bjd gruha runa

ଯୁବତୀ ବସ୍‌ ଝରକାରେ ବାନ୍ତି କରୁଥିବା ବେଳେ ମୁଣ୍ଡ ସହ ଅନ୍ୟ ବାହନ ଧକ୍କା- ମୃତ

BJD Bijuli 480×75 Mob

ନୂଆଦିଲ୍ଲୀ – ବସ୍‌ କିମ୍ବା କୌଣସି ଗାଡିରେ ଯାତ୍ରା କରିବା ସମୟରେ ବାହାରକୁ ହାତ କିମ୍ବା ମୁଣ୍ଡ କାଢି ପାଇଁ ବାରଣ କରାଯାଇଥାଏ । ଏଥିଯୋଗୁଁ ଦୂର୍ଘଟଣା ଘଟିବାର ସମ୍ଭାବନା ଥାଏ । କେବଳ ସେତିକି ନୁହେଁ ହାତ କି ମୁଣ୍ଡ କାଢିଥିବା ବ୍ୟକ୍ତି ଅନେକ ସମୟରେ ବିଭିନ୍ନ ଦୂର୍ଘଟଣାର ସମ୍ମୁଖୀନ ହୋଇଥାଆନ୍ତି ।

ଏପରି ଏକ ଘଟଣା ଦିଲ୍ଲୀର ନରୋଲା ଘଟିଛି । ହରିୟାନା ରୋଡଓ୍ୱେଜ୍‌ରେ ଯାତ୍ରା କରୁଥିବା ଜଣେ ଯୁବତୀଙ୍କୁ ଯାତ୍ରା ସମୟରେ ମୋସନ୍‌ ସିକ୍‌ନେସ୍‌ ଯୋଗୁଁ ବାନ୍ତି ଦେଖାଇଥିଲା । ସେ ବସ୍‌ର ଝରକା ବାଟେ ମୁଣ୍ଡ କାଢି ବାନ୍ତି କରୁଥିଲେ । ନରୋଲା ନିକଟରେ ଅନ୍ୟ ଏକ ଅନ୍ୟ ଏକ ବାହାନ ତାଙ୍କ ମୁଣ୍ଡରେ ଧକ୍କା ହୋଇଥିଲା । ଏଥିରେ ଯୁବତୀ ଜଣଙ୍କ ଗୁରୁତର ହୋଇଥିଲେ ।

କେବଳ ସେତିକି ନୁହେଁ ତାଙ୍କ ମୁଣ୍ଡ ଘୋଷାରି ହୋଇ ଶରୀର ସହ ବାହାରକୁ ବାହାରି ପଡିଥିଲା । ଯୁବତୀଙ୍କ ଶବ ଅନେକ ସମୟ ଦୁଇଟି ଗାଡି ମଝରି ଫସି ରହିଥିଲା । ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବସ୍‌ରେ ଯାତ୍ରା କରିବା ସମୟରେ ସମସ୍ତ ଯାତ୍ରୀ ସତର୍କ ହେବା ଆବଶ୍ୟକ ।

Comments are closed.