www.samajalive.in
Saturday, December 6, 2025
26.1 C
Bhubaneswar

ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟର ଆଜି ରଜତ ଜୟନ୍ତୀ ଉତ୍ସବ

ଡେସ୍କ: କଟକ ବାରବାଟୀ ଷ୍ଟାଡିଅମ ସ୍ଥିତ ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟର ୨ ଦିନିଆ ରଜତ ଜୟନ୍ତୀ ଉତ୍ସବ ‘ଗୁରୁବନ୍ଦନ’ ଆଜି ସନ୍ଧ୍ୟାରେ ଉଦଘାଟିତ ହେବ। ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଯୋଗ ଦେବେ। କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ, ସମ୍ମାନିତ ଅତିଥି ଭାବେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ, କଟକ ଜିଲ୍ଲା ଶିକ୍ଷାଧିକାରୀ ଡଃ ସନ୍ତୋଷ କୁମାର ରାଉତ, ସମାଜ ସମ୍ବାଦପତ୍ରର ପୂର୍ବତନ ସମ୍ପାଦକ ସତ୍ୟ ରାୟ, କଟକ ଜିଲ୍ଲା କ୍ରୀଡା ସଂଘ ଓ ଓଡ଼ିଶା ଫୁଟବଲ୍ ସଂଘର ସମ୍ପାଦକ ଆଶୀର୍ବାଦ ବେହେରା, ସିବିଏସଇ ଭୁବନେଶ୍ବରର ଆଞ୍ଚଳିକ ଅଧିକାରୀ କେ ଶ୍ରୀନିବାସନ, ଓଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ଶ୍ରୀତମ ଦାସ ପ୍ରମୁଖ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ସେଣ୍ଟ ଜାଭିୟର୍ସ ବିଦ୍ୟାଳୟ ସମୂହର ପ୍ରତିଷ୍ଠାତା ନିର୍ଦ୍ଦେଶକ ଡଃ ଜି.ଏସ ପଟ୍ଟନାୟକ, ନିର୍ଦ୍ଦେଶକ ପ୍ରଭୁ ଚରଣ ମହାନ୍ତି ଓ ବିଦ୍ୟାଳୟ ପ୍ରଶାସନର ଅନ୍ୟାନ୍ୟ ସଦସ୍ୟ ମାନେ କାର୍ଯ୍ୟକ୍ରମରେ ସାମିଲ ହେବେ।

ଆଜି ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଭାଗବତ ଗୀତା ଉପରେ ଆଧାରିତ ନାଟକ ‘ଗୁରୁ ବନ୍ଦନ’ ଅଭିନୀତ ହେବା ସହ ବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ କୃତି ଛାତ୍ର ଛାତ୍ରୀ ତ‌ଥା ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନିତ କରାଯିବ। ବିଦ୍ୟାଳୟର ରଜତ ଜୟନ୍ତୀ ଉତ୍ସବ ପାଳନ ଅବସରରେ ବିଦ୍ୟାଳୟ ପକ୍ଷରୁ ଲକି ଡ୍ର କୁପନରେ ଅନେକ ଆକର୍ଷଣୀୟ ପୁରସ୍କାର ବ୍ୟବସ୍ଥା କରାଯାଇଛି।

- Advertisement -

ସକାଳ ସମୟରେ ବିଦ୍ୟାଳୟ ଗୁଡ଼ିକୁ ନେଇ ଇକୋ ଅଫ ଏକ୍ସସିଲେନ୍ସ ନାମରେ ପଦ୍ୟାବୃତ୍ତି, ବକ୍ତୃତା, ଦଳଗତ ନୃତ୍ୟ ସଙ୍ଗୀତ ଆଦି ବିଶେଷ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ବିଦ୍ୟାଳୟର ଅଧ୍ୟକ୍ଷ ଡ଼ ପ୍ରିୟଦର୍ଶୀ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟ ପରିଚାଳିତ ହେଉଛି। କାର୍ଯ୍ୟକ୍ରମରେ ସେଣ୍ଟ ଜାଭିୟର୍ସ ବିଦ୍ୟାଳୟ ସମୂହର ଅଧ୍ୟକ୍ଷମାନେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories