www.samajalive.in
Monday, December 8, 2025
20.1 C
Bhubaneswar

ଦେଶୀ ମଦ ଓ ସ୍କୁଟି ଜବତ: ଦୁଇ ଗିରଫ

ଆଠଗଡ : କଟକ ଜିଲ୍ଲା ଅବକାରୀ ଅଧିକ୍ଷକ କରୁଣା ଶଙ୍କର ତିୱାରୀଙ୍କ ନିର୍ଦେଶ କ୍ରମେ ଆଠଗଡ ଅବକାରୀ ବିଭାଗ ପକ୍ଷରୁ ଚୋରା ଦେଶୀ ମଦ କାରବାର ରୋକିବାକୁ ନିୟମିତ ଚଢାଉ ଜାରି ରହିଛି । ସୋମବାର ଉପଅଧିକ୍ଷକ ନିମାଇଁ ଚରଣ ସିଂହଙ୍କ ନେତୃତ୍ବରେ ନିରୀକ୍ଷକ ରବି ନାରାୟଣ ପ୍ରଧାନ ଓ ଉପନିରୀକ୍ଷକ ଅରୁଣ କୁମାର ଭୋଇ ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ପେଟ୍ରୋଲିଂ କରୁଥିଲେ । ଅପରାହ୍ନରେ ସେହି ରାସ୍ତାଦେଇ ଯାଉଥିବା  ଏକ ସ୍କୁଟିକୁ ଅଟକାଇ ଯାଞ୍ଚ କରିବା ସମୟରେ ସେଥିରେ ୧୮ଲିଟର ଦେଶୀ ମଦ ଚାଲାଣ ହେଉଥିବା ଦେଖିଥିଲେ । ସ୍କୁଟି ସହିତ ମଦ ଜବତ କରିବା ସହ ଅବକାରୀ ସ୍କ୍ୱାର୍ଡ ମଦ ଚାଲାଣ କରୁଥିବା ଆଙ୍କୁଲା ଗାଁର ଅଶୋକ ପ୍ରଧାନ ଓ ଟିକନ ବେହେରା ନାମକ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories