ସକାଳ ୯ଟା – ମୁଖ୍ୟ ଖବର

(୧) ପଞ୍ଜାବ ପୁଲିସ ଦ୍ୱାରା ପଳାତକ ଘୋଷିତ ଅମୃତପାଲ ସିଂ ଆତ୍ମ ସମର୍ପଣ କରିଥିବା ସୂଚନା
– ପଞ୍ଜାବର ମୋଗା ପୁଲିସ ଷ୍ଟେସନରେ କରିଛି ଆତ୍ମ ସମର୍ପଣ
– ଖଲିସ୍ଥାନୀ ସମର୍ଥକ ଅମୃତପାଲକୁ ମାର୍ଚ୍ଚ ୧୮ରୁ ପୁଲିସ ଖୋଜୁଥିଲା
(୨) ଆଜିଠାରୁ ଭୁବନେଶ୍ୱରରେ ଜି-୨୦ ଶିକ୍ଷା ୱାର୍କିଂ ଗ୍ରୁପର ତୃତୀୟ ବୈଠକ, ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
(୩) ସମ୍ବଲପୁରରେ ହଟିଲା କଟକଣା
– ଆଜି ସକାଳୁ ପୁଣି ଇଣ୍ଟରନେଟ ସେବା ସ୍ୱାଭାବିକ ହୋଇଥିବା ଜିଲ୍ଲାପାଳଙ୍କ ସୂଚନା
– ୧୦ ଦିନ ହେବ ବନ୍ଦ ଥିଲା ଇଣ୍ଟରନେଟ ସେବା
(୪) ସମ୍ବଲପୁରର ୬ଟି ଥାନାରେ କର୍ଫ୍ୟୁ ବଳବତ୍ତର
– ରାତି ୮ରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ
– ସକାଳ ୫ରୁ ରାତି ୮ଟା ଯାଏ କର୍ଫ୍ୟୁ କୋହଳ
(୫) ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ ବୈଠକ, ୧୩ରୁ ଊର୍ଦ୍ଧ୍ବ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ହେବ ଆଲୋଚନା
(୬) ଆଜି ଅକ୍ଷୟ ତୃତୀୟ, ଘୋଷଯାତ୍ରା ପାଇଁ ହେବ ରଥକାଠ ଅନୁକୂଳ
– ଆଜିଠାରୁ ୨୧ ଦିନିଆ ବାହାର ଚନ୍ଦନ ଯାତ୍ରା ଆରମ୍ଭ
(୭) ରାଜ୍ୟରେ ପଶ୍ଚିମା ଝଡ ସକ୍ରିୟ, ଆସନ୍ତା ୨ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା
(୮) ଲୋକସେବା ଭବନରେ ଖୋଲିବ ମିଲେଟ୍ ଶକ୍ତି କାଫେ, ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
(୯) ସୁଦାନରେ ଫସି ରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କଲା ସାଉଦି ଆରବ
– ପ୍ରାୟ ୪୦୦୦ ଭାରତୀୟ ଅଟକି ରହିଥିବା ସୂଚନା
(୧୦) ଚିଟ୍ଫଣ୍ଡ ସଂସ୍ଥା ମାମଲାରେ ଫସିଥିବା ପୂର୍ବତନ ସାଂସଦ ରାମଚନ୍ଦ୍ର ହାଂସଦାଙ୍କ ବଢ଼ିଲା ଅଡୁଆ
– ସ୍ୱତନ୍ତ୍ର ଅଦାଲତରେ ମାମଲା ରୁଜ୍ଜୁ କଲା ପ୍ରବର୍ତ୍ତନ ନିର୍ଦେଶାଳୟ
(୧୧) ଜେଲରୁ ବାହାରିଲେ ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଇରାସିସ ଆଚାର୍ଯ୍ୟ
– କହିଲେ ଏ ଲଢେଇ ଆଗାମୀ ଦିନରେ ତୀବ୍ର ହେବ
(୧୨) ଓଡ଼ିଶା ଉପକୂଳରୁ ଏଣ୍ଡୋ-ଆଟ୍ମୋସ୍ଫିଅରିକ୍ ଇଣ୍ଟରସେପ୍ଟର ବିଧ୍ବଂସୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା ଡିଆରଡିଓ ଓ ନୌବାହିନୀ
(୧୩) ଲୋକସଭା ସାଂସଦ ପଦରୁ ଅଯୋଗ୍ୟ ଘୋଷିତ ହେବା ପରେ ଦିଲ୍ଲୀର ୧୨
– ତୋଗଲକ ରୋଡ଼ସ୍ଥିତ ସରକାରୀ ବଙ୍ଗଳା ଛାଡ଼ିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି
(୧୪) ରାଜ୍ୟରେ ମୋଟର ଏଗ୍ରିଗେଟର ନିୟମ ଜାରି, ଓଲା, ଉବେର ଓ ରାପିଡୋ ଭଳି ସଂସ୍ଥା ହେବେ ପଞ୍ଜୀକୃତ
(୧୫) ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ବିଜୟ ପଟ୍ଟନାୟକ ନିଯୁକ୍ତ
(୧୬) ଆଜି ଆଇପିଏଲରେ ରୟାଲ-ରୟାଲ୍ସ ଓ ରାଇଡର୍ସ-ସୁପରକିଙ୍ଗ୍ସ ମଧ୍ୟରେ ଲଢେଇ
– ଆଇପିଏଲ୍ରେ ଶନିବାର ମ୍ୟାଚରେ ମୁମ୍ବଇ ଇଣ୍ଡିଆନ୍ସକୁ ୧୩ ରନ୍ରେ ପରାସ୍ତ କଲା ପଞ୍ଜାବ କିଙ୍ଗ୍ସ
– ଆଇପିଏଲ୍ରେ ଶନିବାର ଅନ୍ୟ ଏକ ମ୍ୟାଚରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସକୁ ପରାସ୍ତ କଲା ଗୁଜରାଟ ଟାଇଟାନ୍ସ
Comments are closed.