ପଲଟିଲେ ନୀତୀଶ: ବିମୁଦ୍ରାୟନକୁ ନେଇ ପ୍ରଶ୍ନ
ପାଟନା: ମୋଦି ସରକାରଙ୍କ ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ହଠାତ୍ ଓଲଟି ପଡ଼ିଛନ୍ତି ସହଯୋଗୀ ନୀତୀଶ କୁମାର। ଶନିବାର ବ୍ୟାଙ୍କ ଅଧିକାରୀମାନଙ୍କର ଏକ ଉତ୍ସବରେ ଯୋଗଦେଇ ସେ ମୋଦିଙ୍କ ବିମୁଦ୍ରାୟନର ସଫଳତା ନେଇ ପ୍ରଶ୍ନ ଉଠାଇଛନ୍ତି। ବିମୁଦ୍ରାୟନ ଧନୀ ଓ କ୍ଷମତାଶାଳୀଙ୍କୁ ସହାୟତା କରିଥିଲା। ସାଧାରଣ ଜନତା ଏହା ଦ୍ୱାରା ଘୋର ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହଯୋଗରେ ଧନୀ ବ୍ୟକ୍ତିମାନେ ନିଜର ଧନ ସୁରକ୍ଷିତ ରଖିପାରିଥିଲେ ବୋଲି ନୀତୀଶ ଅଭିଯୋଗ କରିଛନ୍ତି। ବିମୁଦ୍ରାୟନ ସରକାରଙ୍କର ଏକ ବଡ଼ ସଫଳତା ବୋଲି ପ୍ରଚାର ହେଉଥିବାବେଳେ ଏହା ଦ୍ୱାରା ବାସ୍ତବରେ କେତେ ଲୋକ ଲାଭବାନ୍ ହୋଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।