Patra electronics

ଗୁଗୁଲ୍‌ରୁ ତିଆରି କରିଛି ନୂଆ କଲିଂ ବେଲ୍‌ , ଜାଣନ୍ତୁ ବିଶେଷତା

0

ଡୋର୍‌ବେଲ୍ ବା କଲିଂ ବେଲ୍‌ ଅଧିକାଂଶଙ୍କ ଘରେ ଲାଗିଥାଏ ।  ମାତ୍ର ଗୁଗୁଲ ଏବେ ଏକ ଭିନ୍ନ ଧିରଣ ଡୋର୍‌ବେଲ୍‌ ତିଆରି କରିଛି ।ସାମାନ୍ୟ ଅସୁବିଧା ହେଲେ କିମ୍ବା କୌଣସି ତଥ୍ୟ ଜାଣିବାକୁ ଚାହିଁଲେ, ଆମେ ଗୁଗୁଲ୍‌ର ସହାୟତା ନେଇଥାଉ। କାରଣ ଗୁଗୁଲ୍ ନିମିଷକରେ ସଠିକ୍ ତଥ୍ୟ ଯୋଗାଇବାକୁ ଚେଷ୍ଟା କରଥିାଏ। ଏବେ ଖୁବ୍ ଶୀଘ୍ର ଗୁଗୁଲ୍ ତରଫରୁ ଉଚ୍ଚ କ୍ଷମତା ସମ୍ପନ୍ନ ଡୋରବେଲ୍‌ ବା କଲିଂ ବେଲ୍‌ ବଜାରକୁ ଆସିବ ବୋଲି ଶୁଣା ଯାଉଛି। ଏହି ‘ଡୋର୍-ବେଲ୍’ର ନାମ ନେଷ୍ଟ୍-ହେଲୋ ରଖାଯାଇଛି। ଏଥରେ ଲାଗିଥିବା ଏକ କୁନି କ୍ୟାମେରା ଆଗନ୍ତୁକଙ୍କ ଛବି ତୁରନ୍ତ ଘର ଭିତରେ ଲାଗିଥିବା ସ୍କିନ୍‌ ରେ ଦେଖାଇବ। ଏହା ସହ ଘର ଭିତରେ ଥିବା ଲୋକେ ଚାହିଁଲେ ଆଗନ୍ତୁକଙ୍କ ସହ ଲାଇଭ-ଚ୍ୟାଟ୍ କରିପାରିବେ। ଘରମାଲିକଙ୍କ ବିନା ଅନୁମତିରେ କବାଟ ଖୋଲିବନାହିଁ, ଏଣୁ ଚୋରରି ଭୟ ମଧ୍ୟ ନାହିଁ। ଯଦି ଘରେ କେହି ନାହାନ୍ତି ତେବେ କୌଣସି ଅସୁବିଧା ନାହିଁ। କାରଣ ଡୋର୍-ବେଲ୍ ତୁରନ୍ତ ଆପଣଙ୍କ ସ୍ମାର୍ଟଫୋନ୍‌କୁ ଘରକୁ କେହି ଆସିଥିବାର ବାର୍ତ୍ତା ପ୍ରେରଣ କରବି। ଘରର ସଦସ୍ୟ କେଉଁଆଡ଼େ ଭ୍ରମଣ ନିମନ୍ତେ କିମ୍ବା ଜରୁରୀ କାମରେ ଯାଉଥିଲେ ମଧ୍ୟ ଏସବୁ ତଥ୍ୟ ଡୋର୍-ବେଲ୍ ସହାୟତାରେ ଆଗନ୍ତୁକଙ୍କୁ ଦେଇପାରିବେ। ବ୍ରିଟେନ୍ ଓ ଆମେରିକାରେ ଏହି ଅତ୍ୟାଧୁନିକ ଡୋର୍-ବେଲ୍‌ର ମଲ୍ୟ ୨୦,୪୬୧.୫୦ ଟଙ୍କା ରହିଛି। ଆସନ୍ତା ମାସରେ ଏହା ସେଠାକାର ବଜାରରେ ବିକ୍ରି ପାଇଁ ଉପଲବ୍ଧ ହେବ।

Leave A Reply