www.samajalive.in
Monday, December 15, 2025
26.1 C
Bhubaneswar

କଟକରେ ମୋ ବସ୍ ଅଗ୍ନିକାଣ୍ଡ ଘଟଣାର ତନାଘନା, ଗଠନ ହେଲା କମିଟି

କଟକ : କଟକ ମୋ ବସ୍ ରେ ଅଗ୍ନିକାଣ୍ଡ ଘଟଣାରେ ତଦନ୍ତ ନିର୍ଦେଶ।  ପରିବହନ ବିଭାଗ ଡେପୁଟି କମିଶନରଙ୍କ ନେତୃତ୍ଵରେ ଗଠିତ ଏକ କମିଟି ଏହି ଘଟଣାର ତଦନ୍ତ କରିବ । ଏହି କମିଟିରେ ଏମଭିଆଇ , କ୍ରୁଟର ଅପୋରେସନ ମ୍ୟାନେଜର , ଡିପୋ ମ୍ୟାନେଜର ଏବଂ ବସ୍ ଅପୋରେଟର ରହିଛନ୍ତି। ଏହାସହ ଏକ ବୈଷୟିକ ଟିମକୁ ମଧ୍ୟ ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଥିବା କ୍ରୁଟ୍ ପକ୍ଷରୁ ସୂଚନା ମିଳିଛି। ସୂଚନା ମୂତାବକ ଶନିବାର ରାତି ୮ଟାରେ ଏକ ମୋ’ବସ ଖପୁରିଆ ମାଛଗୋଦାମ-ମଧୁପାଟଣା ଛକ ଯିବା ରାସ୍ତାରେ ତ୍ରୁଟି ଦେଖାଦେଇଥିଲା। ଚାଳକ ଗାଡିକୁ ସେଠାରେ ଅଟକାଇ ମିସ୍ତ୍ରୀ ଡାକି ମରାମତି କରାଉଥିଲେ। ଏହି ସମୟରେ ଇଞ୍ଜିନରୁ ହଠାତ୍‌‌ .ପ୍ରବଳମାତ୍ରାରେ ଧୂଆଁ ବାହାରି ଜଳି ଉଠିଥିଲା। ଏହାକୁ ଦେଖି ଚାଳକ ସହିତ ସେହି ରାସ୍ତାଦେଇ ଯା’ଆସ କରୁଥିବା ଲୋକେ ଭୟଭୀତ ହୋଇ ଧାଁ ଦୌଡ କରିଥିଲେ। ଚାହୁଁଚାହୁଁ ନିଆଁ ବସ୍‌‌କୁ ବ୍ୟାପୀ ଯାଇଥିଲା। ବସ୍‌‌ଟି ରାଜପଥ ପାର୍ଶ୍ବ ମୁଖ୍ୟ ରାସ୍ତାରେ ଜଳୁଥିବାରୁ ଯାତାୟାତ ପ୍ରଭାବିତ ହୋଇଥିଲା। ଖବରପାଇ ଚାଉଳିଆଗଞ୍ଜ ଅଗ୍ନିଶମ କେନ୍ଦ୍ରରୁ ୧୦ରୁ ଊର୍ଦ୍ଧ୍ବ କର୍ମଚାରୀ ତୁରନ୍ତ ସେଠାରେ ପହଞ୍ଚିଥିଲେ, ସେତେବେଳକୁ ନିଆଁ ସମ୍ପୂର୍ଣ୍ଣ ବସକୁ କବଳିତ କରିସାରିଥିଲା। ଏପରିକି ବସର ତେଲ ଟାଙ୍କି ଯାଏ ନିଆଁ ବ୍ୟାପିଯାଇଥିଲା। ଫଳରେ କୌଣସି ମୁହୂର୍ତ୍ତରେ ବଡ ଧରଣର ଆଶଙ୍କା ଉପଜିବା ଦେଖି ଆଖପାଖରୁ ଲୋକଙ୍କୁ ଖାଲି କରିଦିଆଇଥିଲା। ଅଗ୍ନିଶମ କେନ୍ଦ୍ର ଅଧିକାରୀ ବିକାଶ ସାହୁଙ୍କ ନେତୃତ୍ୱରେ କର୍ମଚାରୀମାନେ ଦୁଇ ଭାଗରେ ବିଭକ୍ତ ହୋଇ ନିଆଁ ଲିଭା କାର୍ଯ୍ୟରେ ଲାଗିପଡ଼ିଲେ। ପ୍ରଥମେ ତେଲ ଟାଙ୍କି ପାର୍ଶ୍ବକୁ ଫୋର୍ମ ଲିକ୍ୟୁଡି ସ୍ପ୍ରେ କରାଯାଇଥିଲା। ସେହି ସମୟରେ ଅନ୍ୟ ଦଳ ଇଞ୍ଜିନ ନିଆଁ ଆୟତ୍ତ କରିବା ଲାଗି ପାଣି ମାଡ଼ କରିଥିଲେ। ପ୍ରାୟ ୪୦ମିନିଟ୍‌‌ରୁ ଅଧିକ ସମୟ ଧରି କସରସ କରିବା ପରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇଥିଲା। ଅଗ୍ନିକାଣ୍ଡରେ ବସଟି ସମ୍ପୂର୍ଣ୍ଣ ଜଳିଯାଇ ନଷ୍ଟ ହୋଇଯାଇଛି। ସଟସର୍କିଟ କାରଣରୁ ଏଭଳି ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ଏସଓ ଶ୍ରୀ ସାହୁ ସୂଚନା ଦେଇଛନ୍ତି।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories