www.samajalive.in
Sunday, December 7, 2025
26.1 C
Bhubaneswar

ଭାରତର କଡ଼ା ଜବାବ; ଚୀନ ନାଗରିକଙ୍କ ଯାତ୍ରା ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ଚୀନ ନାଗରିକଙ୍କୁ ଭାରତ ମନା। କୌଣସି ଚୀନ ନାଗରିକ ଏଣିକି ଭାରତ ଆସିପାରିବେ ନାହିଁ। ଚୀନ ନାଗରିକଙ୍କ ଭାରତ ଯାତ୍ରା ଉପରେ ପ୍ରତିବନ୍ଧିକ ଲଗାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିମାନ କମ୍ପାନୀଗୁଡ଼ିକୁ ଅଣଆନୁଷ୍ଠାନିକ ଭାବେ ନିର୍ଦେଶ ଦିଆଯାଇଛି। ଗତ ନଭେମ୍ବରରେ ଚୀନ ପକ୍ଷରୁ ଭାରତୀୟ ଯାତ୍ରୀମାନଙ୍କ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ଭାରତ ସରକାର ଏହାର କଡ଼ା ଜବାବ ଦେଇ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି।

ବର୍ତ୍ତମାନ ସମୟରେ ଭାରତ ଏବଂ ଚୀନ ମଧ୍ୟରେ ବିମାନ ଚଳାଚଳ ବନ୍ଦ ରହିଛି। କିନ୍ତୁ ବିଦେଶୀ ଯାତ୍ରୀମାନଙ୍କ ଲାଗି ବର୍ତ୍ତମାନର ମାନଦଣ୍ଡ ଅନୁସାରେ ଚୀନ ଯାତ୍ରୀମାନେ ଏପରି ୩ଟି ଦେଶକୁ ଯାତ୍ରା କରୁଛନ୍ତି, ଯେଉଁ ଦେଶମାନଙ୍କ ସହିତ ଭାରତର ‘ଏୟାର ବବ୍ବଲ’ ଚୁକ୍ତି ରହିଛି। ଚୀନ ନାଗରିକମାନେ ସମ୍ପୃକ୍ତ ୩ଟି ଦେଶକୁ ଯାଇ ସେଠାରୁ ଭାରତ ଯାତ୍ରା କରୁଛନ୍ତି। ସେହି ଦେଶଗୁଡ଼ିକରେ ରହୁଥିବା ଚୀନ ନାଗରିକ ନିଜର କାମ ଏବଂ ବାଣିଜ୍ୟ ବ୍ୟବସାୟ ଲାଗି ଭାରତ ଆସୁଛନ୍ତି।

- Advertisement -

ତେଣୁ ଗତ ସପ୍ତାହର ଶେଷ ଆଡକୁ ଭାରତ ପକ୍ଷରୁ ଭାରତୀୟ ଏବଂ ବିଦେଶୀ ବିମାନ କମ୍ପାନୀଗୁଡ଼ିକୁ ଚୀନ ନାଗରିକଙ୍କୁ ଭାରତକୁ ନ ଆଣିବା ଲାଗି ସ୍ବତନ୍ତ୍ର ଭାବେ ନିର୍ଦେଶ ନିଆଯାଇଛି। ବର୍ତ୍ତମାନ ଭାରତରେ ପର୍ଯ୍ୟଟକ ଭିଜା ବନ୍ଦ ରହିଛି। ତେବେ କୌଣସି କାର୍ଯ୍ୟ ଏବଂ ଅଣପର୍ଯ୍ୟଟକ ଭିଜା କ୍ଷେତ୍ରରେ ବିଦେଶୀମାନଙ୍କୁ ଭାରତ ଆସିବା ଲାଗି ଅନୁମତି ରହିଛି। ଏହାର ସୁଯୋଗ ନେଇ ଚୀନ ନାଗରିକମାନେ ଭାରତ ସହ ‘ଏୟାର ବବ୍ବଲ’ ଚୁକ୍ତି କରିଥିବା ୟୁରୋପୀୟ ଦେଶଗୁଡ଼ିକରୁ ଆସୁଥିବା ବିମାନରେ ଭାରତ ଯାତ୍ରା କରୁଛନ୍ତି।

ସରକାରଙ୍କ ଏପରି ଅଣଆନୁଷ୍ଠାନିକ ନିର୍ଦେଶ ପରେ ବିମାନ କମ୍ପାନୀଗୁଡ଼ିକର ଅଧିକାରୀମାନେ ଭାରତଠାରୁ ଲିଖିତ ନିର୍ଦେଶ ଚାହିଁଛନ୍ତି। ସେମାନେ କହିଛନ୍ତି, ଭାରତୀୟ ଅଧିକାରୀମାନଙ୍କଠାରୁ ଲିଖିତ ନିର୍ଦେଶ ମିଳିବା ପରେ ଏହା ଜରିଆରେ ସେମାନେ ଚୀନ ନାଗରିକଙ୍କୁ ଟିକେଟ୍‌ ବୁକିଂ ସମୟରେ ଭାରତ ଯାତ୍ରା ପାଇଁ ମନା କରିପାରିବେ।

ଉଲ୍ଲେଖଯୋଗ୍ୟ, ଚୀନର ବିଭିନ୍ନ ବନ୍ଦରରେ ଭାରତୀୟ ମାଲବାହୀ ଜାହାଜ ଫସିରହିଛନ୍ତି। ସେମାନଙ୍କୁ ବନ୍ଦରରେ ଓହ୍ଲାଇବାକୁ ଚୀନ ସରକାର ଅନୁମତି ଦେଉନାହାନ୍ତି। ଏପରି କି ଜାହାଜ ଚାଳକ ପରିବର୍ତ୍ତନ ଲାଗି ମଧ୍ୟ ଅନୁମତି ଦିଆଯାଉ ନାହିଁ, ଯାହା ଫଳରେ ବିଭିନ୍ନ ଜାହାଜରେ କାର୍ଯ୍ୟ କରୁଥିବା ପ୍ରାୟ ୧୫୦୦ ଭାରତୀୟ ପ୍ରଭାବିତ ହୋଇଛନ୍ତି। ସେହିପରି ଗତ ନଭେମ୍ବର ପ୍ରାରମ୍ଭରେ ଚୀନର ବୈଧ ଭିଜା ଅଥବା ନିବାସ ଅନୁମତି ପାଇଥିବା ଭାରତ ସହିତ କିଛି ଦେଶର ବିଦେଶୀ ନାଗରିକଙ୍କ ପ୍ରବେଶ ଉପରେ ଚୀନ କଟକଣା ଜାରି କରିଛି। କରୋନା ମହାମାରୀ କାରଣ ଦର୍ଶାଇ ଚୀନ ଏହି ପଦକ୍ଷେପ ନେଇଛି। ଏହାକୁ ଦୃଷ୍ଟିରେ ରଖି ଭାରତ ପକ୍ଷରୁ ଉପରୋକ୍ତ ପଦକ୍ଷେପ ନିଆଯାଇ କଡ଼ା ଜବାବ ଦିଆଯାଇଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories