www.samajalive.in
Sunday, December 7, 2025
26.1 C
Bhubaneswar

କାଳି, ଲଙ୍କାଗୁଣ୍ଡ ପରେ ଏମିତି ଢଙ୍ଗରେ ପ୍ରତିବାଦର ଶିକାର ହେଲେ କେଜ୍ରିୱାଲ୍‍

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଭାବେ ଅଭିନବ ଢଙ୍ଗରେ ଆକ୍ରମଣର ଶିକାର ହେବାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନାମରେ ରେକର୍ଡ ହେବାକୁ ଯାଉଛି। ପ୍ରଥମେ ଅରବିନ୍ଦଙ୍କୁ କାଳି ମାଡ଼ ହୋଇଥିବା ବେଳେ ଗତ ମାସରେ ତାଙ୍କ ଉପରକୁ ଲଙ୍କାଗୁଣ୍ଡ ମାଡ଼ ହୋଇଥିଲା। ଏବେ କେଜରିୱାଲଙ୍କୁ କାଶରେ ପ୍ରତିବାଦ କରାଯାଇଛି। ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ରାଜଧୀନ ଦିଲ୍ଳୀରେ। ଏକ ସରକାରୀ ସଭାରେ କହିବା ପାଇଁ କେଜରିୱାଲ୍‍ ଉଠିବା ମାତ୍ରେ ଆଗଧାଡ଼ିରେ ବସିଥିବା ଲୋକମାନେ ଠିଆ ହୋଇ ଏକା ସାଙ୍ଗରେ କାଶିବା ଆରମ୍ଭ କରିଥିଲେ।
କେଜରିୱାଲ୍‍ ଗତ ୪୦ ବର୍ଷ ଧରି କାଶରୋଗରେ ପୀଡ଼ିତ ଅଛନ୍ତି। ଉପଶମ ପାଇଁ ୨୦୧୬ରେ ସେ ବେଙ୍ଗାଲୁରୁଠାରେ ଚିକିତ୍ସିତ ମଧ୍ୟ ହୋଇଥିଲେ। ତଥାପି ଏଥିରୁ ସେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିପାରିନାହାନ୍ତି। ତେଣୁ କଥା ହେଉଥିବା ବେଳେ କାଶ ତାଙ୍କୁ ପ୍ରାୟତଃ ବାଧା ସୃଷ୍ଟି କରେ। କେଜରିୱାଲ୍‍ଙ୍କ ଏହି ଦୁର୍ବଳତାକୁ ଶ୍ରୋତାମାନେ ତାଙ୍କ ବିରୋଧରେ ପ୍ରୟୋଗ କରିଥିଲେ। ଶେଷରେ କେନ୍ଦ୍ର ସଡ଼କ ପରିବହନ ଓ ଜାହାଜ ଚଳାଚଳ ମନ୍ତ୍ରୀ ନୀତୀନ ଗଡ଼କରୀ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡାଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା।
କେଜରିୱାଲ୍‍ଙ୍କ କାଶକୁ ନେଇ ଆକ୍ଷେପ ଘଟଣା ମଧ୍ୟ ଏହା ପ୍ରଥମ ନୁହେଁ। ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ କେଜରିୱାଲଙ୍କୁ ବ୍ୟଙ୍ଗ କରିଥିଲେ। ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ମଧ୍ୟ କେଜରିୱାଲ୍‍ଙ୍କ କାଶକୁ ନେଇ ଆକ୍ଷେପ କରିଛନ୍ତି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories