www.samajalive.in
Saturday, December 6, 2025
15.1 C
Bhubaneswar

ପେଜର ପରେ ୱାକିଟକି ବିସ୍ଫୋରଣ; ଲେବାନନ୍‌ରେ ହେଜବୋଲ୍ଲାର ୯ ସଦସ୍ୟ ମୃତ, ୩ ୦୦ ଆହତ

ବେରୁଟ୍‌: ଲେବାନନ୍‌ସ୍ଥିତ ହେଜବୋଲ୍ଲା ଆତଙ୍କବାଦୀମାନେ ବ୍ୟବହାର କରୁଥିବା ୱକିଟକି ବିସ୍ଫୋରଣ ହୋଇ ୯ଜଣଙ୍କର ମୃତ୍ୟୁ ହୋଇଛି। ମଙ୍ଗଳବାର ଲେବନାନ୍‌ ଓ ସିରିୟାରେ ହେଜବୋଲ୍ଲା ଆତଙ୍କବାଦୀ ସଂଗଠନ ସଦସ୍ୟଙ୍କ ପେଜର ବିସ୍ଫୋରଣ ହୋଇ ୧୨ ଜଣ ପ୍ରାଣ ହରାଇଥିବାବେଳେ ବୁଧବାର ୱାକିଟକି ବିସ୍ଫୋରଣ ଘଟିଛି। ଏହିସବୁ ବିସ୍ଫୋରଣ କିଏ ଓ କିପରି ଘଟାଉଛି ତାର କୌଣସି ସୂଚନା ମିଳିପାରୁ ନାହିଁ। ପେଜର ବିସ୍ଫୋରଣରେ ପ୍ରାୟ ୩ହଜାର ଆହତ ହୋଇଥିବାବେଳେ ଆଜି ୱାକିଟକି ବିସ୍ଫୋରଣରେ ଶତାଧିକ ହେଜବୋଲ୍ଲା ସଦସ୍ୟ ଆହତ ହୋଇଛନ୍ତି। ବୁଧବାର ହୋଇଥିବା ୱାକିଟକି ବିସ୍ଫୋରଣ ଲେବାନନର ରାଜଧାନୀ ବେରୁଟ୍‌ର ଉପକଣ୍ଠ ସିଡନରେ ହୋଇଛି। ମଙ୍ଗଳବାର ଆକ୍ରମଣରେ ପ୍ରାଣ ହରାଇଥିବା ହେଜବୋଲ୍ଲା ସଦସ୍ୟଙ୍କ ଅନ୍ତ୍ୟଷ୍ଟି କ୍ରିୟା ଉତ୍ସବରେ ଯୋଗଦେଇଥିବା ଲୋକଙ୍କ ମଧ୍ୟରୁ ଜଣଙ୍କର ୱାକିଟକି ବିସ୍ଫୋରଣ ହୋଇଥିବା ତେହରାନ ଟାଇମ୍ସ ରିପୋର୍ଟରେ କୁହାଯାଇଛି। ଅନ୍ୟ ଏକ ରିପୋର୍ଟ ଅନୁଯାୟୀ ଏକାଧିକ ସ୍ଥାନରେ ୱାକିଟକି ସହିତ କେତେକ ସ୍ଥାନରେ ସୋଲାର ବିଦ୍ୟୁତ୍ ସିଷ୍ଟମ୍‌ରେ ବିସ୍ଫୋରଣ ହୋଇଥିବା କୁହାଯାଇଛି। ପେଜର ବିସ୍ଫୋରଣ ପାଇଁ ହେଜବୋଲ୍ଲା ଇସ୍ରାଏଲକୁ ଦାୟୀ କରିଥିବାବେଳେ ୱାକିଟକି ବିସ୍ଫୋରଣ ଘଟଣାରେ ମଧ୍ୟ ଅନୁରୂପ ଭାବେ ଇସ୍ରାଏଲକୁ ଦାୟୀ କରିଛି। ମାତ୍ର ଏ ସମ୍ପର୍କରେ କୌଣସି ପ୍ରମାଣ ଉପସ୍ଥାପନ କରାଯାଇ ନାହିଁ। ଇସ୍ରାଏଲ ସହିତ ହେଜବୋଲ୍ଲାର ଶତ୍ରୁତା ଲାଗି ରହିଥିବାରୁ ଏପରି ଅଭିଯୋଗ କରାଯାଇଛି। ଅନ୍ୟପଟେ ଇସ୍ରାଏଲ ମଧ୍ୟ ଏହି ପ୍ରସଙ୍ଗରେ କିଛି ପ୍ରତିକ୍ରିୟା ଦେଇ ନାହିଁ। ଇସ୍ରାଏଲ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରି ନାହିଁ କି ଏହାକୁ ଅଗ୍ରାହ୍ୟ ମଧ୍ୟ କରିନାହିଁ। ତେବେ ଏହି ଘଟଣାକୁ ବଡ ଧରଣର ସୁରକ୍ଷା ଉଲ୍ଲଙ୍ଘନ ବୋଲି ଲେବାନନ୍‌ କହିଛି।
ରିପୋର୍ଟ ଅନୁଯାୟୀ ମଙ୍ଗଳବାର ବିସ୍ଫୋରଣ ହୋଇଥିବା ପେଜରଗୁଡିକୁ ହେଜବୋଲ୍ଲା ତାଇୱାନରୁ ଆମଦାନୀ କରିଥିଲା। ଏହି ପେଜର ମଧ୍ୟରେ ଇସ୍ରାଏଲର ଗୁଇନ୍ଦା ଏଜେନ୍ସି ବିସ୍ଫୋରକ ଖଞ୍ଜିଥିବା କୁହାଯାଉଛି। ମାତ୍ର ତାଇୱାନ କମ୍ପାନୀ ଏପରି ଅଭିଯୋଗକୁ ଖଣ୍ଡନ କରିଛି। ବୁଧବାର ବିସ୍ଫୋରଣ ହୋଇଥିବା ୱାକିଟକିଗୁଡିକ ୫ମାସ ତଳେ ହେଜବୋଲ୍ଲା କିଣିଥିଲା। ଏହାକୁ ହଙ୍ଗେରିର ରାଜଧାନୀ ବୁଦାପେଷ୍ଟସ୍ଥିତ ଏକ କମ୍ପାନୀ ବିଏସି ତିଆରି କରିଥିଲା। ତେଣୁ ଏଥିରେ ବିସ୍ଫୋରକ ଖଞ୍ଜିବା ସମ୍ଭବ ନୁହେଁ। ଅନ୍ୟପଟେ ମଙ୍ଗଳବାର ପେଜର ବିସ୍ଫୋରଣ ପରେ ହେଜବୋଲ୍ଲା ଇସ୍ରାଏଲ ଉପରେ ଆକ୍ରମଣ କରିଛି। ଇସ୍ରାଏଲର ଅସ୍ତ୍ରାଗାରକୁ ନିଶାଣ କରି ହେଜବୋଲ୍ଲା ଏକାଧିକ ରକେଟ୍‌ ମାଡ କରିଛି। ଏହି ଆକ୍ରମଣ ପରେ ଆଗକୁ ଉଭୟ ପକ୍ଷ ମଧ୍ୟରେ ପ୍ରତ୍ୟକ୍ଷ ଯୁଦ୍ଧ ହେବାର ଆଶଙ୍କା ବଢିଛି। ୱାକିଟକି ହେଉଛି ଏକ ଯୋଗାଯୋଗ ମାଧ୍ୟମ। ଏହି ଓୟାରଲେସ୍ ଯନ୍ତ୍ର ଦ୍ବାରା କମ୍ ଦୂରତା ମଧ୍ୟରେ ଦୁଇଜଣଙ୍କ ମଧ୍ୟରେ କଥାବାର୍ତ୍ତା କରାଯାଇଥାଏ। ରେଡିଓ ଫ୍ରି​‌େ​‌କ୍ବନ୍ସ ଦ୍ବାରା ଏହି ଯୋଗାଯୋଗ ହୋଇଥାଏ। ଏହାକୁ ଜରୁରୀ ସେବା, ସେନା, ପୁଲିସ ଓ ନିର୍ମାଣ ଆଦି ବିଭିନ୍ନ କ୍ଷେତ୍ରରେ କାର‌୍ୟ୍ୟ କରୁଥିବା ଲୋକ ବ୍ୟବହାର କରିଥାନ୍ତି।
ଲେବାନନ୍‌ରେ ପେଜର ଓ ୱାକିଟକି ବିସ୍ଫୋରଣ ଘଟଣାରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଗୁଟେରସ୍‌ କହିଛନ୍ତି ଯେ ଦୁଇ ପକ୍ଷର ଯୁଦ୍ଧକୁ ନେଇ ସାଧାରଣ ଜନତାଙ୍କ ବ୍ୟବହାର କରୁଥିବା ଉପକରଣକୁ ଅସ୍ତ୍ର ରୂପେ ବ୍ୟବହାର କରାଯିବା ଠିକ୍ ନୁହେଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories