www.samajalive.in
Friday, December 5, 2025
27.1 C
Bhubaneswar

ଟି-୨୦ ବିଶ୍ୱକପ: ଆଜି ଭାରତ-ବାଂଲାଦେଶ ମୁକାବିଲା

ୱେଷ୍ଟଇଣ୍ଡିଜ୍‌‌: ୱେଷ୍ଟଇଣ୍ଡିଜ୍‌‌ ଓ ଆମେରିକାରେ ଚାଲିଥିବା ଟି-୨୦ ବିଶ୍ୱକପ ୨୦୨୪ ସୁପର-୮ ଗ୍ରୁପ-ଏ ରେ ଶନିବାର ଭାରତ ଓ ବାଂଲାଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ହେବାକୁ ଯାଉଛି। ଆଣ୍ଟିଗୁଆର ସାର ଭିଭିଆନ ରିଚାର୍ଡସ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ଏହି ମ୍ୟାଚ ଭାରତ ଅପେକ୍ଷା ବାଂଲାଦେଶ ପାଇଁ କର ବା ମର ସଦୃଶ ହୋଇଛି। ଭାରତ ଆଜିର ମ୍ୟାଚକୁ ଜିତି ସେମିଫାଇନାଲକୁ ଉନ୍ନୀତ ହେବାର ଲକ୍ଷ୍ୟ ରଖିଥିବାବେଳେ ବାଂଲାଦେଶ ପ୍ରତ୍ୟାବର୍ତ୍ତନ ନେଇ ଜୋରଦାର ଉଦ୍ୟମ କରିବ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ସୁପର-୮ର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ୪୭ ରନରେ ପରାସ୍ତ କରିଥିଲା। ବ୍ୟାଟିଂ ଓ ବୋଲିଂରେ ଭାରତ ଚମତ୍କାର ପ୍ରଦର୍ଶନ କରି ଏହି ମ୍ୟାଚରେ ବିଜୟ ହାସଲ କରିଥିଲା।
ଓପନିଂରେ ରୋହିତ ଶର୍ମା ଓ ବିରାଟ କୋହଲି ପୁଣି ବିଫଳ ହୋଇଥିଲେ। ବିରାଟ କିଛି ସମୟ କ୍ରିଜରେ ତିଷ୍ଠି ରହିବା ସହ ୨୪ ରନ କରିଥିଲେ ମଧ୍ୟ ବଡ ଇନିଂସ ଖେଳିପାରିନଥିଲେ। ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ବ୍ୟାଟିଂ ସ୍ଥିତିକୁ ସମ୍ଭାଳିଥିଲେ। ବାଂଲାଦେଶ ବିପକ୍ଷ ମ୍ୟାଚରେ ଭାରତ ଶିଭମ ଦୁବେଙ୍କ ସ୍ଥାନରେ ସଞ୍ଜୁ ସାମସନ୍‌‌ କିମ୍ବା ଯଶସ୍ୱୀ ଜୟସୱାଲଙ୍କୁ ଖେଳାଇବା ନେଇ ଆଶା କରାଯାଉଛି। ବାଂଲାଦେଶ ବିପକ୍ଷରେ ଦଳ ବୋଲିଂରେ କୌଣସି ପରିବର୍ତ୍ତନ କରିବା ନେଇ ଆଶା କରାଯାଉନାହିଁ। ଉଭୟ ବ୍ୟାଟିଂ ଓ ବୋଲିଂରେ ଦଳ ସନ୍ତୁଳିତ ରହିଥିବାରୁ ବାଂଲାଦେଶକୁ ହରାଇ ସେମିରେ ପହଞ୍ଚିବା ନେଇ ଦୃଢ ଆଶାବାଦୀ ରହିଛି। ସେହିପରି ବାଂଲାଦେଶ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ନିକଟରୁ ଡକ୍‌‌ୱଥ ଲୁଇସ୍‌‌ ନିମୟ ଆଧାରରେ ୨୮ ରନରେ ପରାଜିତ ହୋଇଥିଲା। ଦଳକୁ ସେମିଫାଇନାଲ ଦୌଡରେ ତିଷ୍ଠି ରହିବାକୁ ହେଲେ ଭାରତ ବିପକ୍ଷ ମ୍ୟାଚକୁ ନିଶ୍ଚିତ ବିଜୟ ହାସଲ କରିବାକୁ ପଡିବ।

 

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories