www.samajalive.in
Friday, December 5, 2025
26.1 C
Bhubaneswar

ବାଲେଶ୍ବରରେ ସୁଧୁରିଛି ସ୍ଥିତି: ଆଜି ସକାଳ ୫ଟାରୁ ଅପରାହ୍ନ ୨ଟା ଯାଏଁ କର୍ଫ୍ୟୁ କୋହଳ

ବାଲେଶ୍ୱର : ଭୁଲ ବୁଝାମଣାରୁ ଦୁଇ ଗୋଷ୍ଠୀ ମଧ୍ୟରେ କନ୍ଦଳ ଯୋଗୁଁ ବାଲେଶ୍ବର ପୌରାଞ୍ଚଳ​ରେ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ସେଥିରେ ଏବେ ସୁଧାର ଆସିଛି। ସମସ୍ତଙ୍କ ସହଯୋଗରୁ ଏହା ସମ୍ଭବ ହୋଇଥିବା ଜିଲାପାଳ ଆଶିଷ ଠାକରେ କହିଛନ୍ତି। ଆଜି କର୍ଫ୍ୟୁ କୋହଳ ସମୟ ୯ ଘଣ୍ଟା ବୃଦ୍ଧି ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆଜି ସକାଳ ୫ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି। ସମସ୍ତ ଲ୍ୟାଣ୍ଡଲାଇନ୍‌ ଇଣ୍ଟରନେଟ୍‌ ସେବାକୁ ଆଜିଠାରୁ କାର୍ଯ୍ୟକ୍ଷମ କରାଯିବ। ତେବେ ମୋବାଇଲ ଇଣ୍ଟରନେଟ୍‌ ସେବା ଉପରେ କଟକଣା ଏବେ ବି ବଳବତ୍ତର ରହିଛି। ଲାଣ୍ଡଲାଇନ୍‌ ଇଣ୍ଟରନେଟ୍‌ ସେବା ଦ୍ବାରା ବ୍ୟାଙ୍କ ସମେତ ବିଭିନ୍ନ ଅଫିସରୁ ଜନ ସାଧାରଣଙ୍କୁ ସେବା ମିଳିପାରିବ ବୋଲି ସେ କହିଛନ୍ତି। କର୍ଫ୍ୟୁ ସହରର ୩ ଥାନା ଅଞ୍ଚଳରେ ଲାଗିଥିଲା।  ଆଜିଠାରୁ ଶିଳ୍ପାଞ୍ଚଳରୁ କର୍ପ୍ୟୁକୁ ଉଠାଇ ଦିଆଯାଇଛି । କେବଳ ସହଦେବଖୁଣ୍ଟା ଓ ଟାଉନଥାନା ଅଞ୍ଚଳରେ କର୍ଫ୍ୟୁ ବଳବତ୍ତର ରହିଛି । ତେବେ ସହର ମଧ୍ୟରେ ଥିବା ସମସ୍ତ ସ୍କୁଲ କଲେଜ ଆଜି ମଧ୍ୟ ବନ୍ଦ ରହିଛି।  ସୋମବାର ଠାରୁ ଜିଲାର ଅନ୍ୟ ଅଞ୍ଚଳ ଭଳି ସବୁ ସ୍କୁଲ କଲେଜ ଖୋଲିବା ପାଇଁ ବିଚାର ବିମର୍ଶ କରାଯାଉଥିବା ଜିଲାପାଳ କହିଛନ୍ତି। ଅନ୍ୟପକ୍ଷରେ ଦୁଇଦିନ ଧରି ଲିଜ୍‌ ଲାଇନ ଇଣ୍ଟରନେଟ ସେବା କାର୍ଯ୍ୟକ୍ଷମ ଥିବାବେଳେ ଗୃହ ବିଭାଗର ଅନୁମୋଦନ କ୍ରମେ ଆଜିଠାରୁ ସହରର ସମସ୍ତ ଲ୍ୟାଣ୍ଡଲାଇନ ବ୍ରଡ଼ବ୍ୟାଣ୍ଡ ଓ ୱାଇଫାଇ ଇଣ୍ଟରନେଟ କାର୍ଯ୍ୟକ୍ଷମ ହେବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ସ୍ଥିତି ବିଗାଡ଼ିବାକୁ ବିଭିନ୍ନ ମହଲରୁ ଗୁଜବ ସୃଷ୍ଟି ପାଇଁ ହେଉଥିବା ଉଦ୍ୟମକୁ ଏଡ଼େଇବା ନିମନ୍ତେ ମୋବାଇଲ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି। ଖୁବଶୀଘ୍ର ଏହାକୁ କାର୍ଯ୍ୟକ୍ଷମ କରାଯିବ ବୋଲି ସେ କହିଛନ୍ତି। ତେବେ ଫୋନ ଯୋଗେ ମିଛ ଗୁଜବ ପ୍ରଚାର କରୁଥିବା ଲୋକଙ୍କ କଥା ବିଶ୍ବାସ ନ କରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ଖୁବଶୀଘ୍ର ଶାନ୍ତି କମିଟି ବୈଠକ ଆମନ୍ତ୍ରଣ ସହ ଉଭୟ ଗୋଷ୍ଠୀଙ୍କୁ ନେଇ ଆଲୋଚନା କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ଗୋଷ୍ଠୀ କନ୍ଦଳରେ ଗିରଫ ସଂଖ୍ୟା ୬୫ରେ ପହଞ୍ଚିଥିବା ସାମ୍ବାଦିକ ସମ୍ମିଳନୀରେ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories