିନ୍ନ ରାଜ୍ୟରେ ବିକ୍ଷୋଭ

ସମାଜ ଡିଜିଟାଲ ଡେସ୍କ: ସଂସଦର ଉଭୟ ସଦନରେ ଓ୍ବାକଫ (ସଂଶୋଧନ) ବିଧେୟକ ପାରିତ ହେବା ପରେ ଏହାକୁ ନେଇ ବିଭିନ୍ନ ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଛି। ଜଏଣ୍ଟ ଫୋରମ ଫର ଓ୍ବାକଫ ପ୍ରୋଟେକ୍ସନ ନାମରେ ବ୍ୟାନର ଧରି ମୁସଲମାନ ସଂଗଠନଗୁଡ଼ିକ ରାସ୍ତାକୁ ଓହ୍ଲାଇଛନ୍ତି। ଶୁକ୍ରବାର ନମାଜ ପାଠ ପରେ ସଂଗଠନଗୁଡ଼ିକ ପକ୍ଷରୁ ଏହି ବିକ୍ଷୋଭ କରାଯାଇଛି।

ଗୁଜରାଟର ଅହମ୍ମଦାବରେ ବିକ୍ଷୋଭ ଶୋଭାଯାତ୍ରା ଚାଲିଥିବାବେଳେ ପୁଲିସ ଏଆଇଏମଆଇଏମ ଦଳର ରାଜ୍ୟ ମୁଖ୍ୟଙ୍କ ସମେତ ୪୦ ଜଣଙ୍କୁ ଅଟକ ରଖିଥିଲା। ଦଳର ସଭାପତି ସବିର କାବଲିଓ୍ବାଲାଙ୍କ ନେତୃତ୍ଵରେ ବିକ୍ଷୋଭକାରୀ ବିଜେପି ସରକାର ବିରୋଧରେ ନାରାବାଜି ଚଳାଇଥିଲେ।

- Advertisement -

କଲକାତାରେ ବିକ୍ଷୋଭକାରୀମାନେ ‘ଓ୍ବି ରିଜେକ୍ଟ ଓ୍ବାକଫ ଆମେଣ୍ଡମେଣ୍ଟ ବିଲ୍‌’ ବ୍ୟାନର ଧରି ଶୋଭାଯାତ୍ରା ଜରିଆରେ ପ୍ରତିବାଦ କରିଥିଲେ। ସେମାନେ କହିଥିଲେ ଯେ, ଦେଶକୁ ବିଭାଜନ କରିବା ଲାଗି ବିଜେପି ସରକାର ଏହି ବିଲ୍‌ ଆଣିଛନ୍ତି। ଏଭଳି ଏକଚ୍ଛତ୍ରବାଦ ଶାସନକୁ ଆମେ ବିରୋଧ କରୁଛୁ ବୋଲି ସେମାନେ କହିଥିଲେ। ସେହିପରି ବେଙ୍ଗାଲୁରୁ ଏବଂ ଚେନ୍ନଇରେ ମଧ୍ୟ ଶୋଭାଯାତ୍ରା ଆୟୋଜନ ହୋଇଛି। ଅଭିନେତାରୁ ରାଜନେତା ପାଲଟିଥିବା ବିଜୟ ମଧ୍ୟ କୋଏମ୍ବାଟୁରରେ ନିଜ ଦଳ ତାମିଲାଗା ଭେଟ୍‌ରି କାଜାଗମ କର୍ମକର୍ତ୍ତାଙ୍କ ସହିତ ବିକ୍ଷୋଭ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories