www.samajalive.in
Friday, December 5, 2025
26.1 C
Bhubaneswar

୪ ଇକୋରିଟ୍ରିଟ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବୁଧବାର ରାଜ୍ୟର ଚାରୋଟି ସ୍ଥାନରେ ଇକୋରିଟ୍ରିଟ୍‌ର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ କୋରାପୁଟର ପୁଟସିଲ୍‌, ସାତକୋଶିଆ, ହୀରାକୁଦ, ଦାରିଙ୍ଗବାଡ଼ି ଭଳି ୪ଟି ସ୍ଥାନରେ ଇକୋରିଟ୍ରିଟ୍‌ର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି, ୪ବର୍ଷ ଧରି ଇକୋରିଟ୍ରିଟ୍‌ ସଫଳତାର ସହ ଆୟୋଜନ ହୋଇଛି। ଏହାକୁ ଭ୍ରମଣକାରୀ ଓ ପର୍ଯ୍ୟଟକ ଉଚ୍ଚ ପ୍ରଶଂସା କରିଛନ୍ତି। ଭ୍ରମଣକାରୀଙ୍କୁ ତାରକା ବର୍ଗର ଆତିଥେୟତା ପ୍ରଦାନ କରାଯାଉଛି ବୋଲି କହିଥିଲେ। ଡିସେମ୍ବର ୧ରେ ଭିତରକନିକା ଓ ପାତିସୋନପୁର ବେଳାଭୂମିରେ ଆରମ୍ଭ ହୋଇ ଫେବୃଆରୀ ୨୯ ପର୍ଯ୍ୟନ୍ତ ଚାଲିବ। ତୃତୀୟ ପର୍ଯ୍ୟାୟ ଡିସେମ୍ବର ୧୫ରୁ କୋଣାର୍କରେ ଇକୋରିଟ୍ରିଟ୍‌ ଆରମ୍ଭ କରାଯିବ।

https://samajalive.in/electoral-bond-supreme-court/509360.html

- Advertisement -

୨୦୧୯ରେ କୋଣାର୍କର ରାମଚଣ୍ଡୀ ସମୁଦ୍ର ବେଳାଭୂମିରେ ଇକୋରିଟ୍ରିଟ୍‌ ପ୍ରଥମ ସଫଳତା ପାଇବା ପରେ ୨୦୨୦ରେ ସାତକୋଶିଆ(ବାଲିପୁଟ), ଭିତରକନିକା, ଦାରିଙ୍ଗବାଡି ଓ ହୀରାକୁଦରେ ଇକୋରିଟ୍ରିଟ୍‌ ଆରମ୍ଭ କରାଯାଇଥିଲା। ସେହିପରି ୨୦୨୨ରେ କୋରାପୁଟର ପୁଟସିଲ୍‌ ଓ ସୋନପୁର ସମୁଦ୍ର ବେଳାଭୂମିରେ ଆଉ ଦୁଇଟି ସ୍ଥାନରେ ଇକୋରିଟ୍ରିଟ୍‌ ଆରମ୍ଭ କରାଯାଇଥିଲା। ଇକୋ ରିଟ୍ରିଟ୍‌ରେ ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ବିବିଧ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ପର୍ଯ୍ୟଟକଙ୍କୁ ରାତ୍ରିଯାପନ ସୁବିଧା ପାଇବା ସହିତ ଜଳକ୍ରୀଡା, ସାନ୍ଧ୍ୟକାଳୀନ ଭ୍ରମଣ, ସାଂସ୍କୃତିକ କାର୍ଯ୍ୟକ୍ରମ, ରେସ୍ତୋରାଁ, ଚିତ୍ତବିନୋଦନ କରିପାରିବେ। ଆଜିଠାରୁ ଆରମ୍ଭ ହୋଇଥିବା ୪ଟି ଇକୋରିଟ୍ରିଟ୍‌ରେ ୨୫ ତମ୍ବୁରେ ପର୍ଯ୍ୟଟକ ଓ ଭ୍ରମଣକାରୀଙ୍କ ରହିବା ବ୍ୟବସ୍ଥା କରାଯାଇଛି। ହୀରାକୁଦ ନିକଟରେ ଦେବ୍ରିଗଡ ବନ୍ୟଜନ୍ତୁ ଅଭୟାରଣ୍ୟ ଏବଂ ଜଳଭଣ୍ଡାର ଅବସ୍ଥିତ। ଏଠାରେ ପାରାସେଲିଂ, ଜେଟ୍ ସ୍କିଂ, ବାନାନା ଡଙ୍ଗା ଚାଳନା ଇତ୍ୟାଦି ବିଭିନ୍ନ ରୋମାଞ୍ଚକର ଜଳ କ୍ରୀଡାର ସୁଯୋଗ ଭ୍ରମଣକାରୀ ପାଇପାରିବେ। ସେହିପରି ଦାରିଙ୍ଗବାଡିର ସୁନ୍ଦର ଉପତ୍ୟକା ଏବଂ ମାଳଭୂମି ଏବଂ କଫି ବଗିଚା ବୁଲିବାର ସୁଯୋଗ ପାଇବେ ପର୍ଯ୍ୟଟକ। ସାତକୋଶିଆରେ ମହାନଦୀ ସହିତ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ ରହିଛି। ଏଠାରେ ଭଲିବଲ୍, ତୀରନ୍ଦାଜ, ରାଇଫଲ୍ ଗୁଳି, ସାଂସ୍କୃତିକ କାର୍ଯ୍ୟକ୍ରମର ପରିବେଷଣର ସୁବିଧା କରାଯାଇଛି। କୋରାପୁଟ ଜିଲାର ଦେଓମାଳି ପାହାଡ଼ ଉପରେ ପୁଟସିଲ୍‌ ଅବସ୍ଥିତ। ପୁଟସିଲ୍‌ ଉପତ୍ୟକାକୁ ଯିବା ବାଟରେ ଜଳପ୍ରପାତ, କଫି ବଗିଚା ପର୍ଯ୍ୟଟକ ଉପଭୋଗ କରିପାରିବେ।

Hot this week

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

Related Articles

Popular Categories