www.samajalive.in
Saturday, December 6, 2025
26.1 C
Bhubaneswar

ସୁନ୍ଦରଗଡ଼, ଝାରସୁଗୁଡ଼ାକୁ ଶୀତ ଲହରୀ ସତର୍କତା

ଭୁବନେଶ୍ୱର/ଜି.ଉଦୟଗିରି : କନ୍ଧମାଳ, କୋରାପୁଟ, ସୁନ୍ଦରଗଡ଼଼ ଓ ଝାରସୁଗୁଡ଼ା ଆଦି ସହରରେ ପ୍ରବଳ ଶୀତ ଅନୁଭୂତ ହେଉଛି। ରାଜ୍ୟର ସବୁ ସହରରେ ରାତି ତାପମାତ୍ରା କମୁଛି। ୩୩ ସହରରେ ସର୍ବନିମ୍ନ ତାପମାତ୍ରା ୧୫ଡିଗ୍ରୀ ତଳେ ରହିଛି। ଜି.ଉଦୟଗିରିରେ ରାତି ତାପମାତ୍ରା ୫.୨ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ସେମିଳିଗୁଡ଼ା ଓ ଫୁଲବାଣୀରେ ୯, ରାଉରକେଲା ୭.୨, କିରେଇ ୮.୮, ଦାରିଙ୍ଗବାଡ଼ି ୧୦.୫, ବୌଦ୍ଧ ୧୦.୨, ଚିପିଲିମା ୧୦.୨, ଝାରସୁଗୁଡ଼ା ୮, ସୁନ୍ଦରଗଡ଼ ୧୦, ଭୁବନେଶ୍ବର ୧୪ ଏବଂ କଟକରେ ୧୨ଡିଗ୍ରୀ ରହିଛି। ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲାକୁ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୀତ ଲହରୀ ସତର୍କତା ଦିଆଯାଇଛି। ଜି. ଉଦୟଗିରିରେ ତାପମାତ୍ରା ୮.୪ଡିଗ୍ରୀ ଥିବାବେଳେ ଗୁରୁବାର ୯.୨ ଡିଗ୍ରୀ ରହିଥିଲା। ପ୍ରବଳ ଶୀତ ଓ ଘନ କୁହୁଡ଼ି ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ସକାଳ ୧୦ଘଣ୍ଟା ପର୍ଯ୍ୟନ୍ତ ଘରୁ ବାହାରକୁ ବାହାରିବା କଷ୍ଟ ହେଉଛି। ଝାରସୁଗୁଡ଼ା ଓ ରାଉରକେଲାରେ ଅନୁରୂପ ପରିସ୍ଥିତି ଲାଗି ରହିଛି। ପାଣିପାଗ କେନ୍ଦ୍ରର ପୂର୍ବାନୁମାନ, ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବା ସମ୍ଭାବନା ନାହିଁ। ତା’ପରଦିନ ଠାରୁ ରାତି ତାପମାତ୍ରା ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି। ୧୭ତାରିଖରୁ ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନୟାଗଡ଼, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା ଓ ପୁରୀ ଜିଲାର ବିଭିନ୍ନ ଅଞ୍ଚଳରେ ହାଲୁକା ବର୍ଷା ସମ୍ଭାବନା ରହିଛି। ଶନିବାର ସକାଳେ ଫୁଲବାଣୀରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଥିବା ବେଳେ ଭବାନୀପାଟଣାରେ କୁହୁଡ଼ି ପଡ଼ିଛି। ରବିବାର ସକାଳେ କଳାହାଣ୍ଡି ଓ କନ୍ଧମାଳ ଜିଲାରେ କୁହୁଡ଼ି ଦୃଶ୍ୟମାନ ହେବା ସମ୍ଭାବନା ରହିଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories