www.samajalive.in
Sunday, December 7, 2025
26.1 C
Bhubaneswar

ଝୋଡ଼ିଆ ଝିଅ ପାଇଲେ ଓଏଏସ୍‍

 କୋରାପୁଟ/କାଶୀପୁର: ପଛୁଆ ଗାଁର ଆଗୁଆ ଝିଅ ହୋଇ ଆଜି ନାରୀ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଝୋଡ଼ିଆ ସମ୍ପ୍ରଦାୟର ଜଣେ ଝିଅ। ପ୍ରଥମ ଝିଅ ଭାବେ ସେ ଓଏଏସ ପାଇଛନ୍ତି। ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ପୁହୁଣ୍ଡି ଅଞ୍ଚଳର ମୂଳ ବାସିନ୍ଦା ପ୍ରଭାତୀ ଝୋଡ଼ିଆ ଓଏଏସ (ଓଡ଼ିଶା ପ୍ରଶାସନିକ ସେବା)ପାଇବା ପରେ ତାଙ୍କ ନିଜ ଗାଁରେ ଖୁସିର ଲହରି ଖେଳିଯାଇଛି।
ଅନ୍ୟପକ୍ଷରେ କୋରାପୁଟ ସରକାରୀ ମହାବିଦ୍ୟାଳୟର ଗଣିତ ଅଧ୍ୟାପିକା ଭାବେ ସେ କାର୍ଯ୍ୟରତ ଥିବା ଯୋଗୁଁ ଏଭଳି ଖବର ସରକାରୀ ମହାବିଦ୍ୟାଳୟରେ କାର୍ଯ୍ୟରତ ସହକର୍ମୀ ଓ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ମହଲରେ ଖୁସିର ଲହରି ଖେଳାଇ ଦେଇଛି। ପ୍ରଭାତୀଙ୍କ ପୂର୍ବରୁ ଝୋଡ଼ିଆ ପରଜା ସମ୍ପ୍ରଦାୟର କେହି ଏଭଳି ସଫଳତା ପାଇ ନ ଥିବା ଜଣାଯାଇଛି। ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ପକ୍ଷରୁ ବାହରିଥିବା ବିଜ୍ଞପ୍ତି ପତ୍ର ସଂଖ୍ୟା ୧୦୧୫୪/୧୯.୧୨.୧୮ରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ୧୦୬ଜଣ ଓଏଏସ୍‍ ପାଇଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରଭାତୀଙ୍କ ସ୍ଥାନ ୭୬ନମ୍ବରରେ ରହିଥିବା ବେଳେ ଏସଟି ଓମେନ୍ସରେ ୨ ନମ୍ବର ର‍୍ୟାଙ୍କ ରହିଥିବା ଜଣାଯାଇଛି। ରାୟଗଡ଼ା ଜିଲାର ଉପାନ୍ତ କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ପୋଡ଼ାପାଡ଼ି ପଞ୍ଚାୟତ ପୁହୁଣ୍ଡିର ମୂଳ ବାସିନ୍ଦା ଝୋଡ଼ିଆ ପରଜା ସମ୍ପ୍ରଦାୟର ପ୍ରଭାତୀଙ୍କ ପିତା ମଙ୍ଗଳ ଝୋଡ଼ିଆ କୋରାପୁଟରେ ସରକାରୀ ଚାକିରି କରି ଅବସର ଗ୍ରହଣ କରିଥିବାବେଳେ ମା କୁମୁଦିନି ଝୋଡ଼ିଆ ଜଣେ ସୁଗୃହିଣୀ ଅଟନ୍ତି। ପ୍ରଭାତୀଙ୍କ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷା ରାୟଗଡ଼ାରେ କଟିଥିବାବେଳେ କୋରାପୁଟ ଡିଏଭି କଲେଜରେ ସେ କଲେଜ ପାଠ ପଢ଼ିବା ପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରିଥିଲେ। ଅଧ୍ୟାପନା ସହ ଦିନକୁ ୧୦ରୁ ୧୨ଘଣ୍ଟା ପରିଶ୍ରମ କରି ସେ ଏଭଳି ସଫଳତା ପାଇଥିବା ପ୍ରଭାତୀ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଘରେ ଚାରି ଭଉଣୀ ଓ ଦୁଇ ଭାଇ ଥିବାବେଳେ ଝିଅଙ୍କ ମଧ୍ୟରେ ପ୍ରଭାତୀଙ୍କ ସ୍ଥାନ ତୃତୀୟ। ପିଲାଦିନ ବହୁ କଷ୍ଟରେ ପାଠପଢ଼ାରେ ବିତିଥିବାବେଳେ ଏ ପର୍ଯ୍ୟନ୍ତ ସେ ପାଠପଢ଼ା ଜାରି ରଖିଛନ୍ତି। ଏଠାରେ ପ୍ରକାଶଥାଉକି ନିପଟ ପଲ୍ଲୀ ଅଞ୍ଚଳର ଏହି ଝିଅ ଦିଲ୍ଲୀ ପର୍ଯ୍ୟନ୍ତ ନିଜର ପ୍ରତିଭା ପ୍ରତିପାଦନ କରିସାରିଥିବାବେଳେ ଏଭଳି ସଫଳତା ଅବହେଳିତ ଅଞ୍ଚଳର ଯୁବପିଢ଼ି ପାଇଁ ପ୍ରେରଣା ସୃଷ୍ଟି କରିଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories