ହାତୀଦାନ୍ତ ଓ ବାଘ ଚମଡ଼ା ଚୋରା ଚାଲାଣ ଅଭିଯୋଗରେ ୪ ଗିରଫ
କଳାହାଣ୍ଡି : କଳାହାଣ୍ଡି ଜିଲା ଭବାନୀପାଟଣାରୁ ହାତୀଦାନ୍ତ ଓ କଲରାପତରିଆ ବାଘ ଚମଡ଼ା ବେପାରୀ ରାକେଟ ଧରାପଡ଼ିଛନ୍ତି। ଉକ୍ତ ଗ୍ୟାଙ୍ଗର ୪ ଜଣଙ୍କୁ କ୍ରାଇମ ବ୍ରାଞ୍ଚ ଏସଟିଏଫ ଟିମ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ତଥା ରାଜ୍ୟ ବାହାରକୁ ବିଭିନ୍ନ ସମୟରେ ହାତୀଦାନ୍ତ ଓ କଲରାପତରିଆ ବାଘର ଚମଡ଼ା ଚୋରା ଚାଲାଣରେ ଏହି ରାକେଟ ସକ୍ରିୟ ଭାବେ କାମ କରୁଥିଲା। ଏନେଇ କ୍ରାଇମ ବ୍ରାଞ୍ଚ ଏସଟିଏଫ ଟିମ ସୂଚନା ପାଇବା ପରେ ଏକ ଯୋଜନା କରି ଘଟଣାରେ ସମ୍ପୃକ୍ତ ୪ ଜଣ ଚୋରା ବେପାରୀକୁ ଗିରଫ କରିଛନ୍ତି।
Comments are closed.