ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ନୈତିକ ଶିକ୍ଷା ଅପରିହାର୍ଯ୍ୟ – ବାଚସ୍ପତି

ଡେସ୍କ: ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ନୈତିକ ଶିକ୍ଷା ଓ ମୂଲ୍ୟଯୁକ୍ତ ଶିକ୍ଷା ଅପରିହାର୍ଯ୍ୟ ବୋଲି ଓଡିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି। ଆଜି (ଗୁରୁବାର) ସନ୍ଧ୍ୟାରେ କଟକ ବାରବାଟୀ ଷ୍ଟାଡିଅମ ସ୍ଥିତ ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟର ରଜତ ଜୟନ୍ତୀ ଉତ୍ସବ ‘ଗୁରୁବନ୍ଦନ’ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତୀ ପାଢ଼ୀ କହିଛନ୍ତି, ବିଷୟଭିତ୍ତିକ ଶିକ୍ଷା ଛାତ୍ରଛାତ୍ରୀଙ୍କୁ ଯୋଗ୍ୟ କରାଇଥାଏ କିନ୍ତୁ ମାନବୀୟ ମୂଲ୍ୟଯୁକ୍ତ ଶିକ୍ଷା ପିଲାମାନଙ୍କୁ ସେମାନଙ୍କ ଜୀବନ ଯାତ୍ରାରେ ପ୍ରତିବନ୍ଧକଗୁଡିକର ସାମ୍ନା କରିବା ପାଇଁ ନୈତିକ ସାହସ ଦେଇଥାଏ। ଏହି ଅବସରରେ ସେ ‘ଗୁରୁବନ୍ଦନ’ ଉଦଘାଟନ କରିଥିଲେ।
ବିଦ୍ୟାଳୟର ଅଧ୍ୟକ୍ଷ ଡ଼ ପ୍ରିୟଦର୍ଶୀ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ସମ୍ମାନିତ ଅତିଥି ଭାବେ କଟକ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼.ସନ୍ତୋଷ କୁମାର ରାଉତ, ସମାଜ ସମ୍ବାଦପତ୍ରର ପୂର୍ବତନ ସମ୍ପାଦକ ସତ୍ୟ ରାୟ, କଟକ ଜିଲ୍ଲା କ୍ରୀଡା ସଂଘ ଓ ଓଡ଼ିଶା ଫୁଟବଲ୍ ସଂଘର ସମ୍ପାଦକ ଆଶୀର୍ବାଦ ବେହେରା, ସିବିଏସଇ ଭୁବନେଶ୍ୱରର ଆଞ୍ଚଳିକ ଅଧିକାରୀ କେ ଶ୍ରୀନିବାସନ ଏବଂ ଓଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ଶ୍ରୀତମ ଦାସ ପ୍ରମୁଖ ଯୋଗଦେଇ ବିଦ୍ୟାଳୟର ୨୫ ବର୍ଷର ସଫଳ ଯାତ୍ରା ନେଇ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। କାର୍ଯ୍ୟକ୍ରମରେ ସେଣ୍ଟ ଜାଭିୟର୍ସ ବିଦ୍ୟାଳୟ ସମୂହର ପ୍ରତିଷ୍ଠାତା ନିର୍ଦ୍ଦେଶକ ଡ଼ ଜି ଏସ ପଟ୍ଟନାୟକ, ନିର୍ଦ୍ଦେଶକ ପ୍ରଭୁ ଚରଣ ମହାନ୍ତି ଓ ବିଦ୍ୟାଳୟ ପ୍ରଶାସନର ଅନ୍ୟାନ୍ୟ ସଦସ୍ୟ ମାନେ ସାମିଲ ହୋଇଥିଲେ।
ଏହି ଅବସରରେ ଅତିଥିଗଣ ବିଦ୍ୟାଳୟ ମୁଖପତ୍ର ‘କଟକୀ ବଡ଼ସ’ ଉନ୍ମୋଚନ କରିଥିଲେ।
ଏହି ଦୁଇ ଦିନିଆ ରଜତ ଜୟନ୍ତୀ ଉତ୍ସବର ଆଜି ପ୍ରଥମ ଦିନ ସକାଳେ ଇକୋ ଅଫ ଏକ୍ସଲେନସରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ବିଭାଗରେ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ଓଡ଼ିଆ ପଦ୍ୟାବୃତ୍ତି ପ୍ରତିଯୋଗିତାରେ କନିଷ୍ଠ ଦଳରେ ଆସ୍ଥା ଆକାଂକ୍ଷା ପାତ୍ର ପ୍ରଥମ, ସ୍ଵୟଂଶ୍ରୀ ସର୍ ଦ୍ଵିତୀୟ ଓ ଶୁଭ୍ରଜ୍ୟୋତି କର ତୃତୀୟ ଏବଂ ବରିଷ୍ଠ ଦଳରେ ସୌମ୍ୟ ମୁଦୁଲି ପ୍ରଥମ, ଅନିତ୍ୟ କୁମାର ମଲ୍ଲିକ ଦ୍ଵିତୀୟ ଓ ସୁଚିଶ୍ମିତା ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି କନିଷ୍ଠ ଶ୍ଳୋକ ଆବୃତ୍ତିରେ ଅର୍ଚ୍ଚିତା ସ୍ୱାଇଁ ପ୍ରଥମ, ଅମ୍ବିକା ଦାସ ଦ୍ଵିତୀୟ ଓ ଅର୍ଣ୍ଣଭ ମହାନ୍ତି, ବରିଷ୍ଠ ଦଳରେ ପ୍ରଜ୍ଞାନ ପାରମିତା ଦାସ ପ୍ରଥମ, ରିତିକା ରାଉତରାୟ ଦ୍ଵିତୀୟ ଓ ଆୟୁଷ ସ୍ମିତା ବାରିକ ତୃତୀୟ ସ୍ଥାନ, ଦଳଗତ ନୃତ୍ୟ ବିଭାଗରେ କନିଷ୍ଠ ଦଳରେ ବ୍ୟାସନଗର ପ୍ରଥମ ଓ କୃଷ୍ଣ ମୂର୍ତ୍ତି ଜରିପଡା ଦ୍ଵିତୀୟ ହୋଇଥିବା ବେଳେ ବରିଷ୍ଠ ଦଳରେ ଆୟୋଜକ ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ବିଜୟୀ ହୋଇଥିଲେ। ଏଥିରେ ଡିପିଏସ କଳିଙ୍ଗର ସଂଘମିତ୍ରା ନାୟକ, ସପ୍ନା ଦାସ ଏବଂ ଆଦର୍ଶ ଆନନ୍ଦ ଆଚାର୍ଯ୍ୟ ବିଚାରକ ଭାବେ ଯୋଗ ଦେଇଥିଲେ। କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସନ୍ଧ୍ୟାରେ ଭାଗବତ ଗୀତା ଉପରେ ଆଧାରିତ ନାଟକ ‘ଗୁରୁ ବନ୍ଦନ’ ଅଭିନୀତ ହୋଇଥିଲା।
Comments are closed.