www.samajalive.in
Sunday, December 7, 2025
18.1 C
Bhubaneswar

ନେମାଳ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି

ନେମାଳ : ନେମାଳ ସାଧନକେନ୍ଦ୍ର ସ୍ତରୀୟ ସୁରଭି ମହୋତ୍ସବ-୨୦୧୮ ଶୁକ୍ରବାର ନେମାଳ ଅଚ୍ୟୁତାନନ୍ଦ ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସିଆରସିସି ସୁବାଷ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସୁରଭି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଧାନ ଶିକ୍ଷକ କାର୍ତିକ ଚନ୍ଦ୍ର ଦାସ, ମୁଖ୍ୟ ବକ୍ତା ଭାବେ ବିଦ୍ୟାପୀଠ ପରିଚାଳନା କମିଟି ସଭାପତି ଗୋବିନ୍ଦ ଦାସ, ସମ୍ମାନୀତ ଅତିଥି ଭାବେ ନିଶ୍ଚିନ୍ତକୋଇଲି ବ୍ଲକ ସହଶକ୍ଷାଧିକାରୀ ଲକ୍ଷ୍ମଣ କୁମାର ଲେଙ୍କା, ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ନାୟକ, ଅନ୍ୟତମ ଅତିଥି ଭାବେ ପ୍ରାକ୍ତନ ସିଆରସିସି ଶାନ୍ତନୁ କୁମାର କର ପ୍ରମୁଖ ଯୋଗଦେଇଥିଲେ। ଶିକ୍ଷକ ଅମୂଲ୍ୟ କୁମାର ମହାନ୍ତି ପରିଚୟ ପ୍ରଦାନ କରିଥିଲା ବେଳେ ଦେବ ପ୍ରସାଦ କର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୋଟ ୧୫ଟି ସ୍କୁଲର ବହୁ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି ବକ୍ତୁତା, ସଂଗୀତ, ସାଧାରଣ ଜ୍ଞାନ, ସୁନ୍ଦର ହସ୍ତାକ୍ଷର, ନୃତ୍ୟ, ପ୍ରବନ୍ଧ, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ବରିଷ୍ଠ ଶିକ୍ଷକ ପରମାନନ୍ଦ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories