www.samajalive.in
Monday, December 15, 2025
24.1 C
Bhubaneswar

ଏହି ନବବର୍ଷରେ କରନ୍ତୁ ଏପରି ସଙ୍କଳ୍ପ : ଚଢିବେ ସଫଳତାର ପାହଚ

ପାଖେଇ ଆସୁଛି ନବବର୍ଷ। ନୂଆବର୍ଷର ଆଗମନୀରେ ସମସ୍ତଙ୍କ ମନରେ ଆନନ୍ଦ ଓ ଉଲ୍ଲାସର ଢେଉ ଖେଳିଯାଇଥାଏ। ଅନେକ ଲୋକେ ଅନେକ ଉପାୟରେ ଆଡ଼ମ୍ବର ସହକାରେ ଏହାକୁ ପାଳନ କରିଥାଆନ୍ତି। ହେଲେ ଏକ ନୂତନ ବର୍ଷର ଆରମ୍ଭରେ ଜୀବନରେ କିଛି ନୂତନ ପରିବର୍ତ୍ତନ ବା କିଛି ନୂଆ ଚେଷ୍ଟା କରିବା ପ୍ରତି ଆମେ ଧ୍ୟାନ ଦେବାକୁ ଭୁଲି ଯାଇଥାଆନ୍ତି। ଏହି ଛୋଟ ଭୁଲ ହିଁ ଆମକୁ ଅସଫଳତାର ମିଳିଥାଏ। ଯଦ୍ୱାରା ଜୀବନ ଅଶାନ୍ତି ଓ ଦୁଃଖପୂର୍ଣ୍ଣ ହୋଇପଡ଼େ। ହେଲେ ଏଥର ନୂଆବର୍ଷରେ ଆଉ ସେ ଭୁଲର ପୁନରାବୃତ୍ତି କରନ୍ତୁ ନାହିଁ। ଏହି ନବବର୍ଷ ଅବସରରେ ଏଭଳି କିଛି ସଙ୍କଳ୍ପ ନିଅନ୍ତୁ ଯାହା ଜୀବନରେ ଅସଫଳତାର ଛାୟାକୁ ଦୂର କରିବ ଓ ଆପଣ ସଫଳତାର ଗୋଟିଏ ପରେ ଗୋଟିଏ ପାହଚ ଚଢିଚାଲିବେ। ଚାଲନ୍ତୁ, ଜୀବନରେ ସଫଳତା ପାଇଁ ଏହି ନୂଆବର୍ଷରେ ଆମେ ଏପରି ସଙ୍କଳ୍ପ ନେବା-

– ଲକ୍ଷ୍ୟ ନିଶ୍ଚିତ କରନ୍ତୁ ଓ ତାକୁ ଗୋଟିଏ କାଗଜରେ ଲେଖିରଖନ୍ତୁ ଓ ସେହି କାଗଜକୁ ପ୍ରତିଦିନ ପଢନ୍ତୁ।
– ସେହି ଯୋଜନା ପ୍ରସ୍ତୁତ କରନ୍ତୁ ଯାହା ଆପଣଙ୍କୁ ଲକ୍ଷ୍ୟପ୍ରାପ୍ତିରେ ସହାୟକ ହେବ।
– ଲକ୍ଷ୍ୟ ହାସଲ ପାଇଁ ଇଛାଶକ୍ତିକୁ ଅଧିକରୁ ଅଧିକ ବୃଦ୍ଧି କରିବା ପାଇଁ ଚେଷ୍ଟା କରନ୍ତୁ।
– ନିଜ ଲକ୍ଷ୍ୟ ଉପରେ ସର୍ବଦା ଧ୍ୟାନ କେନ୍ଦ୍ରୀଭୂତ କରନ୍ତୁ।
– ଆପଣଙ୍କ ଚେଷ୍ଟା ଅବିରାମ ଓ ପରିଶ୍ରମଭରା ହେବା ଆବଶ୍ୟକ। ପ୍ରତ୍ୟେକଦିନ ନିଜ ଲକ୍ଷ୍ୟ ହାସଲ ପାଇଁ ଚେଷ୍ଟାରତ ହେବା ଉଚିତ୍।
– ଲକ୍ଷ୍ୟ ହାସଲ ପାଇଁ ସକରାତ୍ମକ ସ୍ବଭାବ ବା ଚିନ୍ତାଧାରା ଆପଣାଇବାକୁ ଚେଷ୍ଟା କରନ୍ତୁ।

- Advertisement -

– ସର୍ବଦା ନିଜ ଲକ୍ଷ୍ୟପ୍ରାପ୍ତି ବିଷୟରେ ଭାବନ୍ତୁ ଓ ଅନ୍ତର ମନରେ ଏହାର ଏକ ଚିତ୍ର ତିଆରି କରନ୍ତୁ। ଦୈନିକ ଏପରି ଦୁଇଥର ଅତି କମରେ ୧୫ମିନିଟ୍ ପର୍ୟ୍ୟନ୍ତ କରନ୍ତୁ।
– ନିଜ ଉପରେ ଭରସା ରଖନ୍ତୁ।
– ନିଜେ ଚୟନ କରିଥିବା ରାସ୍ତାକୁ କେବେହେଲେ ଛାଡ଼ନ୍ତୁ ନାହିଁ।
– କେବେହେଲେ ହାରନ୍ତୁ ନାହିଁ ଓ ସର୍ବଦା ଚେଷ୍ଟାରତ ରୁହନ୍ତୁ। କାରଣ, ‘‘ଡରିବା ଲୋକେ କେବେହେଲେ ଜିତନ୍ତି ନାହିଁ ଓ ଜିତିବା ଲୋକେ କେବେହେଲେ ଡରନ୍ତି ନାହିଁ’’।

ଆଲେଖ୍ୟ- ପ୍ରତିଜ୍ଞା ମିଶ୍ର

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories