bjd gruha runa

ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଭାବେ ପଦୋନ୍ନତି ପାଇଲେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ

BJD Bijuli 480×75 Mob

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୭ଜଣ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍) ଅଧିକାରୀଙ୍କୁ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍) ଅଧିକାରୀ ଭାବେ ପଦୋନ୍ନତି ମିଳିଛି। ମଙ୍ଗଳବାର ଭାରତ ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, କଲ୍ୟାଣ କୁମାର ରଥ, ଶୁଭଶ୍ରୀ ନନ୍ଦ, ବିଜୟ କୁମାର ପୃଷ୍ଟି, କାଳିପ୍ରସନ୍ନ ମହାପାତ୍ର, ରଘୁରାମ ଆର. ଆୟର, ସତ୍ୟବ୍ରତ ରାଉତ ଏବଂ ଦୀପକ ରଞ୍ଜନ ଦାସଙ୍କୁ ଆଇଏଏସ୍‌କୁ ପଦୋନ୍ନତି ମିଳିଛି। ରାଜ୍ୟ ସରକାରଙ୍କ ୨୦୨୨ ତାଲିକା ଅନୁଯାୟୀ ଏହି ୭ଜଣଙ୍କୁ ପଦୋନ୍ନତି ମିଳିଛି ବୋଲି ମନ୍ତ୍ରଣାଳୟର ଅନୁସଚିବ ସଞ୍ଜୟ କୁମାର ଚୌରାସିଆ ବିଜ୍ଞପ୍ତିରେ ଦର୍ଶାଇଛନ୍ତି।

Comments are closed.