www.samajalive.in
Monday, December 15, 2025
24.1 C
Bhubaneswar

ଆପଲ୍‌କୁ ଜାରି ହୋଇନି ସମନ

ନୂଆଦିଲ୍ଲୀ: ଆପଲ ଆଇ-ଫୋନ କମ୍ପାନୀର ସତର୍କ ସୂଚନା ଆଧାରରେ ବିରୋଧୀ ଦଳଗୁଡିକ ସରକାରଙ୍କ ବିରୋଧରେ ଆଣିଥିବା ଗୁଇନ୍ଦାଗିରି ଅଭିଯୋଗ ଉପରେ ତଦନ୍ତ ଆରମ୍ଭ ହୋଇଛି। ଏହି ଗୁଇନ୍ଦାଗିରି ଅଭିଯୋଗର ତଦନ୍ତ କ୍ରମରେ ଆପଲ କମ୍ପାନୀର ପ୍ରତିନିଧିଙ୍କୁ ସମନ କରାଯିବା ଲାଗି କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଅଭିଯୋଗର ତଦନ୍ତ କରୁଥିବା ସଂସଦର ସୂଚନା ପ୍ରଯୁକ୍ତି କମିଟି ମୁଖ୍ୟ ପ୍ରଚାର ରାଓ ଯାଦବ କହିଛନ୍ତି ଯେ ଆପଲ କମ୍ପାନୀର ପ୍ରତିନିଧିଙ୍କୁ ସମନ ଜାରି କରାଯିବ କି ନାହିଁ ତାହା ଉପରେ ବିଚାର ଚାଲିଛି। କାରଣ ଆପଲ କମ୍ପାନୀର ସତର୍କ ସୂଚନା ଆଧାରରେ ବିରୋଧୀ ରାଜନେତାମାନେ ସରକାରଙ୍କ ବିରୋଧରେ ଗୁଇନ୍ଦାଗିରିର ଅଭିଯୋଗ ଆଣିଛନ୍ତି। ଆପଲ୍‌ ଏହାର ସତର୍କ ସୂଚନାରେ ଉଲ୍ଲେଖ କରିଥିଲା ଯେ କୌଣସି ସରକାରୀ ଗୁଇନ୍ଦା ବିରୋଧୀ ରାଜନେତାଙ୍କ ଫୋନ ହ୍ୟାକ୍ କରିବାର ଆଶଙ୍କା ରହିଛି। ସୂଚନା ପ୍ରଯୁକ୍ତି (ଆଇଟି) କମିଟିର ସଦସ୍ୟ ଥିବା କଂଗ୍ରେସ ସାଂସଦ କୀର୍ତ୍ତି ଚିଦମ୍ବରମ୍‌ ତଦନ୍ତ ଲାଗି ଆପଲ କମ୍ପାନୀର ପ୍ରତିନିଧିଙ୍କୁ ସମନ ଜାରି କରିବା ଲାଗି କମିଟି ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି।

https://samajalive.in/ecoretreat-cm-odisha/509357.html

- Advertisement -

ବିରୋଧୀଙ୍କ ଏହି ଗୁଇନ୍ଦାଗିରି ଅଭିଯୋଗ ଉପରେ ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ବୁଧବାର କହିଛନ୍ତି ଯେ ଆପଲ୍ ଫୋନ ହ୍ୟାକିଂ ସମ୍ପର୍କିତ ସତର୍କ ସୂଚନା ଜାରି କରିଛି ତା’ ପଛରେ ଜର୍ଜ ସୋରୋସଙ୍କ ସମ୍ପୃକ୍ତି ରହିଛି। ଜର୍ଜ ସୋରୋସ ଜଣେ ଆମେରିକା କୋଟିପତି ସାମାଜିକକର୍ମୀ। ‘ଆକ୍‌ସେସ୍‌ ନାଓ’ ନାମକ ନେଟୱର୍କ ଜରିଆରେ ବିରୋଧୀ ରାଜନେତା ସତର୍କ ସୂଚନା ପାଇଥିଲେ। ଏହି ଆକ୍‌ସେସ୍‌ ନାଓ ନେଟୱର୍କକୁ ସୋରୋସ୍ ପାଣ୍ଠି ଯୋଗାଉଛନ୍ତି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories