Patra electronics

ରୋଗ ଦାଉରୁ ରକ୍ଷା ଏବଂ ରୋଗ ବ୍ୟାପିବା ଆଶଙ୍କାକୁ କମାଇବା ପାଇଁ ହାତକୁ ଭଲ ଭାବରେ ଧୋଇବା ଜରୁରୀ

ହାତ ଧୁଆ(ପରିଚ୍ଛନ୍ନତା)କୁ ସୁନିଶ୍ଚିତ କରାଯିବା ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତି ସଂପର୍କରେ ସମନ୍ୱୟ ଏବଂ ପରାମର୍ଶ ବୈଠକ

ଭୁବନେଶ୍ୱର: କେବଳ ହାତକୁ ସାଧାରଣ ଭାବେ ଧୋଇବା ଯଥେଷ୍ଟ ନୁହେଁ। ରୋଗ ଦାଉରୁ ରକ୍ଷା ପାଇବା ଏବଂ ରୋଗ ବ୍ୟାପିବାର ଆଶଙ୍କାକୁ କମାଇବା ପାଇଁ ହାତକୁ ଭଲ ଭାବରେ ସାବୁନ ବା ହ୍ୟାଣ୍ଡ ୱାସ୍ ସାହାଯ୍ୟରେ ଭଲ ଭାବରେ ଧୋଇବା ଜରୁରୀ। ସଠିକ୍‌ ଭାବରେ ହାତଧୁଆ କୋଭିଡ୍‌ ସଂକ୍ରମଣକୁ କମାଇବା ସହିତ ମୃତ୍ୟୁ ସଂଖ୍ୟାକୁ ବହୁ ମାତ୍ରାରେ ହ୍ରାସ କରିବାରେ ସଫଳ ହୋଇଥିଲା ।ସଠିକ୍ ଭାବରେ ହାତ ଧୂଆ ପାଇଁ ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ଆଦି ସମ୍ପୃକ୍ତ ବିଭାଗ ଦ୍ୱାରାବିଭିନ୍ନ ସମୟରେ ସଚେତନ କରାଯାଉଛି। ଏବେ ଏହି ପ୍ରକ୍ରିୟାକୁ ସୁନିଶ୍ଚିତ କରିବାକୁ ୟୁନିସେଫ ଦେଶବ୍ୟାପୀ ରୋଡ୍ ମ୍ୟାପ୍ ପ୍ରସ୍ତୁତି କରୁଛି। ଓଡିଶାରୁ ପ୍ରଥମେ ଏହି ରୋଡମ୍ୟାପ୍ ଆରମ୍ଭ କରାଯାଇଥିବା ସଂପର୍କରେ ଗୁରୁବାରଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂଣ୍ଣ ବୈଠକରେ ୟୁନିସେଫ୍ ତରଫରୁସୂଚନା ଦିଆଯାଇଛି।

ଲୋକସେବା ଭବନରେ ଅନୁଷ୍ଠିତ ଏହି ସମନ୍ୱୟ ଏବଂ ପରାମର୍ଶ ବୈଠକରେ ସମ୍ପୃକ୍ତ ସମସ୍ତ ବିଭାଗର ସମନ୍ୱୟରେ ଏହି କାର୍ଯ୍ୟ ସୁସଂପାଦନ ପାଇଁ ଉନ୍ନୟନ କମିଶନର ପରାମର୍ଶ ଦେଇଛନ୍ତି। ୟୁନିସେଫ କ୍ଷେତ୍ର ମୁଖ୍ୟ ଉଇଲିୟମ୍ ହାନଲୋନ ଜେଆର, ୟୁନିସେଫ୍ ୱାସ୍ – ସିସିଇସ୍ ବିଶେଷଜ୍ଞ ସିପ୍ରା ସକ୍ସେନା ପ୍ରମୁଖ ଯୋଗଦେଇ ଓଡିଶାରେ ହାତ ଧୁଆ(ହ୍ୟାଣ୍ଟ ହାଇଜିନ) ରୋଡ୍ ମ୍ୟାପ୍ ପ୍ରସ୍ତୁତି ସମ୍ପର୍କରେ ବିଶଦ୍ ଭାବେ ଆଲୋକପାତ କରିଥିଲେ।

ହାତ ଧୁଆ ଭଳି ପରିଚ୍ଛନ୍ନତା ରକ୍ଷା, କମ୍ ଖର୍ଚ୍ଚରେ ହେଉଥିବା ଏକ ସ୍ୱାସ୍ଥ୍ୟ ରକ୍ଷା ବ୍ୟବସ୍ଥା। କିନ୍ତୁ ସଚେତନତା ଅଭାବରୁ ଏହି ଅଭ୍ୟାସ ନକରାଯିବା ଫଳରେ ବହୁ ସଂକ୍ରାମକ ରୋଗ ବ୍ୟାପୁଛି। ମିଳିତ ଜାତିସଂଘର ପୋଷଣୀୟ ବିକାଶଲକ୍ଷ୍ୟହାସଲକରିବାରେସ୍ୱାସ୍ଥ୍ୟରକ୍ଷାଏକଗୁରୁତ୍ୱପୂର୍ଣ୍ଣପ୍ରସଙ୍ଗ ରହିଥିବା ବେଳେ ବିଦ୍ୟାଳୟରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏପରିକି ଘରେ ଘରେ ପ୍ରତ୍ୟେକ ଜନସାଧାରଣଙ୍କୁ ସାବୁନରେ ହାତ ସଫା କରିବା ଓ ଏଥିପାଇଁ ଆବଶ୍ୟକ ପାଣିର ଉପଲବ୍ଧତାକୁ ନିଶ୍ଚିତ କରିବା ସଂପର୍କରେ ଆଲୋଚନା କରାଯାଇଥିଲା। ବିପର୍ୟ୍ୟୟ ପରିଚାଳନା ଓ ପ୍ରଶମନ କ୍ଷେତ୍ରରେ ରାଜ୍ୟର ସରକାରୀ ବିଭାଗଗୁଡ଼ିକ ପ୍ରଭାବଶାଳୀ ଭାବେ ସମନ୍ୱୟ ରକ୍ଷା କରୁଥିବା ବେଳେ ଏ କ୍ଷେତ୍ରରେ ମଧ୍ୟ ଓଡିଶା ଅଗ୍ରଣୀ ଭୂମିକା ନିର୍ବାହ କରିବ ବୋଲି ବୈଠକରେ ଆଲୋଚନା ପ୍ରକାଶ ପାଇଥିଲା। ଭବିଷ୍ୟତରେ ସମ୍ଭାବ୍ୟ ମହାମାରୀକୁ ଦୂର କରିବାକୁହେଲେଏବେଠାରୁଉନ୍ନତହାତପରିଚ୍ଛନ୍ନତାନିମନ୍ତେପ୍ରସ୍ତୁତିଓପ୍ରତିକ୍ରିୟାଯୋଜନାରଆବଶ୍ୟକତାରହିଛି।ଭାଗିଦାରିଭିତ୍ତିକ ସମାଧାନ, ବଜେଟରେ ନିର୍ଦ୍ଦିଷ୍ଟ ଭାବେ ଅର୍ଥ ଆବଣ୍ଟନ ସହ ପାରସ୍ପରିକ ସୁସମନ୍ୱୟ, ଆକର୍ଷଣୀୟ ଓ ଅଭିନବ ଢଙ୍ଗରେ ଶିଶୁ ଓ ଛାତ୍ରଛାତ୍ରୀମାନଙ୍କୁ ବାର୍ତ୍ତା ପ୍ରଦାନ, ନିୟମିତ ଉତ୍ସାହ ଓ ତଦାରଖ ବ୍ୟବସ୍ଥା ସଠିକ୍ ହାତଧୁଆ ସଂପର୍କରେ ଉତ୍ତମ ଅଭ୍ୟାସଗୁଡ଼ିକର ସକରାତ୍ମକ ପ୍ରଚାର ପ୍ରସାର ଏକ୍ଷେତ୍ରରେ ସହାୟକ ହୋଇପାରିବ।

ହାତ ଧୁଆ ପରିଛନ୍ନତାକୁ ସୁନିଶ୍ଚିତ କରିବା ପାଇଁ ଆମପାଖରେ ଉପଲବ୍ଧ ମାନବ ସମ୍ବଳର ଦକ୍ଷତା ବୃଦ୍ଧିର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ରାଜ୍ୟରେ ସମସ୍ତ ଆଶାକର୍ମୀ, ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀମାନଙ୍କୁ ଏଦିଗରେ ଅଧିକ ସଚେତନ ପୂର୍ବକ ପ୍ରଶିକ୍ଷଣ ଦିଆଯିବ। ଦକ୍ଷତା ବୃଦ୍ଧି ପାଇଁ କାର୍ଯ୍ୟକାରୀ କରାଯାଉଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ, ସହରାଞ୍ଚଳ ସ୍ୱାସ୍ଥ୍ୟ ପୁଷ୍ଟି ଦିବସ, ଓମ୍ବାଡ୍ସି ଓ ଡିଏମ୍ଏଫ୍ କାର୍ଯ୍ୟକାରୀବେଳେ ଏହାକୁ ସାମଲ କରାଯାଇ ସୁନିଶ୍ଚିତ କରାଯିବ। ମା’ ଗୃହ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଦିଗୁଡିକରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ହାତ ଧୂଆ ସଂପର୍କରେ ବ୍ୟାପକ ସଚେତନତା ଓ ଏଥିପାଇଁ ଉତ୍ତମ ପରିବେଶ ସୃଷ୍ଟି ଏ ଦିଗରେ ସହାୟକ ହେବ।

ଉନ୍ନତ ହାତ ଧୂଆ ବ୍ୟବସ୍ଥା ପାଇଁ ଆନ୍ତଃ ବିଭାଗୀୟ ଓ ଅନ୍ତଃବିଭାଗୀୟ ସମନ୍ୱୟ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ବ୍ଲକ ସ୍ତରରେ ଓ ଗ୍ରାମ ପଞ୍ଚାୟତ ସ୍ତରରେ ସଚେତନତା, ବିଦ୍ୟାଳୟ କୋଠା ଗୁଡ଼ିକରେ ପ୍ରତ୍ୟେକ ମହଲାରେ ହାତ ଧୂଆ ଷ୍ଟେସନ (ସ୍ଥାନ) ବାଧ୍ୟତା ମୂଳକ କରାଯିବ। ମହିଳା ଓ ଶିଶୁ ବିକାଶ ବିଭାଗ ଜରିଆରେ ଅଙ୍ଗନବାଡୀ କର୍ମୀମାନଙ୍କ ସମ୍ମିଳିତ ପ୍ରୟାସରେ ହାତଧୁଆ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବ।

ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅନୁସୂଚିତଜନଜାତି, ଅନୁସୂଚିତ ଜାତି ଉନ୍ନୟନ ଓ ସଂଖ୍ୟା ଲଘୁ କଲ୍ୟାଣ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ଶିକ୍ଷା, ଯୋଗାଯୋଗ ଏବଂ ବ୍ୟବହାରିକ ପରିବର୍ତ୍ତନ ସଂପର୍କରେ ରଣନୀତି ପ୍ରସ୍ତୁତି କରିବେ। ଏଥିରେ ଯୋଜନା ଓ ସଂଯୋଜନ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ, ଅର୍ଥ ବିଭାଗ, ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ସୂଚନା ଓ ଲୋକ ସଂପର୍କ ବିଭାଗ ଆଦି ସଂପୃକ୍ତବିଭିନ୍ନବିଭାଗ ଓ ଅନୁଷ୍ଠାନର ସମନ୍ୱୟରେ ଆବଶ୍ୟକ ପ୍ରସ୍ତୁତି, ବ୍ୟବସ୍ଥା ନିର୍ଦ୍ଧାରଣ, ସଂସ୍ଥାଗତ ଓ ଭିତ୍ତିଭୂମି ବ୍ୟବସ୍ଥା ଏବଂ ତଦାରଖ କରାଯିବ । ବ୍ୟବହାରିକପରିବର୍ତ୍ତନ, ପାଣ୍ଠିବ୍ୟବସ୍ଥା, ତଦାରଖ,ସମନ୍ୱୟ, ବୈଷୟିକ ଜ୍ଞାନ କୌଶଳର ଉପଯୋଗ ଏହି କାର୍ଯ୍ୟରେ ସଫଳତା ଆଣିଦେବ।

ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ଜରିଆରେ ପରିଚାଳିତ ବିଦ୍ୟାଳୟ, ବିଦ୍ୟାଳୟ ପରିଚାଳନା କମିଟି, ଆବାସିକ ବିଦ୍ୟାଳୟ ମାଧ୍ୟମରେ ଏହି କାର୍ଯ୍ୟକୁ ମଧ୍ୟ ଉତ୍ସାହିତ କରାଯିବ। ବିଦ୍ୟାଳୟ ପରିସର ବାହାରେ ମଧ୍ୟ ଘରେ ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଏହାକୁ ଉତ୍ସାହିତ କରିବେ । ମଡେଲ ହାତଧୁଆ ସ୍ଥଳରେ ଏଲ୍ଇଡି ବୋର୍ଡ ଲଗାଯାଇ ସଚେତନ ବାର୍ତ୍ତା ପ୍ରଦର୍ଶନ କରାଯିବ। ପଚାୟତିରା ଜବିଭାଗ ଜରିଆରେ ସୂଚନା, ଶିକ୍ଷା ଓ ଯୋଗାଯୋଗ ପ୍ରଚାର ପ୍ରସାରକୁ ଗୁରୁତ୍ୱ ଦିଆଯାଇଛି। ସଂପୃକ୍ତ ସମସ୍ତ ବିଭାଗର ସହଯୋଗରେ ହାତଧୂଆ (ପରିଚ୍ଛନ୍ନତା) ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ଆମେ ନିଷ୍ଠାର ସହ କରିପାରିବା ବୋଲି ଉନ୍ନୟନ କମିଶନର କହିଥିଲେ।

ବୈଠକରେ ଗୃହ ଓ ନଗର ଉନ୍ନୟନ ପ୍ରମୁଖ ଶାସନ ସଚିବ ଜି. ମାଥି ଭାଥାନନ୍, ବିଜ୍ଞାନ ଓ ବୈଷୟିକ ବିଦ୍ୟା ବିଭାଗ ତଥା ସରକାରୀ ଉଦ୍ୟୋଗ ବିଭାଗ ପ୍ରମୁଖ ଶାସନ ସଚିବ ତଥା ଯୋଜନା ଓ ସଂଯୋଜନ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ତଥା ଚିତ୍ରା ଆରୁମୁଗମ, ମହିଳା ଓ ଶିଶୁ ବିକାଶ ବିଭାଗ କମିଶନର ତଥା ଶାସନସଚିବ ଶୁଭା ଶର୍ମା, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ବୃନ୍ଦା ଡି, ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ନିର୍ଦେଶକ (ପାନୀୟ ଜଳ ଓ ପରିମଳ)ବି.ପରମେଶ୍ୱରନ୍, ଓସଡମାର ପରିଚାଳନା ନିର୍ଦେଶକ ଜ୍ଞାନ ଦାସ, ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ଏବଂ ୟୁନିସେଫର ଅନ୍ୟ କର୍ମକର୍ତ୍ତାମାନେ ବୈଠକରେ ଉପସ୍ଥିତ ଥିଲେ।

Comments are closed.