www.samajalive.in
Sunday, December 7, 2025
23.1 C
Bhubaneswar

‘ସ୍ୱାମୀଙ୍କୁ ହତ୍ୟା କରିବେ କେମିତି’ର ଲେଖିକା ସ୍ୱାମୀ ହତ୍ୟା ଅଭିଯୋଗରେ ଗିରଫ

ପୋର୍ଟଲାଣ୍ଡ(ଓରେଗନ୍‍) : ଏକ ବିଚିତ୍ର ଘଟଣାକ୍ରମେ ‘କୈସେ କରେ ପତି କି ମର୍ଡର’ ବା ସ୍ୱାମୀଙ୍କୁ କିପରି ହତ୍ୟା କରିବେ ଶୀର୍ଷକ ଉପନ୍ୟାସର ଲେଖିକା ସ୍ୱାମୀଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇଛନ୍ତି। ରୋମାଣ୍ଟିକ ଗଳ୍ପ ଓ ଉପନ୍ୟାସ ଲେଖିକା ୬୮ବର୍ଷୀୟା ନାନ୍ସି କ୍ରମ୍ପଟନ୍‍ ବ୍ରଫି ୬୩ବର୍ଷୀୟ ପତି ଡାନିଏଲ ବ୍ରଫିଙ୍କୁ ଗତ ଜୁନ୍‍ ୨ରେ ହତ୍ୟା କରିଥିଲେ। ଆଶ୍ଚର୍ଯ୍ୟର ବିଷୟ ହେଉଛି, ନାନ୍ସି ନିଜକୁ ନିଜେ ହିଁ ଏଥିପାଇଁ ଧରା ପକାଇଛନ୍ତି। ଏହି ଖବରକୁ ନେଇ ଏବେ ବେଶ୍‍ ଚର୍ଚ୍ଚା ଚାଲିଛି।
ଡାନିଏଲଙ୍କୁ ହତ୍ୟାର ଦିନକ ପରେ ନାନ୍ସି ଜୁନ୍‍ ୩ତାରିଖରେ ଫେସ୍‍ବୁକ୍‍ରେ ସ୍ୱାମୀଙ୍କ ମୃତ୍ୟୁ ପାଇଁ ଶୋକବାର୍ତ୍ତା ପ୍ରେରଣ କଲାବେଳେ ହତ୍ୟା ସମ୍ପର୍କରେ ସୂଚନା ଦେଇଥିଲେ। ଏଥିରେ ନାନ୍ସି ଲେଖିଥିଲେ, ‘ବନ୍ଧୁ ଓ ପରିବାରବର୍ଗ ଜାଣିବେ, ମୋ ସ୍ୱାମୀ ତଥା ସର୍ବୋତ୍ତମ ବନ୍ଧୁ ଡାନ୍‍ ବ୍ରଫି ଗତ କାଲି ପୂର୍ବାହ୍ଣରେ ହତ୍ୟାର ଶିକାର ହୋଇଛନ୍ତି। ଏ ସମ୍ପର୍କରେ ମୁଁ ତୁରନ୍ତ ସମସ୍ତଙ୍କୁ ଜଣାଇବାର ଉଚିତ ଥିଲେ ମଧ୍ୟ ସବୁ କିଛି ଠିକ୍‍ କରିପାରି ନଥିବାରୁ ଏଥିରେ ବ୍ୟତିକ୍ରମ ଘଟିଥିଲା। ଏବେ ସୁଦ୍ଧା ମୁଁ ସବୁକିଛି ଠିକ୍‍ଠାକ୍‍ କରିବାକୁ ସଂଗ୍ରାମ କରୁଛି। ଆସନ୍ତା କାଲି ରବିବାର ୪ତାରିଖ ସନ୍ଧ୍ୟାରେ ଓରେଗନ୍‍ କୁଲିନାରୀ ଇନ୍‍ଷ୍ଟିଚ୍ୟୁଟ୍‍ରେ ଶୋକସଭା ଆୟୋଜନ କରାଯାଉଛି, ଏଥିରେ ଯୋଗଦେଲେ ମୁଁ ଖୁସି ହେବି।’ ଏହି ଖବର ପରେ ପୁଲିସ ଡାନିଏଲଙ୍କ ମୃତ୍ୟୁ ନେଇ ସନ୍ଦେହରେ ପଡ଼ିଥିଲା। ପୁଲିସ ତାଙ୍କର ସମ୍ପର୍କୀୟଙ୍କୁ ପଚରାଉଚୁରା କରିବା ସହ ପ୍ରଥମେ ତିନି ଜଣ ମହିଳାଙ୍କୁ ଅଟକ ରଖିଥିଲା। ନାନ୍ସି ବିଭିନ୍ନ ଭାବେ ପୁଲିସକୁ ଚକ୍‍ମା ଦେବାକୁ ଚେଷ୍ଟା କରିଥିଲେ ମଧ୍ୟ ଶେଷରେ ଧରା ପଡ଼ିଥିଲେ।
ନାନ୍ସି ଆମେରିକାରେ ଜଣେ ରୋମାଣ୍ଟିକ ଉପନ୍ୟାସ ଲେଖିକା ଭାବେ ବେଶ୍‍ ପରିଚିତ। ତାଙ୍କ ପୁସ୍ତକର ଭଲ ପାଠକୀୟ ଆଦୃତି ରହିଛି। ଆମାଜନ୍‍ ମଧ୍ୟ ତାଙ୍କ ପୁସ୍ତକ ବିକ୍ରି ପାଇଁ ତାଲିକାଭୁକ୍ତ କରିଛି। ୨୦୧୫ରେ ‘ଦି ରଙ୍ଗ୍‍ ହଜ୍‍ବ୍ୟାଣ୍ଡ’ ନାମକ ତାଙ୍କ ଲିଖିତ ଉପନ୍ୟାସ ବେଶ୍‍ ଲୋକପ୍ରିୟତା ହାସଲ କରିଥିଲା। ଡାନିଏଲଙ୍କୁ ସେ ୨୭ବର୍ଷ ପୂର୍ବେ ବିବାହ କରିଥିଲେ। ଡାନିଏଲ ଓରେଗନ୍‍ କୁଲିନାରୀ ଇନ୍‍ଷ୍ଟିଚ୍ୟୁଟ୍‍ରେ ଚାକିରି କରୁଥିଲେ। ରୋଷେଇ ଘରେ ହିଁ ନାନ୍ସି ତାଙ୍କୁ ହତ୍ୟା କରିଥିଲେ; ଯାହାର ପ୍ରମାଣ ପୁଲିସ ସଂଗ୍ରହ କରିଛି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories