www.samajalive.in
Friday, December 5, 2025
27.1 C
Bhubaneswar

ଶୁକ୍ର ଗ୍ରହ ଅଭିଯାନକୁ କ୍ୟାବିନେଟ ମଞ୍ଜୁରୀ, ପ୍ରସ୍ତୁତ କରାଯିବ ଚନ୍ଦ୍ରଯାନ-୪

ନୂଆଦିଲ୍ଲୀ: ଚନ୍ଦ୍ର,ମଙ୍ଗଳ ପରେ ଶୁକ୍ରଗ୍ରହ ସମ୍ପର୍କରେ ଅନୁଧ୍ୟାନ ନିମନ୍ତେ ଆବଶ୍ୟକ ଅଭିଯାନ କରିବା ଲାଗି କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନେଇଛି। ମହାଜାଗତିକ କ୍ଷେତ୍ରରେ ଅଧିକ ଗବେଷଣା ଲାଗି ଇସ୍ରୋ ପକ୍ଷରୁ ଭେନସ ଅର୍ବିଟ ମିଶନ (ଭିଓଏମ୍‌) ପାଇଁ ପ୍ରସ୍ତାବ ଦିଆଯାଇଥିବାବେଳେ ଏହାକୁ ସରକାର ଅନୁମୋଦନ କରିଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଉପରେ ମୋହର ବାଜିଛି। ୨୦୨୮ ମାର୍ଚ୍ଚରେ ଏହି ଅଭିଯାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଅଭିଯାନରେ ଶୁକ୍ରଗ୍ରହର ବାୟୁମଣ୍ଡଳ, ଭୂତତ୍ତ୍ବକୁ ଅନୁଧ୍ୟାନ ସହିତ ଅନ୍ୟାନ୍ୟ ବୈଜ୍ଞାନିକ ତଥ୍ୟ ସଂଗ୍ରହ କରାଯିବ। ଶୁକ୍ର ଆମର ପଡୋଶୀ ଉପଗ୍ରହ ହୋଇଥିବାରୁ ଏଠାରେ ପୃଥିବୀ ଗ୍ରହ ଭଳି ଅନୁରୂପ ପରିବେଶ ରହିଥିବା ଅନୁମାନ କରାଯାଉଛି। ଇସ୍ରୋର ଯୋଜନା ଅନୁଯାୟୀ ଶୁକ୍ର ଗ୍ରହର କକ୍ଷ ପଥକୁ ଏକ ମହାକାଶଯାନ ପଠାଯିବ। ଏହା ଶୁକ୍ରଗ୍ରହକୁ ପରିକ୍ରମଣ କରିବା ପୂର୍ବକ ବିଭିନ୍ନ ତଥ୍ୟ ସଂଗ୍ରହ କରିବ। ଏହି ଅଭିଯାନ ପାଇଁ ମୋଟ ୧୨୩୬ କୋଟି ଟଙ୍କା ଅନୁମୋଦନ କରାଯାଇଛି। ଏଥିରୁ ୮୨୪ କୋଟି ଟଙ୍କାରେ ମହାକାଶଯାନ ଓ ଉତ୍‌କ୍ଷେପଣ ଯାନ ତିଆରି କରାଯିବ। ଏହି ଅଭିଯାନରେ ଇସ୍ରୋ ସହିତ ଭାରତର ଶିଳ୍ପ ଓ ଶିକ୍ଷା ପ୍ରତିଷ୍ଠାନଗୁଡିକ ବିଶେଷ ଭୂମିକା ନିର୍ବାହ କରିବେ।
ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ ନିଷ୍ପତ୍ତି କ୍ରମେ ଚନ୍ଦ୍ର ସମ୍ପର୍କରେ ଅଧିକ ଅନୁଧ୍ୟାନ ଲାଗି ଚନ୍ଦ୍ରଯାନ-୪ ପ୍ରସ୍ତୁତ କରାଯିବ। ଏଥିପାଇଁ ୨୧୦୪ କୋଟି ଟଙ୍କା ଅନୁମୋଦନ କରାଯାଇଛି। ଚନ୍ଦ୍ରଯାନ-୪ ଅଭିଯାନରେ ଚନ୍ଦ୍ରପୃଷ୍ଠରୁ ପଥର ଓ ମାଟି ଅଣାଯିବ। ଆବଶ୍ୟକ ସ୍ଥଳରେ ଏହି ଅଭିଯାନରେ ଚନ୍ଦ୍ରପୃଷ୍ଠକୁ ମାନବ ପଠାଯିବାର ବ୍ୟବସ୍ଥା କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଆଗାମୀ ୩୬ମାସ ମଧ୍ୟରେ ଏହି ଅଭିଯାନ ପ୍ରସ୍ତୁତ କରାଯିବ। ଏହି ଅଭିଯାନରେ ଦୁଇଟି ମହାକାଶଯାନ ରହିବ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories