www.samajalive.in
Monday, December 15, 2025
26.1 C
Bhubaneswar

ମ୍ୟାଁମାର ସୀମାରେ ଦିଆଯିବ ତାରବାଡ଼, ଖର୍ଚ୍ଚ ହେବ ୩ ୧ ହଜାର କୋଟି

ନୂଆଦିଲ୍ଲୀ: ମ୍ୟାଁମାର ପଟୁ ଅନୁପ୍ରବେଶ ରୋକିବାକୁ ଭାରତ ସରକାର ୧,୬୪୩ କିଲୋମିଟର ବ୍ୟାପୀ ସୀମାରେ ତାରବାଡ଼ ଘେରାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୩୧ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ବୁଧବାର ବ୍ୟୟ ଅଟକଳକୁ ଭାରତ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ସୂଚନାଥାଉ କି ଭାରତର ମଣିପୁର, ମିଜୋରାମ, ନାଗାଲାଣ୍ଡ ଓ ଅରୁଣାଚଳ ପ୍ରଦେଶର ସୀମା ମ୍ୟାଁମାରକୁ ଲାଗିଛି। ମ୍ୟାଁମାର ପଟୁ ଭାରତର ବିଭିନ୍ନ ଅଞ୍ଚଳକୁ ଅସ୍ତ୍ରଶସ୍ତ୍ର ଓ ନିଶାଦ୍ରବ୍ୟ ଚୋରାଚାଲାଣ ହେଉଥିବା ବେଳେ ଏହାକୁ ରୋକିବାକୁ ଏହି ନିଷ୍ପତ୍ତି ହୋଇଛି। ମଣିପୁରରେ ଯେଉଁ ହିଂସା ସୃଷ୍ଟି ହୋଇଛି ତାହା ପଛରେ ମ୍ୟାଁମାର ଅନୁପ୍ରବେଶକାରୀ, ଅସ୍ତ୍ରଶସ୍ତ୍ର ଏବଂ ନିଶାଦ୍ରବ୍ୟ ଚୋରାଚାଲାଣର ଭୂମିକା ରହିଥିବା ଭାରତ ତରଫରୁ ଅଭିଯୋଗ ହୋଇଥିଲା। ମଙ୍ଗଳବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ ଇତିମଧ୍ୟରେ ୩୦ କିଲୋମିଟର ମ୍ୟାଁମାର ସୀମାରେ ତାରବାଡ଼ ଘେରାଇବା କାମ ଶେଷ ହୋଇ ସାରିଛି।
ସୂଚନାଥାଉ କି ଭାରତ-ମ୍ୟାଁମାର ଅବାଧ ଯାତାୟାତ ବ୍ୟବସ୍ଥାକୁ ଭାରତ ସରକାର ରଦ୍ଦ କରି ସାରିଛନ୍ତି। ଏହି ବ୍ୟବସ୍ଥା ଅନୁଯାୟୀ ଉଭୟ ଦେଶର ବାସିନ୍ଦା ବିନା କୌଣସି ବାଧାରେ ପ୍ରତିପକ୍ଷ ଦେଶର ୧୬ କିଲୋମିଟର ପର‌୍ୟ୍ୟନ୍ତ ଯାତ୍ରା କରି ପାରୁଥିଲେ। ଅନ୍ୟପକ୍ଷରେ ମଣିପୁର ସରକାର ସେଠାକାର ଜନସାଧାରଣଙ୍କୁ ନିତ୍ୟ ବ୍ୟବହାର‌୍ୟ୍ୟ ଦ୍ରବ୍ୟ ସୁଲଭ ମୂଲ୍ୟରେ ଯୋଗାଇ ଦେବାକୁ ୨୫ଟି ଭ୍ରାମ୍ୟମାଣ ଗାଡ଼ିର ବ୍ୟବସ୍ଥା କରିଛନ୍ତି। ସେହିପରି ମଣିପୁର ସରକାର ଉପତ୍ୟକାରେ ଥିବା ଜିଲାଗୁଡ଼ିକରେ ୧୬ ଓ ପର୍ବତାଞ୍ଚଳରେ ଥିବା ଜିଲାଗୁଡ଼ିକରେ ୮ଟି ନୂଆ ସୁଲଭ କେନ୍ଦ୍ର ଖୋଲିଛନ୍ତି। ଏଠାରେ ନିତ୍ୟ ବ୍ୟବହାର‌୍ୟ୍ୟ ଜିନିଷ ବିକ୍ରି କରାଯାଉଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories