ପାଟଣା : ସରକାରୀ ଆଦେଶକୁ ପାଟଣା ବ୍ଲକ ଅଞ୍ଚଳରେ ଜଣେ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅବମାନନା କରୁଥିବା ଅଭିଯୋଗ ହୋଇଛି। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଚିଠି ସଂଖ୍ୟା ୧୯୯୧୨ ,୨୦୨୪ ମସିହା ଜୁଲାଇ ୧୬ ଅନୁଯାୟୀ ଯୁଗ୍ମ ନିର୍ଦ୍ଦେଶକଙ୍କ ଦସ୍ତଖତ ଥାଇ ସମସ୍ତ ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ଏକ ଚିଠି କରାଯାଇଥିଲା। ଯେଉଁଥିରେ ଓଡ଼ିଶା ଶିକ୍ଷା ନିୟମାବଳୀ ୨୮ ଅନୁଯାୟୀ ସମସ୍ତ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ନୂତନ ବିଧାୟକ ମାନଙ୍କ ପ୍ରତିନିଧିଙ୍କୁ ବିଦ୍ୟାଳୟ ପରିଚାଳନା କମିଟିର ଅନ୍ତର୍ଭୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତଦନୁଯାୟୀ ପାଟଣାର ନବ ନିର୍ବାଚିତ ବିଧାୟକ ଅଖିଳ ଚନ୍ଦ୍ର ନାଏକ ସରାସକୋଲାର ଯତୀନ୍ଦ୍ର ନାଥ ଦାଶଙ୍କୁ ସରାସକୋଲା ଉଚ୍ଚ ବିଦ୍ୟାଳୟ ପାଇଁ ନିଜର ପ୍ରତିନିଧି ମନୋନୀତ କରିଥିଲେ। ଏହା ସତ୍ତ୍ୱେ ତାଙ୍କୁ ବିଦ୍ୟାଳୟ ପରିଚାଳନା କମିଟିରେ ପ୍ରଧାନ ଶିକ୍ଷକ ସାମିଲ କରୁନଥିବା ଶ୍ରୀ ଦାଶ ଅଭିଯୋଗ ଆଣିଥିବାରୁ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସେ ଦାବି ଜଣାଇଛନ୍ତି।
Popular Categories



