www.samajalive.in
Sunday, December 7, 2025
14.1 C
Bhubaneswar

ଅଜଣା ରୋଗ ଆତଙ୍କ, ୧୫ ଦିନରେ ୬ ଶିଶୁ ମୃତ

କାଲିମେଳା : ମାଲକାନଗିରି କାଲିମେଳା ବ୍ଲକ ଅନ୍ତର୍ଗତ ଟିଗଲ ପଞ୍ଚାୟତ ଏମଭି ୭୯ ତାମାନପଲ୍ଲୀ ଗାଁରେ ଅଜଣା ରୋଗର ଆତଙ୍କ ଦେଖିବାକୁ ମିଳିଛି। ଗତ ୧୫ ଦିନ ମଧ୍ୟରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହା ସହ ଅନ୍ୟ ୭ ଜଣ ଶିଶୁ ଆକ୍ରାନ୍ତ ହୋଇଛନ୍ତି। ପ୍ରାୟ ଏକ ବର୍ଷରୁ କମ ବୟସର ଶିଶୁଙ୍କୁ ଏହି ରୋଗ ହେଉଛି । ତାମାନପଲ୍ଲୀ ଗାଁରେ କାଲିମେଳା ମେଡ଼ିକାଲର ଏକ ଡ଼ାକ୍ତରୀ ଟିମ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଶିଶୁଙ୍କୁ ପ୍ରଥମେ ଜ୍ୱର, କାଶ, ଥଣ୍ଡା ଓ ବାରମ୍ବାର ବାନ୍ତି ହେବା ପରେ ସେମାନଙ୍କ ମୃତ୍ୟୁ ହେଉଛି। ଏହି କାରଣରୁ ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଗ୍ରାମବାସୀ ଏହାକୁ ଜାପାନୀ ଏନସେଫାଲାଇଟିସ ରୋଗ କହୁଥିଲେ ମଧ୍ୟ ମେଡ଼ିକାଲ ତରଫରୁ ଏ ବିଷୟରେ କୌଣସି ସୂଚନା ମିଳିପାରି ନାହିଁ। ଅଜଣା ରୋଗରେ ଆକ୍ରାନ୍ତ ଥିବା ଶିଶୁଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି। ରିର୍ପୋଟ ଆସିବା ପରେ ଏହି ରୋଗ ସମ୍ପର୍କରେ ସଠିକ ଜଣାପଡ଼ିବ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories