www.samajalive.in
Sunday, December 14, 2025
19.1 C
Bhubaneswar

ଆଜିଠୁ ଭୁବନେଶ୍ୱରରେ ଜି-୨୦ ସମ୍ମିଳନୀ

ଭୁବନେଶ୍ବର: ରାଜଧାନୀରେ ଆଜିଠାରୁ ଜି-୨୦ ସମ୍ମିଳନୀ ଆରମ୍ଭ ହେବ। ଭୁବନେଶ୍ୱର ଆଇଏମଏମଟି ପରିସରରେ ଆସନ୍ତାକାଲି ଜି-୨୦ ଭାରତ ‘ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା’ ପ୍ରଦର୍ଶନୀକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା, ଏଆଇ, ମେଟା ଭର୍ସ, ଅଟୋମେସନ, ମେସିନ ଲର୍ଣ୍ଣି ଇତ୍ୟାଦି ଉପରେ ଆଲୋଚନା ହେବ। ଭାରତର ଅନ୍ତରାଷ୍ଟ୍ରୀୟ ସହଭାଗିତାକୁ ସୁଦୃଢ଼ କରିବା ସହ ଭବିଷ୍ୟତର କାର୍ଯ୍ୟଶୈଳୀକୁ ନେଇ ଢାଞ୍ଚା ପ୍ରସ୍ତୁତ କରିବା ଦିଗରେ ଏହି ବିଚାରବିମର୍ଷରେ ଅଧିକ ଗୁରୁତ୍ୱ ଦିଆଯିବ। ଓଡ଼ିଶାରେ କଥାବସ୍ତୁ ‘ଭବିଷ୍ୟତର କାର୍ଯ୍ୟ’ ରହିଥିବା ବେଳେ ଜିଲାଗୁଡ଼ିକରେ ଉଭା ହେଉଥିବା କୌଶଳ ଆବଶ୍ୟକତା ଓ ନିରନ୍ତର ଦକ୍ଷତା ବିକାଶ, ରି-ସ୍କିଲିଂ ଏବଂ ଅପ-ସ୍କିଲିଂର ଆବଶ୍ୟକତା ଉପରେ ବ୍ୟାପକ ବିଚାରବିମର୍ଷ କରି ସବୁଠି ପହଞ୍ଚାଇବା ପାଇଁ ଯୋଜନା କରିବା ନେଇ କେନ୍ଦ୍ରମନ୍ତ୍ରୀଙ୍କ କଳ୍ପନା ରହିଛି। ବିଶ୍ୱରେ ଦ୍ରୁତ ଗତିରେ ବୈଷୟିକ କ୍ଷେତ୍ରରେ ପରିବର୍ତ୍ତନ ହେଉଛି । ଅଟୋମେସନ ଓ ଡିଜିଟାଲ ଟେକ୍ନୋଲୋଜିକୁ ନେଇ ଭାରତ ଆଗକୁ ବଢୁଛି। ସେଥିପାଇଁ ଆଗାମୀ ଭବିଷ୍ୟତ ପାଇଁ ଅତି କୁଶଳୀ, ଦକ୍ଷ ଓ କର୍ମଯୋଗୀ ମାନବ ସମ୍ବଳର ଆବଶ୍ୟକତା ରହିଛି, ଯେଉଁମାନେ ସବୁ ସମ୍ଭାବନାକୁ ସାଥୀରେ ନେଇ ପ୍ରଗତି ସହ ତାଳ ଦେଇ ଆଗକୁ ବଢିପାରିବେ। ପ୍ରଗତିଶୀଳ ସବୁ ସମ୍ଭାବନାକୁ ସାକାରର ରୂପ ଦେଇପାରିବେ । ଏଥିପାଇଁ ଭାରତ ଜି-୨୦ ଅଧ୍ୟକ୍ଷତା ପ୍ରତିବଦ୍ଧ ବୋଲି ଶ୍ରୀ ପ୍ରଧାନଙ୍କ ପକ୍ଷରୁ କୁହାଯାଇଛି।

ଏହାକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପୁରା ସହରକୁ ସୁରକ୍ଷା ବଳୟ ମଧ୍ୟରେ ରଖାଯିବ। ଏହି ସୁରକ୍ଷା ବ୍ୟବସ୍ଥାରେ ୨ ପୁଲିସ ଉପାୟୁକ୍ତ, ୫ ଅତିରିକ୍ତ ଉପାୟୁକ୍ତ, ୧୧ ଏସିପି, ୨୫ ନିରୀକ୍ଷକ, ୧୪୫ ଏସଆଇ ଓ ଏଏସ୍‌ଆଇ ସହ ୨୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ। ଚିତ୍ର ଉତ୍ତୋଳନ ଯନ୍ତ୍ର (ସିସିଟିଭି) ନଜରରେ ବୈଠକ ସ୍ଥାନ ରହିବ। ଜରୁରୀକାଳୀନ ପରିସ୍ଥିତି ପାଇଁ ଓଡ୍ରାଫ ଓ ଅଗ୍ନିଶମ ଦଳ ମଧ୍ୟ ମୁତୟନ ରହିବେ। ଏଥିସହ ୨ ୟୁନିଟ ସ୍ବତନ୍ତ୍ର ବୈଷୟିକ ଦଳ ସୁରକ୍ଷା ବ୍ୟବସ୍ଥାରେ ସାମିଲ ହୋଇଛନ୍ତି। ଏନେଇ କେନ୍ଦ୍ରୀୟ ସୁରକ୍ଷା ସଂସ୍ଥା ସହିତ ବୈଠକ ହୋଇଥିଲା। ସେମାନଙ୍କ ପରାମର୍ଶକୁ ଗ୍ରହଣ କରାଯାଇ ଦୁଇ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ ଉପାୟୁକ୍ତ ପ୍ରତୀକ ସିଂ ଉପରୋକ୍ତ ସୂଚନା ଦେଇଛନ୍ତି।

- Advertisement -

ଶ୍ରୀ ସିଂଙ୍କ ସୂଚନା ଅନୁସାରେ, ରବିବାରଠାରୁ ଜି-୨୦ ସମ୍ମିଳନୀ ଭୁବନେଶ୍ୱରରେ ଆରମ୍ଭ ହେବ। ସହରର ବିଭିନ୍ନ ସ୍ଥାନରେ ସମ୍ମିଳନୀ ଅନୁଷ୍ଠିତ ହେବ। ଯୋଗଦେବାକୁ ଥିବା ୨୦ ରାଷ୍ଟ୍ରର ପ୍ରତିନିଧି ଦଳକୁ ନେଇ ପାହ୍ୟା ଅନୁସାରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିମାନବନ୍ଦର, ହୋଟେଲ, ବୈଠକସ୍ଥଳୀ ଓ ଗମନାଗମନ ୪ଟି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି। ଏହି ସବୁ ସ୍ଥାନରେ ଅସ୍ଥାୟୀ ନିୟନ୍ତ୍ରଣ କକ୍ଷ (କଣ୍ଟ୍ରୋଲ ରୁମ୍‌)ରୁ ସୁରକ୍ଷା ବ୍ୟବସ୍ଥା ପରିଚାଳନା କରାଯିବ। ସିସିଟିଭି ଉପରେ କଡ଼ା ନଜର ରହିବ। ସମସ୍ତ ଦେଶର ଅତିଥିଙ୍କୁ ସୁରକ୍ଷା ବଳୟ ମଧ୍ୟରେ ବୈଠକ ସ୍ଥଳକୁ ନିଆଯିବ। ଅନୁମତି ନ ଥିବା ଲୋକଙ୍କୁ ବୈଠକ ଭିତରକୁ ଯିବା ଉପରେ କଟକଣା ରହିବ। ପ୍ରତିନିଧି ଦଳ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଗୁରୁତ୍ୱ ଦିଆଯିବ। ଭିଭିଆଇପିଙ୍କ ପାଇଁ ସ୍ବତନ୍ତ୍ର ସୁରକ୍ଷା ଅଧିକାରୀ ଦିଆଯିବ ବୋଲି ସେ କହିଛନ୍ତି।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories